ମାଲକାନଗିରି: ପୋଲିସ ମାଓବାଦୀଙ୍କ ମଧ୍ଯରେ ପୁଣି ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି ।
ସୂଚନାଅନୁଯାୟୀ ମାଲକାନଗିରି SPଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଗତକାଲି ରାତିରେ DVF ଓ SOG ଜବାନ୍ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ଆଜି ସକାଳୁ ସେଠାରେ ଗୁଳିବିନିମୟ ହୋଇଥିବା ସହ ବର୍ତମାନ ବି ସେଠାରେ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି ।
ସୂଚନାଥାଉକି ଗତ ତିନିଦିନ ପୂର୍ବରୁ ତୁଳସୀ ପାହାଡରେ ଗୁଳି ବିନିମୟରେ ଦୁଇ ପୁରୁଷ ମାଓବାଦୀଙ୍କ ସହ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ ।
ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ