ETV Bharat / state

ସାଟିର୍ଫିକେଟ ବଦଳରେ ଟଙ୍କା ଆଦାୟ ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ବିତ - ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ମାଟ୍ରିକ ସାର୍ଟିଫିକେଟ ବଦଳରେ ଟଙ୍କା ନେଇ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷକ । ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

ସାଟିର୍ଫିକେଟ ବଦଳରେ ଟଙ୍କା ନେଇ ପ୍ରଧାନଶିକ୍ଷକ ନିଲମ୍ବିତ

author img

By

Published : Jul 5, 2023, 10:36 PM IST

ସାଟିର୍ଫିକେଟ ବଦଳରେ ଟଙ୍କା ନେଇ ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି: ମାଟ୍ରିକ ସାର୍ଟିଫିକେଟ ବଦଳରେ ଟଙ୍କା ନେବା ପଡିଲା ମହଙ୍ଗା। ସାର୍ଟିଫିକେଟ୍ ପାଇଁ ଟଙ୍କା ନେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷକ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତରେ ଘଟିଛି ଏଭଳି ଘଟଣା। ଗଠନପାଲ୍ଲୀ ସ୍ଥିତ ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଜାଣିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରଲ ହେବା ପରେ ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ତେବେ ଏହି ଘଟଣାରେ ପ୍ରାଥମିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା। ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଥିବାବେଳେ ସତ୍ଯତା ଜଣାପଡିବା ପରେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ପିଲାମାନେ ସାର୍ଟିଫିକେଟ ନେବା ପାଇଁ ବିଦ୍ୟାଳୟକୁ ଆସିଥିଲେ। ହେଲେ ମାଟ୍ରିକ ସାର୍ଟିଫିକେଟ୍ ବଦଳରେ ଟଙ୍କା ଆଦାୟ କରୁଥିଲେ ଗଠନପାଲ୍ଲୀ ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ଜଳଧର ବେହେରା। "ହଜାରେ ଟଙ୍କା ଦିଅ, ସାର୍ଟିଫିକେଟ ନିଅ। ଟଙ୍କା ନଦେଲେ ସାର୍ଟିଫିକେଟ ମିଳିବନି। କାହିଁକି ନା ସାର୍ଟିଫିକେଟ ଆଣିବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି । ଟଙ୍କା ନେଇ ଆସିଲେ ହିଁ ସାର୍ଟିଫିକେଟ ଦିଆଯିବ।" ଏମିତି କିଛି କହି ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଥିଲେ ପ୍ରଦାନ ଶିକ୍ଷକ। ଆଉ ଟଙ୍କା ନଦେଲେ ସାର୍ଟିଫିକେଟ୍ ଦେବା ପରିବର୍ତ୍ତ ସେ ପିଲାଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ପ୍ରଧାନଶିକ୍ଷକ ଟଙ୍କା ନେଉଥିବା ସମୟର ଦୃଶ୍ୟ ଜଣେ ଛାତ୍ର ନିଜ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଭାଇରାଲ ଭିଡିଓରେ ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ସାର୍ଟିଫିକେଟ ଦେବା ପାଇଁ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ବାବୁ, ବନ୍ଧା ହେଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ

ଏହି ସମୟର ଭିଡିଓ ଗତ ଦୁଇ ଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଗଠନପାଲି ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ୨୨ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍‌ କରିଥିବା ଜଣାପଡିଛି। ଗତ ଶନିବାର ଦିନ ଏହି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସାର୍ଟିଫିକେଟ, ସ୍କୁଲ ଲିଭିଂ ସାର୍ଟିଫିକଟେ, ମାଇଗ୍ରେସନ୍ କଣ୍ଡକ୍ଟ ସାର୍ଟିଫିକେଟ, ବୋର୍ଡ ସାର୍ଟିଫିକେଟ ଦିଆଯାଉଥିଲା। ତେବେ ସାର୍ଟିଫିକେଟ ଦେବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ୮ଜଣ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଠାରୁ ୧ ହଜାର ଟଙ୍କା ଲେଖାଁଏ ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.