ETV Bharat / state

ଲାଲଗଡରୁ ଅଷ୍ଟ୍ରେଲିଆ: ଭକ୍ତରାମ ଦେସ୍ତିଙ୍କୁ ନେଇ ଗର୍ବିତ ମାଲକାନଗିରି - ମାଲକାନାଗିରି

ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଭକ୍ତରାମ ଦେସ୍ତି । ତେବେ ଲାଲଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଯାଇ ଆନ୍ତର୍ଜାତୀୟ କ୍ରିଡାରେ ଭାଗ ନେବା ହେଉଛି ପ୍ରଥମ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 24, 2019, 1:36 AM IST

Updated : Aug 24, 2019, 11:34 AM IST

ମାଲକାନଗିରି: ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଭକ୍ତରାମ ଦେସ୍ତି । ତେବେ ଦେଶ ପାଇଁ ପୂର୍ବରୁ ଅନେକ ଖେଳାଳି ଗୌରବ ହାସଲ କରିଛନ୍ତି ସତ, ହେଲେ ଭକ୍ତରାମ କିନ୍ତୁ ସବୁଠୁ ଅଲଗା । କାରଣ ଲାଲଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଯାଇ ଆନ୍ତର୍ଜାତୀୟ କ୍ରିଡାରେ ଭାଗ ନେବା ହେଉଛି ପ୍ରଥମ ଘଟଣା । ଯାହାକୁ ନେଇ ଜିଲ୍ଲାରେ ବେଶ ଉତ୍ସାହ ଦେଖା ଦେଇଛି ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦୋରାଗୁଡା ପଞ୍ଚାୟତ ଆର.ଏ.ସି-୪ ଗାଁର ଯୁବକ ହେଉଛନ୍ତି ଭକ୍ତରାମ ଦେସ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଭଳି ଏକ ନକ୍ସଲ ପ୍ରବଣ ଓ ପଛୁଆ ଜିଲ୍ଲାର କୌଣସି ଏକ କ୍ରୀଡାବିତ ଆନ୍ତର୍ଜାତୀୟ ସ୍ତରରେ ଏପରି କ୍ଷତି ଅର୍ଜନ କରିବା ହେଉଛି ପ୍ରଥମ ଘଟଣା । ଯାହାକୁ ନେଇ ଏବେ ସମଗ୍ର ମାଲକାନଗିରି ଜିଲ୍ଲା ଗର୍ବିତ । ତେବେ ଆଗକୁ ମଧ୍ୟ ନିଜର ଅଭ୍ୟାସ ଜାରି ରଖିବା ସହ ଅନ୍ୟ ଆଦିବାସୀ ପିଲାଙ୍କୁ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରେରଣା ଦେଇଛନ୍ତି ଭକ୍ତରାମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଗୋଲ୍ଡ ମେଡାଲ ନେଇ ଭାରତ ଫେରିବା ପରେ କ୍ରିଡା ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭକ୍ତରାମଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଉ ଏବେ ନିଜ ମାଟି ଚିତ୍ରକୋଣ୍ଡାରେ ପାଦ ରଖିବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଭକ୍ତରାମଙ୍କୁ ନେଇ ବିଚ୍ଛିନ୍ନାଞ୍ଚଳର ଆଦିବାସୀ ଲୋକେ ଚିତ୍ରକୋଣ୍ଡାରେ ବିଶାଳ ଶୋଭାଯାତ୍ରା କରିଥିଲେ । ଆଗକୁ ମଧ୍ୟ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ପିଲାଏ ବିଶ୍ଵ ସ୍ତରରେ କ୍ଷତି ଅର୍ଜନ କରିବାର ଆଶା ରଖିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 24, 2019, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.