ETV Bharat / state

ଲାଲଗଡରେ 11 କୋଟିର ଗଞ୍ଜେଇ ଗଛ ନଷ୍ଟ - GANJA SEIZED

ମାଲକାନଗିରି ଜିଲ୍ଲାରେ 11 କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ମାଲକାନଗିରି,ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସହ ଚିତ୍ରକୋଣ୍ଡା ପୋଲିସ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ।

ଲାଲଗଡରେ 11 କୋଟିର ଗଞ୍ଜେଇ ଗଛ ନଷ୍ଟ
author img

By

Published : Nov 22, 2019, 10:58 AM IST

Updated : Nov 22, 2019, 8:12 PM IST

ମାଲକାନଗିରି: ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ । ଯାହାର ଆନୂମାନିକ ମୂଲ୍ୟ 11 କୋଟି ଟଙ୍କା ହେବ ।

ଲାଲଗଡରେ 11 କୋଟିର ଗଞ୍ଜେଇ ଗଛ ନଷ୍ଟ

ଚିତ୍ରୋକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଚାଷକୁ ଶୁକ୍ରବାର ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସହ ଚିତ୍ରକୋଣ୍ଡା ପୋଲିସ ମିଳିତ ଭାବେ ଚଢାଉ କରି ନଷ୍ଟ କରିଥିଲେ । ଜିଲ୍ଲାର ହରିପୁର, ଆମ୍ବପଦର ଓ ମୁଦୁଲିଗୁଡା ଗାଁ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ । ମାଓ ଭୟରେ ଏଠାରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିବା ବେଳେ ଯାହାର ଫାଇଦା ଉଠାଇ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଛି । ଶୁକ୍ରବାର ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢାଉ କରି ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୬୦ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୧୦ଲକ୍ଷ ୪୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି ।

ଯାହାର ଆନୂମାନିକ ବଜାର ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ବିଶେଷ କରି ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ନଷ୍ଟ ହେଲା ୧୧ କୋଟି ଟଙ୍କାରର ବେଆଇନ ସବୁଜ ଜହର । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ଆଜି ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସହ ଚିତ୍ରୋକୋଣ୍ଡା ପୋଲିସ ସହାୟତାରେ ମିଳିତ ଭାବେ ନଷ୍ଟ କରାଯାଇଛି । Body:ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ଭାବେ ବେସ ପରିଚିତ ହରିପୁର, ଆମ୍ବପଦର ଓ ମୁଦୁଲିଗୁଡା ଗ୍ରାମରେ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୬୦ ଏକର ଜଙ୍ଗଲ ଜମିରେ ଚାଷ କରା ଯାଇଥିବା ବେଆଇନ ୧୦ଲକ୍ଷ ୪୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ବିଶେଷ କରି ବର୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଧେଶରେ ମାଲକାନଗିରି ଅବକାରି ଅଧିକ୍ଷକ ଅଶୋକ ଶେଠଙ୍କ ନେତୃତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ମଧ୍ୟ ମାଲକାନଗିରି ଅବକାରି ବିଭାଗ ଓ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ତିଖ୍ନ ନଜର ଦିଆଯାଇଥିବା ଜଣା ପଡିଛି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
Last Updated : Nov 22, 2019, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.