ETV Bharat / state

ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା

ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଗୁରୁବାର ମାଲକାନଗିରି ସାମ୍ବାଦିକମାନେ ଧାରଣା ଦେଇଛନ୍ତି  । ଅଧିକ ପଢନ୍ତୁ...

journalist strike in malkangir
ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା
author img

By

Published : Feb 6, 2020, 2:47 PM IST

ମାଲକାନଗିରି: ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ମାଲକାନଗିରି ସାମ୍ବାଦିକଙ୍କ ଧାରଣା । ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଗୁରୁବାର ମାଲକାନଗିରି ସାମ୍ବାଦିକମାନେ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସମ୍ବାଦଦାତା ପ୍ରସାଦ ନାୟକ ଗତ ବୁଧବାର ନିଜ ପରିବାର ସହ ଖଇରପୁଟ ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଦାମଲଦେଇଙ୍କ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ନିୟୋଜିତ ଥିବା ଖଇରପୁଟ ପୋଲିସର ଏସଆଇପି.ଏସ ସାଙ୍ଗମା ଗାଡି ପାର୍କିଙ୍ଗକୁ ନେଇ ପ୍ରସାଦ ନାୟକଙ୍କୁ ତାଙ୍କ ପରିବାର ସମ୍ମୁଖରେ ଦୁର୍ବ୍ୟବହାର କରିବା ସହ ତାଙ୍କୁ ମାଡ଼ ମାରିଥିଲେ ।

ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା

ଯାହାକୁ ନେଇ ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର ସାମ୍ବାଦିକମାନେ ସମ୍ପୃର୍କ୍ତ ପୋଲିସ ଅଧିକାରୀଙ୍କ ନିଲମ୍ବିତ ସହ ଗିରଫ ଦାବିରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଯେପର୍ଯ୍ୟନ୍ତ ସମ୍ପୃର୍କ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ସହ ଗିରଫ କରାଯାଇନାହିଁ , ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବା ସହ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବହିଷ୍କାର କରାଯିବ ବୋଲି ସମସ୍ତ ସାମ୍ବାଦିକ ଚେତାବନୀ ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୋଲିସ ଜୁଲୁମ କୁ ପ୍ରତିବାଦ କରିବା ସହ ଜିଲ୍ଲାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଜିଲ୍ଲା ସାମ୍ବାଦିକଙ୍କ ଧାରଣା ।Body:ମାଲକାନଗିରି ଜିଲ୍ଲା ରେ କାର୍ଯ୍ୟରତ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସମ୍ବାଦଦାତା ପ୍ରସାଦ ନାୟକ ନାମକ ଜଣେ ବ୍ୟକ୍ତି ଗତକାଲି ସହପରିବାର ସହ ଖଇରପୁଟ ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଦାମଲଦେଇଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ସେଠାରେ ନୀୟଜିତ ଥିବା ଖଇରପୁଟ ପୋଲିସର ଏସଆଇ ପି.ଏସ ସାଙ୍ଗମା ଗାଡି ପାର୍କିଙ୍ଗକୁ ନେଇ ପ୍ରସାଦ ନାୟକଙ୍କୁ ତାଙ୍କ ପରିବାର ସମ୍ମୁଖରେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ସମ୍ପୂର୍କ୍ତ ପୋଲିସ ଅଧିକାରୀଙ୍କ ନିଲମ୍ବିତ କରିବା ସହ ଗିରଫ କରିବା ଦାବିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଆଜି ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ସମ୍ପୂର୍କ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଗିରଫ ନ କରାଯାଇଛି ସେତେବେଳ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବା ସହ ଆଗାମି ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବହିଷ୍କାର କରାଯିବ ବୋଲି ସମସ୍ତ ସାମ୍ବାଦିକ ଚେତାବନୀ ଦେଇଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.