ETV Bharat / state

ଜନ୍ମମାଟିରେ ସତ୍ୟବୀର ସିଂ ରିଆରଙ୍କୁ ଭବ୍ୟ ସ୍ୱାଗତ

author img

By ETV Bharat Odisha Team

Published : Jan 11, 2024, 5:52 PM IST

Updated : Jan 11, 2024, 6:00 PM IST

Grand Welcome To Satbir Singh Riar: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ସତ୍ୟବୀର ସିଂ ରିଆର୍ ମାଲକାନଗିରିରେ ପହଞ୍ଚିଛନ୍ତି । ସେ ପୁର୍ବରୁ ୧୬, ୧୯ ଏବଂ ୨୩ବର୍ ରୁ କମ୍ ରଣଜୀ ଟ୍ରଫି, ସୟଦ ମୁସ୍ତାକ ଟ୍ରଫି ଓ ଓସିଏର ମ୍ୟାନେଜର ଭାବେ କାର୍ଯ୍ୟ କରିସାରିଛନ୍ତି । ଅଧିକ ପଢନ୍ତୁ

ସତ୍ୟବୀର ସିଂ ରିଆରଙ୍କୁ ନିଜ ମାଟିରେ ଭବ୍ୟ ସ୍ୱାଗତ
ସତ୍ୟବୀର ସିଂ ରିଆରଙ୍କୁ ନିଜ ମାଟିରେ ଭବ୍ୟ ସ୍ୱାଗତ

ଜନ୍ମମାଟିରେ ସତ୍ୟବୀର ସିଂ ରିଆରଙ୍କୁ ଭବ୍ୟ ସ୍ୱାଗତ

ମାଲକାନଗିରି: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ସତ୍ୟବୀର ସିଂ ରିଆର୍ ସାଉଥ୍ ନିଜ ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି । ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ମାଲକାନଗିରିବାସୀ । ଦକ୍ଷିଣ ଆଫ୍ରିକା ଗସ୍ତ ସାରି ନିଜ ଜନ୍ମମାଟିକୁ ଫେରିଛନ୍ତି ଓଡିଆ ପୁଅ ସତ୍ୟବୀର । ତେବେ ଜିଲ୍ଲାରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।

ସତ୍ୟବୀର ସିଂ ଭାରତୀୟ କ୍ରିକେଟ ସିନିଆର ଦଳର ଦକ୍ଷିଣ ଆଫ୍ରିକା ଟୁର ସମୟରେ ମ୍ୟାନେଜର ଭାବରେ ମନୋନୀତ ହୋଇଥିଲେ । ସେ ୨ଟି ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ପାଇଁ ଦଳର ମ୍ୟାନେଜର ରହିଥିଲେ । ୨ଟି ଟେଷ୍ଟ ମ୍ୟାଚରେ ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଜିତି ଥିବାବେଳେ, ଦ୍ୱିତୀୟ ମ୍ୟାଚ ଭାରତୀୟ କ୍ରିକେଟ ଦଳ ଐତିହାସିକ ବିଜୟୀ ହାସଲ କରିଥିଲା ଫଳରେ ସିରିଜ୍ ଡ୍ର ରହିଥିଲା । ଏହି ଦଳରେ ବିରାଟ କୋହଲି, ରୋହିତ ଶର୍ମା ସମେତ ଲୋକେଶ ରାହୁଲଙ୍କ ଭଳି ଷ୍ଟାର କ୍ରିକେଟର ସାମିଲ ରହିଥିଲେ । ତେବେ ସାଉଥ୍ ଆଫ୍ରିକା ଗସ୍ତ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସତ୍ୟବୀର ।

ଅନ୍ୟପଟେ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ତାଙ୍କର ସାଙ୍ଗସାଥୀ, ବୁଦ୍ଧିଜୀବୀମାନେ ବିରାଟ ଶୋଭାଯାତ୍ରା କରି ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି । ଲୋକଙ୍କ ଭଲ ପାଇବା ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ସେ । ଜିଲ୍ଲାର ସେ ଜଣେ ଜଣାଶୁଣା ବରିଷ୍ଠ କ୍ରିକେଟ ଖେଳାଳି ଭାବେ ପରିଚିତ । ସେ ପୂର୍ବରୁ ୧୬, ୧୯ ,୨୩ବର୍ଷରୁ କମ୍ ରଣଜୀ ଟ୍ରଫି, ସୟଦ ମୁସ୍ତାକ ଟ୍ରଫି ଓ ଓସିଏର ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ପ୍ରେରଣାରେ ଜିଲ୍ଲାର ତଥା ରାଜ୍ୟର ବହୁ ଖେଳାଳି ବାହାରେ ନାଁ କମାଇଛନ୍ତି । ସେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ....ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର: ରାଜ୍ୟପାଳ

ସେ ଓସିଏର ଜଣେ ଦକ୍ଷ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟକରି ଆସୁଥିଲେ । ବର୍ତ୍ତମାନ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ସତବୀରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ତାଙ୍କ ମାଆଙ୍କ କହିବା ଅନୁସାରେ ସେ ପିଲାଟି ବେଳୁ କ୍ରିକେଟ ପ୍ରତି ଅହେତୁକ ଦୁର୍ବଳତା ଥିଲା । ସେଥିପାଇଁ ବିଭିନ୍ନ ଜାଗାରେ ବାଧା ବିଘ୍ନକୁ ସାମ୍ନା କରି ଆଜି ଏହି ସ୍ଥାନରେ ପହଁଞ୍ଚିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ କରିବା ପରେ ସେ କେବଳ ଘର ପାଇଁ ନୁହଁ ସାରା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଓଡିଶାରୁ ରଞ୍ଜିତ ବିଶ୍ବାଳ ଥିବାବେଳେ ଏହା ବର୍ତ୍ତମାନ ପୁଣି ଓଡ଼ିଶା ମାଲକାନଗିରି ଜିଲ୍ଲାର ସତବିର ସିଂ ରିୟାରଙ୍କୁ ଦାୟିତ୍ବ ତୁଲାଇବାକୁ ଦିଆଯାଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Jan 11, 2024, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.