ETV Bharat / state

ଆଦିବାସୀ ଇଲାକାରେ ସରକାରୀ ଉଦାସୀନତା, 3ଶହ ମିଟର ଆପ୍ରୋଚ ରୋଡ୍‌ କରିପାରିଲାନି ପ୍ରଶାସନ - ସିଲେରୁ ଓ ସାବେରି ନଦୀରେ ପୋଲ

ମାଲକାନଗିରି ମୋଟୁ ଅଞ୍ଚଳର ସିଲେରୁ ନଦୀ ଉପରେ ହୋଇଥିବା ପୋଲରେ ପ୍ରଶାସନ କରିପାରିଲାନି ଆପ୍ରୋଚ ରୋଡ୍‌ । ସ୍ଥାନୀୟ ଲୋକେ ତିଆରି କରୁଛନ୍ତି ଏହି ରାସ୍ତା ।

ଡିଜାଇନ ଫଟୋ
author img

By

Published : Jul 19, 2019, 6:47 PM IST

Updated : Jul 19, 2019, 7:52 PM IST

ମାଲକାନଗିରି: ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ କରିପାରିଲାନି 300 ମିଟର ଆପ୍ରୋଚ ରୋଡ୍ । ଶେଷରେ ବାଧ୍ୟ ହୋଇ ମାଲକାନଗିରି ଜିଲ୍ଲା ‘ମୋଟୁ’ ଅଞ୍ଚଳବାସୀ ନିଜେ ତିଆରି କରୁଛନ୍ତି ଏହି ରାସ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାକୁ ଲାଗିଥିବା ଏହି ଅଞ୍ଚଳର ଦୁଇ ପାର୍ଶ୍ବରେ ପ୍ରବାହିତ ହେଉଛି ସିଲେରୁ ଓ ସାବେରି ନଦୀ । ସିଲେରୁ ନଦୀ ଉପରେ ଆନ୍ଧ୍ର ସରକାର ପୋଲ ନିର୍ମାଣ କରିଥିବାବେଳେ ସାବେରି ନଦୀ ଉପରେ ଛତିଶଗଡ ସରକାର ପୋଲ ନିର୍ମାଣ କାମ ଆରମ୍ଭ କରିଛନ୍ତି । ତେବେ ସିଲେରୁ ପୋଲର ଓଡିଶା ପଟ ଅଞ୍ଚଳରେ ଆପ୍ରୋଚ ରୋଡ ହୋଇପାରିନାହିଁ । ବାରାମ୍ବାର ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ‘ମୋଟୁ’ ଅଞ୍ଚଳବାସୀ କାମକୁ ନିଜେ କରୁଛନ୍ତି ।

ପ୍ରତିଦିନ ଆନ୍ଧ୍ରକୁ ଯିବା ପାଇଁ ଶହ ଶହ ଲୋକେ ଏଠାରେ ନଦୀ ପାର ହୁଅନ୍ତି । ତେବେ ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ହେବା ପରେ ଲୋକେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେବାରୁ ରକ୍ଷା ପାଇବେ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ ପ୍ରଶାସନ ଆପ୍ରୋଚ ରୋଡ ନକରିବାରୁ ନିଜେ କାମ ଆରମ୍ଭ କରିଛନ୍ତି ଅଞ୍ଚଳବାସୀ । ସେପଟେ ଏନେଇ ଖୁବଶିଘ୍ର ଟେଣ୍ଡର ହେଉଥିବା କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ତେବେ ପୋଲ ସମାପ୍ତ ହେବାର ୭ ମାସ ପରେ ବି ୩୦୦ ମିଟର ରାସ୍ତା ସରକାର ତିଆରି କରିପାରି ନଥିବାରୁ ମୋଟୁ ଅଞ୍ଚଳବାସୀ ନିଜେ ତିଆରି କରିଛନ୍ତି ଏହି ରାସ୍ତା । ଫଳରେ ଉଦଘାଟନ ପୁର୍ବରୁ ପୋଲ ଉପରେ ଆରମ୍ଭ ହୋଇଛି ସାଧାରଣ ଲୋକଙ୍କ ଜୀବନ ଯାତ୍ରା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Jul 19, 2019, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.