ETV Bharat / state

ମାଲକାନଗିରିରୁ 14 ଶିଶୁ ଶ୍ରମିକଙ୍କୁ ଆନ୍ଧ୍ର ଚାଲାଣ, ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

author img

By

Published : Jan 9, 2020, 10:46 PM IST

ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛି କରୁଣ ବୟସ । ଅନ୍ଧାରରେ ଆସନ୍ତାକାଲିର ଭବିଷ୍ୟତ । ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ସେସବୁରୁ ବଞ୍ଚିତ ଶୈଶବ । ନା ଅଛି ଶିକ୍ଷା ନା ଅଛି ପେଟକୁ ଦାନା । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିଶୁ ।

rescued-in-andharpradesh
rescued-in-andharpradesh

ମାଲକାନଗିରି: ଅନ୍ଧାରରେ ଆସନ୍ତାକାଲିର ଭବିଷ୍ୟତ । ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛି କରୁଣ ବୟସ । ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ସେସବୁରୁ ବଞ୍ଚିତ ଶୈଶବ । ନା ଅଛି ଶିକ୍ଷା ନା ଅଛି ପେଟକୁ ଦାନା । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିଶୁ । ତେବେ ଆଜି ମାଲକାନଗିରି ଜିଲ୍ଲାରେ ଖେଳିଯାଇଛି ଚହଳ ଏବଂ ଦୃଶ୍ୟମାନ ହୋଇଛି ଶିଶୁ ଚାଲାଣର କରୁଣ ସ୍ପଷ୍ଟ ଚିତ୍ର ।

ମାଲକାନଗିରିରୁ 14 ଶିଶୁ ଶ୍ରମିକଙ୍କୁ ଆନ୍ଧ୍ର ଚାଲାଣ, ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ପୋଡିଆ ବ୍ଲୋକ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଉଦୟଗିରି ଅଞ୍ଚଳର ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା । ଏହାର ଖବର ପାଇ ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ପୋଲିସ ସୀମାନ୍ତରୁ ଏମାନଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଏହି ୧୪ ଜଣ ଶିଶୁଙ୍କୁ ଲଙ୍କା ମରିଚ ଫାର୍ମରେ କାମ କରାଇବା ସହ ଉତ୍ତମ ଭବିଷ୍ୟତର ସ୍ବପ୍ନ ଦେଖାଇ ଦଲାଲ ଆନ୍ଧ୍ରପ୍ରଦେଶକୁ ଚାଲାଣ କରିଥିବା ଜଣାପଡ଼ିଛି ।

ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କୁ ସୁକୁମା ପୋଲିସ ସୁକୁମା ଚାଇଲ୍ଡ ଲାଇନ ହାତରେ ହସ୍ତାନ୍ତର କରିଥିଲେ ପରେ ସୁକୁମା ଚାଇଲ୍ଡ ଲାଇନ ମାଲକାନଗିରି ଚାଇଲ୍ଡ ଲାଇନ ପାଖରେ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର ପରେ ଏମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ସହ ଯେଉଁ ଦଲାଲ ଏମାନଙ୍କୁ ଚାଲାଣ କରାଉଥିଲା ତାକୁ ଗିରଫ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ନଜରକୁ ଅଣାଯିବ ବୋଲି ମାଲକାନଗିରି ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଅନ୍ଧାରରେ ଆସନ୍ତାକାଲିର ଭବିଷ୍ୟତ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛି କରୁଣ ବୟସ । ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ସେସବୁରୁ ବଞ୍ଚିତ ଶୈଶବ । ନା ଅଛି ଶିକ୍ଷା ନା ଅଛି ପେଟକୁ ଦାନା । ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିଶୁ । ତେବେ ଆଜି ମାଲକାନଗିରି ଜିଲ୍ଲାରେ ଖେଳିଯାଇଛି ଚହଳ ଏବଂ ଦୃଶ୍ୟମାନ ହୋଇଛି ଶିଶୁ ଚାଲାଣର କରୁଣ ସ୍ପଷ୍ଟ ଚିତ୍ର । Body:ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ପୋଡିଆ ବ୍ଲୋକ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତ ର ଉଦୟଗିରି ଅଞ୍ଚଳର ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବାର ଖବର ପାଇ ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ପୋଲିସ ସୀମାନ୍ତରୁ ଏମାନଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଏହି ୧୪ ଜଣ ଶିଶୁଙ୍କୁ ଲଙ୍କା ମରିଚ ଫାର୍ମରେ କାମ କରାଇବା ସହ ଉତ୍ତମ ଭବିଷ୍ୟତର ସ୍ବପ୍ନ ଦେଖାଇ ଦଲାଲ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଇଥାନ୍ତା । ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କୁ ସୁକୁମା ପୋଲିସ ସୁକୁମା ଚାଇଲ୍ଡ ଲାଇନ ହାତରେ ହସ୍ତାନ୍ତର କରିଥିଲେ ପରେ ସୁକୁମା ଚାଇଲ୍ଡ ଲାଇନ ମାଲକାନଗିରି ଚାଇଲ୍ଡ ଲାଇନ ପାଖରେ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର ପରେ ଏମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ସହ ଯେଉଁ ଦଲାଲ ଏମାନଙ୍କୁ ଚାଲାଣ କରାଉଥିଲା ତାକୁ ଗିରଫ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ନଜରକୁ ଅଣାଯିବ ବୋଲି ମାଲକାନଗିରି ସିଡାବ୍ଲୁସି ଅଦ୍ଧକ୍ଷ କହିଛନ୍ତି ।

ବାଇଟ – ଅଶୋକ କୁମାର ପଟ୍ଟନାୟକ, ସିଡାବ୍ଲୁସି ଅଦ୍ଧକ୍ଷ, ମାଲକାନଗିରି
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.