ETV Bharat / state

‘କାଲିମେଳା ତହସିଲଦାରଙ୍କୁ ତୁରନ୍ତ ହଟାଯାଉ’ - ଶରତ ଚନ୍ଦ୍ର ବୁରୁଦା

ମାଲକାନଗିରିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ଗର୍ଜିଛନ୍ତି । କାଲିମେଳା ତହସିଲରେ ଜମି ଦୁର୍ନୀତି ପଦାରେ ପଡି ହାଟରେ ଗଡୁଛି । ଅଧିକ ପଢନ୍ତୁ...

କାଲିମେଳା ତହସିଲଦାରଙ୍କୁ ତୁରନ୍ତ ହଟାଯାଉ : ସମାଜସେବୀ ଶରତ ବୁରୁଦା

author img

By

Published : Apr 1, 2021, 10:27 PM IST

ମାଲକାନଗିରି: ମାଲକାନଗିରିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ଗର୍ଜିଛନ୍ତି । କାଲିମେଳା ତହସିଲରେ ଜମି ଦୁର୍ନୀତି ପଦାରେ ପଡି ହାଟରେ ଗଡୁଛି । କିନ୍ତୁ, ସଂପୃକ୍ତ ତହସିଲଦାର ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯାହାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଶାଗମାଛ ଦରରେ ସରକାରୀ ଜମିକୁ କୋଟିପତି, ଠିକାଦାର, ସରକାରୀ କର୍ମଚାରୀ ଏବଂ ଦଲାଲମାନଙ୍କୁ ବିକ୍ରି କରାଯାଇଛି । ଯାହାର ପ୍ରମାଣ ସ୍ବରୂପ ଦୁଇ ଜଣ ତଳିଆ କର୍ମଚାରୀଙ୍କୁ ପ୍ରଶାସନ ନିଳମ୍ବିତ କରି ଚୁପ ବସିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବୁରୁଦା ଅଭିଯୋଗ କରିଥିଲେ ।

କାଲିମେଳା ତହସିଲଦାରଙ୍କୁ ତୁରନ୍ତ ହଟାଯାଉ : ସମାଜସେବୀ ଶରତ ବୁରୁଦା

ସରକାରଙ୍କର ବସୁନ୍ଧରା ଯୋଜନାରେ ଘରଦ୍ବାର ନଥିବା ଗରିବ ଶ୍ରେଣୀର ଲୋକଙ୍କୁ ଜମି ଦେବାର ଯୋଜନା କରାଯାଇଛି । ଯାହାର ତିନି ତାଲା କୋଠାଘର ରହିଛି ସିଏ ବି ଜମି ପଟ୍ଟା ପାଇଛି । ଜିଲ୍ଲା ପ୍ରଶାସନ ଏନେଇ ଅବଗତ କରଛନ୍ତି । କିନ୍ତୁ, କାହିଁକି ଏବଂ କାହା ସ୍ବାର୍ଥରେ ତହସିଲଦାରଙ୍କୁ ଆଜି ପର୍ଯ୍ୟନ୍ତ ଘଣ୍ଟ ଘଡାଇ ରଖାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ ଅଭିଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୪ ଜଣଙ୍କ ମଧ୍ୟରୁ ୧୮ ଜଣ ବ୍ୟକ୍ତି ଜମିଥିବା ଏବଂ ଧନୀ ଶ୍ରେଣୀର ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଯାହାକୁ ତହସିଲଦାର ଐତିହାସିକ ପଦକ୍ଷେପ ବୋଲି ଯୁକ୍ତି ବାଢୁଛନ୍ତି । ଏପରିକି ତାଙ୍କ ବିରୋଧରେ କେହି ଗଲେ ଧମକଚମକ ମଧ୍ୟ ଦେଉଥିବା ବୁରୁଦା ପ୍ରକାଶ କରିଥିଲେ। ଉହାଦରଣ ସ୍ବରୂପ ବୁରୁଦା ବହୁ ଲୋକଙ୍କୁ ମିଳିଥିବା ପଟ୍ଟା ସମ୍ବନ୍ଧରେ କହିଥିଲେ ।
ଏଭଳି ବହୁ ଜଣଙ୍କୁ ତହସିଲ ପକ୍ଷରୁ ବେନିୟମ ଭାବେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଜଙ୍ଗଲ ଜମି, ଚାଷ ଜମି, ରିଜର୍ଭ ଫରେଷ୍ଟ ଇତ୍ୟାଦିକୁ ଶାଗ ମାଛ ଦରରେ ତହସିଲ ପକ୍ଷରୁ ଲକ୍ଷାଧିକ ଟଙ୍କାରେ ଧନୀକ ଶ୍ରେଣୀର ଲୋକମାନଙ୍କୁ ଟେକି ଦିଆଯାଇଛି । ଯାହାର ତଦନ୍ତ ହେବା ସହ ସଂପୃକ୍ତ ତହସିଲଦାର ଆଲୋକ ଅନୁଗୁଳିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ସେହିପରି ତହସିଲଦାର ଜଣେ ସଚ୍ଚୋଟ କର୍ମଚାରୀ ବୋଲି ତାଙ୍କ ଦ୍ବାରା ପ୍ରାୟୋଜିତ କିଛି ଲୋକଙ୍କୁ ନେଇ ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଏହି ବ୍ୟକ୍ତିମାନେ ଜମି ପଟ୍ଟା ପାଇଥିବାରୁ କାଳେ କିଛି ଘଟିଯିବାର ଭୟ ରହିଥିବାରୁ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି।ଏପରିକି ତହସିଲ ପକ୍ଷରୁ କିଛି ସଂଗଠନ ଏବଂ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ପଟ୍ଟା ପ୍ରଦାନ କରାଯାଇଥିବା କୁହାଯାଇଛି । ଏତେ ସବୁ ହେବା ପରେ ମଧ୍ୟ ସଂପୃକ୍ତ ତହସିଲ ପକ୍ଷରୁ ଜମି ପଟ୍ଟା ଦେବାର ବନ୍ଦ କରାଯାଉ ନାହିଁ ।

ଏବେ ମଧ୍ୟ ଜମି ପଟ୍ଟା ପ୍ରଦାନ ଜୋରସୋରରେ କରାଯାଉଛି । ଜିଲ୍ଲା ପ୍ରଶାସନ ତାଙ୍କର କିଛି କରିପାରିବ ନାହିଁ ବୋଲି ସେ ଡିଣ୍ଡିମ ପିଟୁଛନ୍ତି । ଯାହା ଜିଲ୍ଲା ପ୍ରଶାସନର ଢିଲାପଣକୁ ଦର୍ଶାଉଛି । ଜିଲ୍ଲାପାଳ ତୁରନ୍ତ ତହସିଲଦାର ଅନୁଗୁଳିଆଙ୍କୁ କାଲିମେଳା ତହସିଲରୁ ନହଟାଇଲେ ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯିବ ବୋଲି ବୁରୁଦା ଚେତାବନୀ ଦେଇଛନ୍ତି । ସେହିପରି ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରିବା ସହ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.