ETV Bharat / state

ଅନ୍ଧବିଶ୍ବାସରେ ବଞ୍ଚୁଛନ୍ତି ଲୋକେ, ଦିସାରୀର ଚିକିତ୍ସା ଗ୍ରାମବାସୀଙ୍କ ଭରସା - ଆଧୁନିକ ଯୁଗରେ ଅନ୍ଧବିଶ୍ବାସ

ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲ୍ଲି ପଞ୍ଚାୟତର ଗୋଟିଗୁଡା ଗ୍ରାମରେ ଏବେ ବି ଅନ୍ଧ ବିଶ୍ବାସରେ ବଞ୍ଚୁଛନ୍ତି ଲୋକେ । ଅଧିକ ପଢନ୍ତୁ

blind belief treatment
blind belief treatment
author img

By

Published : Jun 29, 2023, 7:27 AM IST

blind belief treatment

ମାଲକାନଗିରି: ଏବେ ବି ଅନ୍ଧ ବିଶ୍ବାସରେ ବଞ୍ଚୁଛନ୍ତି ଲୋକେ । ଅନ୍ଧ ଗଳିରୁ ମୁକୁଳି ପାରିନାହିଁ ଏକବିଂଶ ଶତାଦ୍ଦୀ ମଣିଷ । ଆଧୁନିକ ଯୁଗରେ ଉନ୍ନତ ଚିକିତ୍ସା ସତ୍ତ୍ବେ ଲୋକଙ୍କ ମନରୁ ଦୂର ହୋଇନାହିଁ ଅନ୍ଧବିଶ୍ବାସ । ଦୁର୍ଘଟଣାରେ ଗୋଡ, ହାତ ଭାଙ୍ଗିଗଲେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଗୁଣିଆ ପାଖକୁ ଯାଇ ଝଡା ଫୁଙ୍କା ଓ ଜଡିବୁଟି ଭଳି ଚିକିତ୍ସାକୁ ଆପଣାଉଛନ୍ତି । ଗୁଣିଆର ଜଡିବୁଟି ଚିକିତ୍ସା ସେମାନଙ୍କ ଭରସା । ଲୋକ ଡାକ୍ତରଖାନା ପରିବର୍ତ୍ତେ ଦିସାରୀ ପାଖକୁ ଯାଉଛନ୍ତି । ଏଭଳି ଦିସାରୀ ଉପରେ ଭରସା କରୁଛନ୍ତି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲ୍ଲି ପଞ୍ଚାୟତର ଗୋଟିଗୁଡା ଗ୍ରାମରେ ।

ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର କସା ପଡିଆମି କୌଣସି କାମରେ ନିଜ ସାଇକେଲ ଯୋଗେ ନିକଟସ୍ଥ ଗ୍ରାମକୁ ଯାଉଥିବା ସମୟରେ ସେ ରାସ୍ତା ଉପରେ ସାଇକେଲରୁ ପଡି ଯାଇଥିଲେ । ଯାହା ଫଳରେ ତାଙ୍କର ଡାହାଣ ଗୋଡର ଉପରିଭାଗ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ଏନେଇ ସେ ନିଜ ସମ୍ପର୍କୀୟଙ୍କ ସହ ପ୍ରଥମେ ଝରାପାଲ୍ଲିର ଅଲେଖ ବାବା ଦିସାରି ପାଖକୁ ଯାଇ ଦେଖାଇଥିଲେ । ସେଠାରେ ଅଲେଖ ବାବା ଜଡିବୁଟି କରିବା ପରେ କସା ପଡିଆମିକୁ ସମ୍ପର୍କୀୟ ମାନେ ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଥିଲେ । ସେଠାରେ ଡାକ୍ତର କସାର ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇଥିଲେ।

ହେଲେ କସାଙ୍କ ନିକଟରେ ଟଙ୍କା ପଇସା ନ ଥିବାରୁ ସେ ପୁଣିଥରେ ଘରକୁ ଫେରି ଝରାପାଲ୍ଲିର ଅଲେଖ ବାବା ଦିସାରୀଙ୍କ ପାଖରେ ରହି ଦୀର୍ଘ ଚାରି ମାସ ହେବ ସେଠାରେ ଗୁଣିଆଙ୍କ ଠାରେ ଝାଡଫୁଙ୍କ ଓ ଜଡିବୁଟି ଚିକିତ୍ସା କରାଉଥିବା କସା ପଡିଆମି କହିଛନ୍ତି । ଏଥିସହ ଏହି ଚିକିତ୍ସାରେ ସେ ଧିରେ ଧିରେ ଭଲ ହେଉଥିବା ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଝରାପାଲ୍ଲୀ ଗ୍ରାମର ଅଲେଖ ବାବା କହିଛନ୍ତି ଯେ, ତାଙ୍କ ନିକଟକୁ ବହୁ ଲୋକ ଏମିତି ଦୁର୍ଘଟଣାଗ୍ରସ୍ତ ଲୋକ ଏବଂ ବହୁ ଜରାବ୍ୟଧି ପୀଡିତ ବ୍ୟକ୍ତି ସେମାନଙ୍କ ସମସ୍ୟା ନେଇ ତାଙ୍କ ନିକଟକୁ ଆସନ୍ତି । ସେ ନିଜ ମନ୍ତ୍ର ଓ ଜଡିବୁଟି ଦ୍ବାରା ଲୋକମାନଙ୍କ ସମସ୍ୟାର ସମାଧାନ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିକଟରେ ଯଦି କୌଣସି ରୋଗୀ ଭଲ ନ ହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ-ଡାହାଣୀ ସନ୍ଦେହରେ ତାଲିବାନୀ ଅତ୍ୟାଚାର ! ମା’ ଓ ଝିଅକୁ ନିସ୍ତୁକ ମାଡ ମାରି ଗାଁରୁ କଲେ ବାସନ୍ଦ

ସେହିପରି ଏହି ଘଟଣାକୁ ନେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅସ୍ତ୍ରୋପଚାର ଡାକ୍ତର ତପନ କୁମାର ଡିଣ୍ଡା କହିଛନ୍ତି ଯେ, ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ନିହାତି ଦରକାର । ପାଖାପାଖି ୮୦ ପ୍ରତିଶତ ରୋଗ ପ୍ରାକୃତିକ ହିସାବରେ ଭଲ ହୋଇଯାଏ । କିନ୍ତୁ ଏହାର ଫାଇଦା ନେଇଥାନ୍ତି ଗୁଣିଆ ମାନେ । ଏଥି ପାଇଁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ସଚେତନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଚିକିତ୍ସାବିଜ୍ଞାନ ଏତେ ଉନ୍ନତ ଧରଣର ହେବା ସତ୍ତ୍ବେ ଆଦିବାସୀ ଲୋକଙ୍କ ଅନ୍ଧ ବିଶ୍ବାସ ହଟାଇବାରେ ପଛରେ ପଡିଛନ୍ତି ଜିଲ୍ଲା ପ୍ରଶାସନ ଓ ସରକାର । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଲୋକଙ୍କ ମନରୁ ଅନ୍ଧ ବିଶ୍ବାସ ହଟାଇବାରେ ସଫଳ ହେଉଛନ୍ତି ସରକାର ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.