ETV Bharat / state

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଯୁବକ - ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଲବ ହାଡି

ରୋଜଗାର କରିବା ସମୟରେ ପାଲଟିଛନ୍ତି ଶଯ୍ୟାଶାୟୀ । ଯୁବାବସ୍ଥାରେ ବାପା ମାଙ୍କୁ ସହାୟତା କରିବା ବଦଳରେ ପାଲଟିଛନ୍ତି ବୋଝ । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପଦ୍ମଗିରି ଗ୍ରାମର ଲବ । ଯଦି କୌଣସି ସହୃଦୟବାନ ବ୍ୟକ୍ତି ସହଯୋଗର ହାତ ବଢାଇଲେ କିମ୍ବା ଜିଲ୍ଲା ପ୍ରଶାସନ ସହାୟତା କଲେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବ। ଅଧିକ ପଢନ୍ତୁ...

helpless laba hadi of malkangiri need govt help for treatement
ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଶଯ୍ୟାସାୟୀ ଯୁବକ
author img

By

Published : Jan 25, 2021, 10:53 PM IST

Updated : Jan 25, 2021, 11:07 PM IST

ମାଲକାନଗିରି: ପୋଲ ତଳକୁ ଖସି ଶଯ୍ୟାଶାୟୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ରୋଜଗାର କରିବା ସମୟରେ ପାଲଟିଛନ୍ତି ଶଯ୍ୟାଶାୟୀ । ଯୁବାବସ୍ଥାରେ ବାପା ମାଙ୍କୁ ସହାୟତା କରିବା ବଦଳରେ ପାଲଟିଛନ୍ତି ବୋଝ । ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ଯୋଗୁଁ ଉନ୍ନତ ଚିକିତ୍ସା ହୋଇପାରୁନାହିଁ ।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଯୁବକ

ଏ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପଦ୍ମଗିରି ଗ୍ରାମର ଲବ ହାଡି । ପଦ୍ମଗିରି ଗ୍ରାମର ହେତୁ ହାଡିଙ୍କ ଏକ ମାତ୍ର ପୁଅ ଲବ ହାଡି । ନିଜର ଅଳ୍ପ କିଛି ଜମିରେ ଚାଷ କରି ପରିବାର ଚଳାଇ ଆସୁଥିଲେ। ବାପାଙ୍କୁ ସର୍ବଦା ଲବ ଚାଷ କାମରେ ସହଯୋଗ କରି ଆସୁଥିଲେ। ଗତ କିଛି ମାସ ତଳେ ଜମିରୁ ଚାଷ କାମ ସାରି ଫେରିବା ସମୟରେ ପୋଲ ତଳୁ ପଡିଯାଇଥିଲେ ଲବ। ଏଥିରେ ଲବଙ୍କ ବେକ ପାଖ ଶିର ଦବି ଯିବା ସହ ଶରୀରର ବାମ ପଟ ଅଂଶ କିଛି କାମ କରିନଥିଲା ।ପ୍ରଥମେ ପରିବାର ଲୋକେ ମାଲକାନଗିରି ପରେ କୋରାପୁଟ ମେଡିକାଲରେ ଚିକିତ୍ସିତ କରାଇଥିଲେ। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ଜୟପୁର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଇଥିଲେ। ଟାଙ୍କା ଖର୍ଚ୍ଚ ସରିବା ପରେ ମଧ୍ୟ ଲବ ସୁସ୍ଥ ନ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ସେପଟେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଉନ୍ନତ ଚିକିତ୍ସା ପାଇଁ ପୁଅକୁ ବଡ ମେଡିକାଲ ନେଇ ପାରୁନଥିବା ବାପା କୋହଭରା କଣ୍ଠରେ କହିଛନ୍ତି।

ଯଦି ପ୍ରଶାସନ ପକ୍ଷରୁ ଉନ୍ନତ ମାନର ଚିକିତ୍ସା ପାଇଁ କିଛି ସହାୟତା ଯୋଗାଇ ଦିଆଯାଏ ତେବେ ସେ ସୁସ୍ଥ ହୋଇ ପୂର୍ଵ ଭଳି ଚାଷ କାମରେ ସାହାଯ୍ୟ କରି ପାରିବେ । ପରିବାରରେ ପୁଣି ଖୁସି ଫେରିଆସିବ ବୋଲି ବାପା କହିଛନ୍ତି। ଯଦି କୌଣସି ସହୃଦୟବାନ ବ୍ୟକ୍ତି ସହଯୋଗର ହାତ ବଢାଇଲେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

Last Updated : Jan 25, 2021, 11:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.