ETV Bharat / state

ମିଳୁନି ଜମିପଟ୍ଟା: ଦହଗଞ୍ଜ ଗ୍ରାମବାସୀ, ହଇରାଣ ଛାତ୍ରଛାତ୍ରୀ - trouble

ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀଙ୍କୁ ସ୍ଥାୟୀ ଘରବାଡି ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବା ବେଳେ ସଦର ମହକୁମା ଠାରୁ ୪-କିଲୋମିଟର ଦୂରରେ ଥିବା ପାନଗୁଡା ଗ୍ରାମବାସୀ କିନ୍ତୁ ଏହି ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 14, 2019, 11:33 PM IST

ମାଲକାନିଗିରି: ଆଦିବାସୀଙ୍କ ବିକାଶ କରିବା ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହି ସବୁ ଯୋଜନା ସତେ ଯେମିତି ଫେଲ୍‌ ମାରିଥିବା ପରି ଜଣାପଡୁଛି । ଜିଲ୍ଲାରେ ଥିବା ଆଦିବାସୀଙ୍କୁ ସ୍ଥାୟୀ ଘରବାଡି ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବା ବେଳେ ସଦର ମହକୁମା ଠାରୁ ୪-କିଲୋମିଟର ଦୂରରେ ଥିବା ପାନଗୁଡା ଗ୍ରାମବାସୀ କିନ୍ତୁ ଏହି ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଯାହା ଫଳସ୍ବରୁପ ଗ୍ରାମର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣ ପତ୍ର କିମ୍ବା ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର ମିଳିପାରୁନାହି ଏବଂ ଶତାଧିକ ଛାତ୍ରଛାତ୍ରୀ ଜାତିଗତ ପ୍ରମାଣପତ୍ର ନପାଇବାରୁ ପାଠପଢାରୁ ବଞ୍ଚିତ ହୋଇ ରହିଛନ୍ତି ।

ରାଇଟ ଟୁ ଏଜୁକେସନ ମାଧ୍ୟମରେ ସମସ୍ତ ଭାରତୀୟ ନାଗରିକମାନଙ୍କର ଶିକ୍ଷା ଗ୍ରହଣ କରିବା ନେଇ ମୌଳିକ ଅଧିକାର ରହିଥିବା ଆଇନ କହୁଛି । ତେବେ ମାଲକାନଗିରି ଜିଲ୍ଲାରେ ଶତାଧିକ ଛାତ୍ରଛାତ୍ରୀ ଏହି ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି । କାରଣ ହେଉଛି ଘରବାଡି ପଟ୍ଟା ନଥିବାରୁ ଗ୍ରାମର ପିଲାଏ ଜାତିଗତ ପ୍ରମାଣପତ୍ର ପାଇନାହାନ୍ତି । ଜାତିଗତ ପ୍ରମାଣ ପତ୍ର ନଥିବାରୁ ପିଲାଏ ପାଠ ପଢାରୁ ବଞ୍ଚିତ ଥିବା ବେଳେ ଏହି କୋମଳମତି ଛାତ୍ରଛାତ୍ରୀମାନେ ବିଲରେ ମୁଲ ଲାଗୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ପାନାଗୁଡା ଗ୍ରାମର ସମୁଦାୟ ସାନ୍ତାଳି ସମ୍ପ୍ରଦାୟର ଅଧିବାସୀ ଅଟନ୍ତି । ପିଢିପରେ ପିଢି ସାନ୍ତାଳି ସମ୍ପ୍ରଦାୟର ହୋଇ ନିଜକୁ ଆଦିବାସୀର ପରିଚୟ ଦେଇ ଆସୁଛନ୍ତି । କିନ୍ତୁ ବିଧି ବ୍ୟବସ୍ଥାରେ ଏହି ସମ୍ପ୍ରଦାୟଙ୍କ ନାମ ଆଦିବାସିଙ୍କର ତାଲିକାରେ ନଥିବା ଅଭିଯୋଗ ହୋଇଛି । ପୁର୍ବରୁ ନିଜର ହକ ପାଇଁ ଦୌଡି ଦୌଡି ପୂର୍ବ ପିଢିମାନେ ଆରପାରିକୁ ଚାଲିଗଲେଣି ତଥାପି କୌଣସି ସୁବିଧା ପାଇ ପାରିନଥିବା ଗ୍ରାମବାସୀ କହିଛନ୍ତି ।

ପଟ୍ଟା ନଥିବାରୁ କେବଳ ଛାତ୍ର ଛାତ୍ରୀ ନୁହନ୍ତି ବରଂ ଗ୍ରାମବାସୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଟ୍ଟା ନଥିବାରୁ ବିଭିନ୍ନ ସରକରୀ ଯୋଜନାରୁ ଏମାନେ ବଞ୍ଚିତ ହେଉଥିବା ମତ ରଖିଛନ୍ତି । ଘଟଣା ବାବଦରେ ଆମେ ମାଲକାନଗିରି ତହସିଲଦାରଙ୍କ ନଜରକୁ ଆଣିବା ପରେ ସେ ଗ୍ରାମକୁ ଯାଇ ଅଭିଯୋଗର ତଦନ୍ତ କରିବେ ଏବଂକୌଣସି ଛାତ୍ରଛାତ୍ରୀଙ୍କର ପାଠପଢାରୁ ବଞ୍ଚିତ ହେବାକୁ ଦେବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

ଜିଲ୍ଲାରେ ଜାତିଗତ ପ୍ରମାଣ ପତ୍ର ନଥିବାରୁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇଥିବା ଦୃଶ୍ୟ ପୁରୁଣା ହୋଇଥିବା ବେଳେ ପ୍ରଶାସନ ଏମାନଙ୍କ ନିମନ୍ତେ ଆଗାମୀ ଦିନରେ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

gsdddddddddddddd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.