ETV Bharat / state

କେନ୍ଦୁପତ୍ର ବିଭାଗର ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ, ଟଙ୍କା ହଡ଼ପ ନେଇ ହୋଇଥିଲା ଅଭିଯୋଗ

author img

By

Published : Mar 10, 2023, 10:23 PM IST

ବାଲିମେଳା ବନାଞ୍ଚଳ ଅଧିନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁପତ୍ର ବିଭାଗର ଫରେଷ୍ଟର ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକ ନିଲମ୍ବିତ । ଅଧିକ ପଢ଼ନ୍ତୁ

Kendu leaf department forester suspended

ମାଲକାନଗିରି: କେନ୍ଦୁପତ୍ର ବିଭାଗର ମହିଳା ଫରେଷ୍ଟର ନିଲମ୍ବିତ । ବାଲିମେଳା ବନାଞ୍ଚଳ ଅଧିନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ ଦାୟିତ୍ବରେ ଥିବା ପଦ୍ମିନୀ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ବିଗତ କିଛି ଦିନ ହେବ ପଦ୍ମିନୀଙ୍କ ବିରୋଧରେ ଉଠିଥିବା ପି.ସି. ସମ୍ପର୍କିତ ଆରୋପକୁ ଆଧାର କରି ପଦବୀରୁ ନିଲମ୍ବନ କରାଯାଇଛି । ସେହିପରି କେନ୍ଦୁପତ୍ର ବିଭାଗର ରେଞ୍ଜ ଦାୟିତ୍ବରେ ଥିବା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କ ମଧ୍ୟ ନିଲମ୍ବନ କରିଛନ୍ତି ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ।

ଘଟଣା ମୁତାବକ, ସରକାରୀ ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳୀମାନଙ୍କ ସ୍ବାଭାବିକ ମୃତ୍ୟୁ ଅବା ଦୁର୍ଘଟଣା ଜନିତ ମୃତ୍ୟୁ ପରେ ପରିବାର ବର୍ଗଙ୍କ ମଧ୍ୟରୁ ମନୋନୀତ ବ୍ୟକ୍ତି ହିଁ ପ୍ରକୃତ ହିତାଧିକାରୀ ହେବେ, ଯିଏ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପାଇବାରେ ସକ୍ଷମ ହେବେ । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଚଢ଼େଇଗୁଡ଼ା, ବୁଟିଗୁଡ଼ା କଲୋନୀ, କୁଡୁମୁଲୁଗୁମ୍ମା, ଜାମୁଗୁଡ଼ା ତଥା ପୁଜାରୀଗୁଡ଼ା ଭଳି ଅନେକ ଆଦିବାସୀ ପ୍ରବଣ ଅଞ୍ଚଳରୁ ଜନ ସାଧାରଣଙ୍କ ଅସଚେତନତା ଏବଂ ଶିକ୍ଷାଭାବ ଯୋଗୁଁ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା ।

କିନ୍ତୁ ବଲିମେଳା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ଏହି ଘଟଣାକୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବା ପରିବର୍ତ୍ତେ ଚପାଇବାକୁ ଚେଷ୍ଟା କରିଥିଲେ । ଏହି ପରିପ୍ରେକ୍ଷୀରେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକଙ୍କୁ ମଧ୍ୟ ନିଲମ୍ବତ କରିଛନ୍ତି ।ତେବେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ ମଣ୍ଡଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, "ଏହି ସାମ୍ପ୍ରତିକ ଘଟଣାକୁ ଗୁରୁତର ସହ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରିବି । ଏହା ସମେତ ନବରଙ୍ଗପୁରରୁ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଏହି ଜରିଆରେ ଆର୍ଥିକ ଶୋଷଣର ଶିକାର ହୋଇଥିବା ହିତାଧିକାରୀମାନେ ଟଙ୍କା ଫେରିପାଇବେ ।"

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, କାହା ଛତ୍ର ଛାୟା ତଳେ ରହି ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ଏହି ଭଳି କାର୍ଯ୍ୟ କରୁଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏଥିରେ ଉଚ୍ଚପଦ ଅଧିକାରୀ ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି । ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ସରକାର କେନ୍ଦୁ ପତ୍ର ତୋଳାଳି ଓ ତାଙ୍କ ପରିବାର ପାଇଁ ଯେଉଁ ସବୁ ପଦକ୍ଷେପ ମାନ ନେଇଛନ୍ତି କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ଅଧିକାରୀଙ୍କ ପାଇଁ ସରକାର ବଦନାମ ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.