ETV Bharat / state

ଧାନକ୍ରୟ ସମସ୍ୟାକୁ ନେଇ ପୁଣି ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି - ଧାନକ୍ରୟ ସମସ୍ୟା ମାଲକାନଗିରି ଖବର

ମାଲକାନଗିରି ଜିଲ୍ଲାରେ ପୁଣି ଚାଷୀଙ୍କ ଧାନ କ୍ରୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଚାଷୀଙ୍କ ଦାବି ପୂରଣ ନ ହେଲେ ଆସନ୍ତା ମଙ୍ଗଳବାରରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଦଳ । ଅଧିକ ପଢନ୍ତୁ...

malkangiri BJP again meet collector
ଧାନକ୍ରୟ ସମସ୍ୟାକୁ ନେଇ ପୁଣି ଜିଲ୍ଲାପାଳଙ୍କୁ ଭେଟିଲା ମାଲକାନଗିରି ଜିଲ୍ଲା ବିଜେପି
author img

By

Published : Jan 29, 2021, 4:46 PM IST

ମାଲକାନଗିରି: ଜିଲ୍ଲାରେ ଚାଷୀଙ୍କ ଧନ କ୍ରୟ ସମସ୍ୟାକୁ ନେଇ ପୁଣି ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଏନେଇ ଜିଲ୍ଲାପାଳ ୱାଇ ବିଜୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀଙ୍କ ଦାବି ପୂରଣ ନ ହେଲେ ଆସନ୍ତା ମଙ୍ଗଳବାରରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଜିଲ୍ଲା ବିଜେପି ।

ଧାନକ୍ରୟ ସମସ୍ୟାକୁ ନେଇ ପୁଣି ଜିଲ୍ଲାପାଳଙ୍କୁ ଭେଟିଲା ମାଲକାନଗିରି ଜିଲ୍ଲା ବିଜେପି

ଗତ ୧୬ ତାରିଖରେ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ ଧାନ କ୍ରୟ ନେଇ ଆଲୋଚନା କରିଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ପୁଣି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସୋମବାର ଶେଷ ଦିନ ଧାର୍ଯ୍ୟ କରିଛନ୍ତି । ସୋମବାର ଠାରୁ ଯଦି ଧାନ କ୍ରୟ କରାନଯିବ ତେବେ ଆସନ୍ତା ମଙ୍ଗଳବାର ଦିନ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।

ଜିଲ୍ଲାର ୬୫ଟି ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଛି । ତେବେ ଚାଷୀ ମଣ୍ଡିରେ ଧାନ ଗଦା କରି ଶୀତ କାକରରେ ଦିନ ରାତି ଜଗି ରହିଛି । କୌଣସି ମୁହୂର୍ତ୍ତରେ କିଛି ବି ଘଟିଗଲେ ଚାଷୀ ବର୍ଷକର ପରିଶ୍ରମ ବୃଥା ହେବ ବୋଲି କହିଛନ୍ତି । ତେବେ ଚାଷୀଙ୍କର ଧାନକୁ ତୁରନ୍ତ ଉଠାଇବା ନେଇ ବିଜେପି ଦାବି କରିଛି । ସେହିପରି ବିଜେପିର ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି।

ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ କହିଛନ୍ତି ଯେ ସୋମବାର ଠାରୁ ଯେଉଁମାନେ ଆଦୌ ଧାନ ବିକ୍ରି କରିନାହାନ୍ତି ସେମାନଙ୍କ ଠାରୁ ଖରିଦ ଆରମ୍ଭ କରାଯିବ । ଧାନ କ୍ରୟ ନେଇ ଟାର୍ଗେଟ ଆସିଲେ ପୁଣି ଧାନ କ୍ରୟ କରାଯିବ ବୋଲି କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.