ETV Bharat / state

ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ଆରମ୍ଭ

author img

By

Published : Aug 3, 2022, 1:22 PM IST

ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ ୧୯୫୦ / ୧୯୫୧କୁ ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ସଂଶୋଧନ କରାଯାଇଛି । ଅଧିକ ପଢନ୍ତୁ

Launching of the Drive for Collection of Aadhaar Data
ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ଆରମ୍ଭ

ମାଲକାନାଗିରି: ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ ୧୯୫୦ / ୧୯୫୧କୁ ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ସଂଶୋଧନ କରାଯାଇଛି । ଯାହା କାର୍ଯ୍ୟକାରୀ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି । ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ସହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ,ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଆଦି ଉପସ୍ଥିତ ରହିଥିଲେ ।

ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ଆରମ୍ଭ

ତେବେ ରୂପାନ୍ତରିତ ପଞ୍ଜିକରଣ ଫର୍ମ ୬ରେ ଭୋଟର ସେମାନଙ୍କ ଆଧାର କାର୍ଡରେ ମଧ୍ୟ ନିଜର ସମସ୍ତ ତଥ୍ୟ ଫର୍ମ ମାଧ୍ୟମରେ ଅନଲାଇନରେ ଆବେଦନ କରି ସଂଶୋଧିତ ଭୋଟର ତାଲିକାରେ ସ୍ଥାନ ପାଇପାରିବେ । ଯାହାକି ସେମାନଙ୍କର ଆଗାମୀ ଦିନରେ ସମସ୍ତ ତଥ୍ୟ ଗୋଟିଏ କାର୍ଡ ମାଧ୍ୟମରେ ହୋଇପାରିବ ।

ବିଶେଷ କରି ଫର୍ମ ୭ ସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରିପାରିବେ ନିର୍ବାଚନମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତର, ଭୋଟର ତାଲିକାରେ ବିବରଣୀ ସଂଶୋଧନ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରକୁ ଚିହ୍ନଟ, ସ୍ବେଚ୍ଛାକୃତ ଭାବେ ଭୋଟରଙ୍କଠାରୁ ଆଧାର ବିବରଣୀ ସଂଗ୍ରହ, ୧ଏପ୍ରିଲ ୨୦୨୩ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କ ଅଧାର ନଂ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ, ଏଥିପାଇଁ ନୂତନ ଫର୍ମ ୬ (ଖ) ପ୍ରଚଳନ କରାଯାଇଛି । ତେବେ ଅଗଷ୍ଟ ୧ ତାରିଖରୁ ଏହି ଫର୍ମ ଓ୍ବେବସାଇଟ , ଇରୋନେଟ, ଗରୁଡା, ଏନ୍‌ଭିଏସ୍‌ପି, ଭିଏଚଏ ଇତ୍ୟାଦିରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.