ମାଲକାନଗିରି: ପ୍ରଶାସନ ତରଫରୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ ଦୋକାନ କେବେ ଖୋଲିବ ସେ ନେଇ ସ୍ପଷ୍ଟ ମଧ୍ୟ କରାଯାଇଛି । ଦୋକାନ ଗୁଡିକକୁ ୩ଟି କାଟାଗୋରୀରେ ବିଭକ୍ତ କରାଯାଇଛି। ୧, ୨ ଓ ୩କୁ A,B ଓ C ରୂପେ ଚିହ୍ନଟ କରାଯାଇଛି। ସପ୍ତାହର ସୋମବାର ଓ ବୁଧବାର A ଚିହ୍ନଟ ଥିବା ଦୋକାନ ଖୋଲିବ। ମଙ୍ଗଳବାର ଓ ଗୁରୁବାର B ଚିହ୍ନଟ ହୋଇଥିବା ଦୋକାନ ଖୋଲିବା ନେଇ ସ୍ପଷ୍ଟ କରାଯାଇଛି। ସେହିପରି କାଟାଗୋରୀ ୧ରେ ଥିବା ଦୋକାନଗୁଡିକ ହିଁ ଶୁକ୍ରବାର ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି।
ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ସ୍ପଷ୍ଟ କରାଯାଇଛି। ମାଲକାନଗିରି ପୌରପରିଷଦ ତରଫରୁ ଦୋକାନଗୁଡ଼ିକ A, B ଓ C ରେ ଚିହ୍ନଟ କରିବା ପାଇଁ କୁହାଯାଇଛି। ସେହିପରି ଔଷଧ ଦୋକାନ ଗୁଡିକ ମଧ୍ୟ A ଓ B କେଟେଗୋରୀ କରାଯାଇଛି। ଏ ଦୋକାନ ଗୁଡିକ ଦିନେ ଛାଡି ଦିନେ ଖୋଲିବାକୁ ନିର୍ଦ୍ଦେଶ ରହିଛି।
ସକାଳ ୭ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ନେଇ କୁହାଯାଇଛି। ଦୋକାନ ଖୋଲିବା ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।
ମାଲକାନଗିରିରୁ ଦେବଦତ୍ତ ବେହେରା ,ଇଟିଭି ଭାରତ