ମାଲକାନଗିରି: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମାଲକାନଗିରି ପୌରପରିଷଦ ୩ ନମ୍ବର ୱାର୍ଡର ବସ୍ତି ବାସିନ୍ଦା । ସରକାରଙ୍କ ନିୟମ ଅନୁଯାୟୀ ଦୀର୍ଘ ବର୍ଷ ରହିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ। କିନ୍ତୁ ୩ ନମ୍ବର ୱାର୍ଡରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳୁଛି। କୌଣସି ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇନଥିବା ବେଳେ ବେନିୟମ ଭାବେ ଜଣେ ସରକାରୀ ଅଧିକାରୀଙ୍କୁ କିଭଳି ୨ ଏକରର ଜମି ପଟ୍ଟା ପ୍ରଦାନ କରଯାଇଛି ।
ଏନେଇ ଆଜି ୱାର୍ଡ ନମ୍ବର ୩ର ପ୍ରାୟ ୨୦୦ ରୁ ଅଧିକ ଲୋକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ