ETV Bharat / state

ମାଲକାନଗିରିରେ ପତ୍ନୀକୁ ଏସିଡ ମାଡ଼ କଲା ପତି

ମାଲକାନଗିରିରେ ସ୍ତ୍ରୀକୁ ଏସିଡ ମାଡ଼ କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମ୍‌ଭି79 ଗ୍ରାମରେ ।

author img

By

Published : Apr 21, 2019, 7:58 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସାମାନ୍ୟ ମନମାଳିନ୍ୟରୁ ଏସିଡ ମାଡ କଲା ସ୍ବାମୀ । ମାଲକାନଗିରି ଜିଲ୍ଲା ଏମ୍‌ଭି79 ଗ୍ରାମରେ ସ୍ତ୍ରୀକୁ ଏସିଡ ମାଡ଼ କରିଛି ସ୍ୱାମୀ । ଆହତ ମମତାଙ୍କୁ ଉଦ୍ଧାର କରାଯାଇ ଏମ୍‌ଭି71 ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ ରବିବାର ମାଲକାନଗିରି ଜିଲ୍ଲାର ଏମ୍‌ଭି 83 ଗ୍ରାମର ମମତା ଜୋଦ୍ଧାର ନାମକ ମହିଳା ନିଜ ସମ୍ପର୍କୀୟଙ୍କ ସହ ଏମ୍‌ଭି 79 ବଜାରକୁ ଯାଇଥିଲେ । ସେହି ସମୟରେ ତାଙ୍କ ସ୍ୱାମୀ ପଛପଟୁ ତାଙ୍କ ଉପରେ ଏସିଡ ପକାଇ ଦେଇଥିଲେ । ମମତା ସୌଭାଗ୍ୟବଶତଃ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଏସିଡ ମାଡ଼ ଯୋଗୁଁ ମମତାଙ୍କ ଶରୀରରେ କିଛି ସ୍ଥାନ ପୋଡି ଯାଇଛି ।

ତେବେ ମମତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେଣୁ ମମତା ବିବାହର ମାତ୍ର 2 ମାସ ପରେ ନିଜ ବାପା ଘରେ ରହୁଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.