ମାଲକାନଗିରି: ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି। ବୁଡ଼ିଲା କରୁକୋଣ୍ଡା ଏବଂ mv-37 ପୋଲ। ପୋଲ ଉପରେ 4 ରୁ 5 ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ ବାଲିମେଳା ଏବଂ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି ।
ତେବେ ହଠାତ ବନ୍ୟା ଜଳ ମାଡ଼ି ଆସିବାରୁ ବହୁ ଗାଁ ଜଳବନ୍ଦୀ ହୋଇ ରହିଛି।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ