ETV Bharat / state

ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ମାଛ ମାଂସ ବିକ୍ରି ଅଭିଯୋଗ

ବ୍ୟବସାୟୀମାନେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ମାଛ ମାଂସ ବିକ୍ରି କରୁଥିବା ନେଇ ଖାଉଟିମାନେ ଅଭିଯୋଗ କରିଛନ୍ତି ।

author img

By

Published : May 26, 2019, 9:22 PM IST

Updated : May 26, 2019, 10:31 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଖାଉଟି ଅସନ୍ତୋଷ ଦେଖାଦେଇଛି । ନିୟନ୍ତ୍ରିତ ବଜାର କମିଟି ମାଛ, ମାଂସ ଦର ନିୟନ୍ତ୍ରିତ କରିଥିବାବେଳେ ଏହା କେବଳ ଫଳକରେ ସୀମିତ ହୋଇ ରହିଯାଇଛି । ଯାହାଫଳରେ ବ୍ୟବସାୟୀମାନେ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ମାଛ ମାଂସ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁଯାୟୀ, ମାଛ ଦର ପ୍ରଶାସନ ୧୪୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ସ୍ଥିର କରିଥିବାବେଳେ ମାଛ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଠକି କଳା ବଜାରରେ ୨୦୦ ରୁ ୩୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ସେହିପରି ଖାସି ମାଂସ କିଲୋ ପିଛା ୪୪୦ଟଙ୍କା ଦର ଧାର୍ଯ୍ୟ ହୋଇଥିବାବେଳେ ମାଂସ ବେପାରୀ ୬୦୦ରୁ ୬୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ।

ଏ ନେଇ ଗ୍ରାହକମାନେ ବାରମ୍ବାର ପୌର ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୌରପରିଷଦ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମାଲକାନଗିରି ସହରରେ ମାଛ ମାଂସ ବିକ୍ରି ବନ୍ଦ କରାଯିବ ବୋଲି ମାଲକାନଗିରି ଗ୍ରାହକ ମଞ୍ଚ ଚେତାବନୀ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
Last Updated : May 26, 2019, 10:31 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.