ETV Bharat / state

ବେଧଡକ ଚାଲିଛି ଜୁଆଖେଳ, ଚୁପ ବସିଛି ପୋଲିସ - ଖୁଲମଖୁଲା ଚାଲିଛି ଜୁଆଖେଳ

କୋରୋନା ସଂକ୍ରମଣ ଭୟ ମଧ୍ୟରେ ମାଲକାନଗିରି କାଲିମେଳା ବ୍ଲକରେ ବେଧଡକ ଚାଲିଛି ଜୁଆଖେଳ । ଚୁପ ବସିଛି ପୋଲିସ ପ୍ରଶାସନ । ଅଧିକ ପଢନ୍ତୁ...

illegal gambling game in malkanagiri
ବେଧଡକ ଚାଲିଛି ଜୁଆଖେଳ, ଚୁପ ବସିଛି ପୋଲିସ
author img

By

Published : Jan 7, 2021, 8:13 PM IST

ମାଲକାନଗିରି: ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଏବେ ବି ସଂକ୍ରମଣ ଭୟ ଟଳିନି । ଏପରି ସ୍ଥିତିରେ ଗାଁ ଗାଁରେ ବେଧଡକ ଚାଲିଛି ଜୁଆଖେଳ । ଲକ୍ଷ ଲକ୍ଷ ଟଙ୍କା ଲାଗୁଛି ଖେଳରେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି କାଲିମେଳା ବ୍ଲକ ଲୁଗେଇ ପଞ୍ଚାୟତର ଭଣ୍ଡାରୀଗୁଡା ଗ୍ରାମରେ । ଖୁଲମଖୁଲା ଜୁଆଖେଳ ଚାଲୁଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହ ସୃଷ୍ଟି କରିଛି ।

ବେଧଡକ ଚାଲିଛି ଜୁଆଖେଳ, ଚୁପ ବସିଛି ପୋଲିସ

ଗାଁର ବିଭିନ୍ନ ସ୍ଥାନରେ ରାତି ଦିନ ସୁବିଧା ସୁଯୋଗ ଦେଖି ଜୁଆଖେଳ ଆରମ୍ଭ ହୋଇଯାଉଛି । ବିଶେଷକରି ରାସ୍ତାକଡ ଜମି, ବୁଦୁବୁଦିଆ ସ୍ଥାନ ଓ ଘର ଭିତରେ ଚାଲୁଛି ଏହି ଖେଳ । ଜୁଆଖେଳରେ ଯୁବବର୍ଗ ଠାରୁ ଆରମ୍ଭ କରି ନାବାଳକମାନେ ସାମିଲ ହେଉଥିବା ଜଣାପଡିଛି । ଏପରିକି ସରକାରୀ ଚାକିରୀଆ ଓ ବ୍ୟବସାୟୀମାନେ ମଧ୍ୟ ଶୀଘ୍ର ଲାଭବାନ ହେବା ଆଶାରେ ଏହି ଖେଳ ପ୍ରତି ଆଗ୍ରହୀ ହେଉଛନ୍ତି । ଅନ୍ୟପଟେ ଜୁଆଖେଳ ଅନେକ ପରିବାରକୁ ସର୍ବସ୍ବାନ୍ତ କରିଦେଲାଣି । ଗାଁ ଗାଁରେ ଖୁଲମଖୁଲା ଭାବେ ଏହି ଖେଳ ଚାଲୁଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ ନ ଜାଣିବା ତାହା ଚିନ୍ତାର ବିଷୟ ପାଲଟିଛି ।

ପର୍ବପର୍ବାଣି ଆସିଲେ ଜୁଆଡ଼ିମାନେ ଅଧିକ ସକ୍ରିୟ ହୁଅନ୍ତି l କାଳୀପୂଜା, ଲକ୍ଷ୍ମୀପୂଜା ଓ ଦଶହରା ହେବା ସ୍ଥାନରେ ଏହି ଜୁଆ ଖେଳର ଆଡ୍ଡା ଅଧିକ ଜମିଥାଏ l ହେଲେ ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ମଧ୍ୟ ମିଳୁଥିବା ଧାନ ଟଙ୍କାରେ ଜୁଆ ଖେଳିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ପର୍ବପର୍ବାଣିକୁ ସରକାର ଅନୁମତି ଦେଇନଥିବା ବେଳେ ଜୁଆଖେଳ ପାଇଁ ଶହ ଶହ ଲୋକ ଏକାଠି ହେବା ସଂକ୍ରମଣ ଭୟ ସୃଷ୍ଟି କରୁଛି । ତେଣୁ ଏଥିପ୍ରତି ଜିଲ୍ଲା ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.