ETV Bharat / state

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବଣ୍ତାଘାଟି ସୀତାକୁଣ୍ତରୁ ଗଲା ପବିତ୍ର ଜଳ - ରାଜ୍ୟପାଳ ମାଲକାନଗିରି ଗସ୍ତ

ମାଲକାନଗିରି ଜିଲ୍ଲା ଗସ୍ତରେ ରହିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ଏହି ଅବସରରେ ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବଣ୍ତାଘାଟିର ସୀତାକୁଣ୍ତରୁ ପାଣି ଉଠାଇଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ରାଜ୍ୟପାଳ, ବୁଲିଲେ ବଣ୍ଡା ଘାଟି

author img

By

Published : Mar 22, 2022, 10:17 PM IST

ମାଲକାନଗିରି: ଜିଲ୍ଲା ଗସ୍ତରେ ରହିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ଏହି ଅବସରରେ ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବଣ୍ତାଘାଟିର ସୀତାକୁଣ୍ତରୁ ପାଣି ଉଠାଇଛନ୍ତି । ରାଜ୍ୟପାଳ ସୀତାକୁଣ୍ତରୁ ପାଣି ଉଠାଇ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା କରିଛନ୍ତି । କଡା ସୁରକ୍ଷାରେ ରାଜ୍ୟପାଳ ବଣ୍ତାଘାଟିରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ପରେ ସେ ମୁଦୁଲିପଡାସ୍ଥିତ ସୀତାକୁଣ୍ତରୁ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପାଣି ଊଠାଇଥିଲେ । ଏହାପରେ ସେ ରାଷ୍ଟ୍ରୀୟ କବି ସଂଘ ପକ୍ଷରୁ ଆୟୋଜିତ ସଭାରେ ସାମିଲ ହୋଇଥିଲେ ।

ମାଲକାନଗିରିରେ ରାଜ୍ୟପାଳ, ବୁଲିଲେ ବଣ୍ଡା ଘାଟି

ଏହି ଅବସରରେ ତାଙ୍କୁ ବଣ୍ତା ନୃତ୍ୟର ତାଳେତାଳେ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ ବଣ୍ତାଲୋକେ । ବଣ୍ତା ହେଉଛନ୍ତି ଏକ ଆଦିମ ଜନଜାତି । ରାମରାଜ୍ୟ ସମୟରେ ଏହି ପୁରାତନ ଜନଜାତିର ଲୋକଙ୍କ ମଧ୍ୟ ପ୍ରତିଷ୍ଠା ଥିଲା । ଆଜି କିନ୍ତୁ ଏମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ତାଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.