ETV Bharat / state

ଆସ୍ଥା, ବିଶ୍ବାସ ଓ ଏକତାର ପର୍ବ: ବଡଯାତ୍ରା - ମାଲକାନଗିରି

ବାରମାସରେ ତେର ପର୍ବ ପାଇଁ ସାରା ବିଶ୍ବରେ ଓଡିଶାର ରହିଛି ବେଶ୍‌ ନାମ । ପ୍ରତିଦିନ କିଛି ନା କିଛି ପର୍ବ ସହ ଏକତାକୁ ବେଶ୍‌ ଆଡମ୍ବରରେ ପାଳନ କରନ୍ତି ରାଜ୍ୟବାସୀ । ଏହି ପର୍ବମାନଙ୍କରେ ଗୋଟିଏ ପର୍ବ ହେଉଛି ବଡପର୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Mar 17, 2019, 9:28 AM IST

ମାଲକାନଗିରି: ବାରମାସରେ ତେର ପର୍ବ ପାଇଁ ସାରା ବିଶ୍ବରେ ଓଡିଶାର ରହିଛି ବେଶ୍‌ ନାମ । ପ୍ରତିଦିନ କିଛି ନା କିଛି ପର୍ବ ସହ ଏକତାକୁ ବେଶ୍‌ ଆଡମ୍ବରରେ ପାଳନ କରନ୍ତି ରାଜ୍ୟବାସୀ । ଏହି ପର୍ବମାନଙ୍କରେ ଗୋଟିଏ ପର୍ବ ହେଉଛି ବଡପର୍ବ । ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ପାଳନ ହୁଏ ଏହି ପର୍ବ । ତେବେ ଏହାର ବିଶେଷତ୍ବ ହେଉଛି କି ଏହି ପର୍ବ ପାଳନ କରିବା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାର ଯଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ ।

ଭିନ୍ନ ଏହି ବଡଯାତ୍ରା ପର୍ବରେ କାନାମରାଜୁ, ବାଲାରାଜୁ, ପୋତରାଜୁ ଓ ଦେବୀ ମୁତ୍ୟେଲୁଆମ୍ମା ପୂଜା ପାଇଥାଆନ୍ତି । ସୁଦୂର ଆନ୍ଧ୍ରପ୍ରଦେଶ ପୋଲେରୁଠାରୁ ଆରମ୍ଭ ହୁଏ ଯାତ୍ରା । ଆଦ୍ୟ ପୂଜାବିଧି ସାରି ଦୀର୍ଘ 100 କିଲୋମିଟର ପଦଯାତ୍ରା କରି ମାଲକାନଗିରିରେ ଆସି ପହଞ୍ଚନ୍ତି ଠାକୁର । ତେବେ ଜିଲ୍ଲାର 3 ଭିନ୍ନ ସ୍ଥାନରେ 4 ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଠାକୁରଙ୍କ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟେ ଭକ୍ତଙ୍କ ଭିଡ ।

କାହିଁ କେଉଁ ଆଦିମ କାଳରୁ ବିଶ୍ବାସ ରହିଆସିଛି କି ବଡଯାତ୍ରାରେ ଠାକୁରଙ୍କ ଦର୍ଶନ କରି ଯିଏ ଯାହା ମନାସେ ତାହା ପାଏ । ତେଣୁ କିଏ ଠାକୁରଙ୍କ ପାଖରେ ମାନସିକ ରଖି ପଶୁବଳୀ ଦିଏ ତ କିଏ ଆସ୍ଥାର ସହ ଭୋଗ ଚଢାଇ ଦୀପ ଜଳାଇଥାଏ । ତେବେ ଆନ୍ଧ୍ର-ଓଡିଶା ରାସ୍ତାରେ ମାନ୍ୟମକୋଣ୍ଡା, କାଲିମେଳା, କାଙ୍କୁରୁକୋଣ୍ଡା, ଶିଖପାଲ୍ଲି ଓ ତମାସା ଆଦି ଗାଁରେ ଅଟକି ଦେବୀ ମୁତ୍ୟେଲୁଆମ୍ମା ବଳି ପୂଜା ପାଇଥାଆନ୍ତି । ଏହାପରେ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ବାର କନ୍ୟାମାଝି ବନ୍ଧଠାରେ ଠାକୁରଙ୍କ ଆଗମନ ହୁଏ । ଯେଉଁଠି ଭକ୍ତମାନେ ମାନସିକ ରଖି ପୂଜାର୍ଚ୍ଚନା କରିବା ସହ ଛେଳି, କୁକୁଡା ଓ ବତକ ଆଦି ବଳି ପକାଇଥାଆନ୍ତି ।

ଚଳିତବର୍ଷ ଆନ୍ଧ୍ରପ୍ରଦେଶରୁ ବାହାରି ଶନିବାର ମାଲକାନଗିରି ଆସି ପହଞ୍ଚିଛନ୍ତି ଠାକୁର । ଏଠାରେ ଦିନତମାମ ପୂଜା ଚାଲିବା ପରେ ରାତିରେ ପୁଣି ପଦଯାତ୍ରା ଆରମ୍ଭ କରି ସହରର ମଧ୍ୟଭାଗ ମାଣ୍ଡିଆଭଟ୍ଟାକୁ ଭକ୍ତଙ୍କ ସହ ଯିବେ ଠାକୁର । ତେବେ ବଡଯାତ୍ରାରେ ପ୍ରତିଥର ଶତାଧିକ ପାରାମାନଙ୍କୁ ଦେଖିବାକୁ ମିଳିଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଯାତ୍ରାରେ ଏତେ ଆତସବାଜି ହେଲେ ମଧ୍ୟ ଏହି ପାରାମାନେ ଉଡି ନଯାଇ ଠାକୁରଙ୍କ ସିଂହାସନ ଉପରେ ବସି ରହିଥାଆନ୍ତି ।

ବଡଯାତ୍ରାରେ ତିନି ରାଜ୍ୟର ଆଦିବାସୀ ପରମ୍ପରା ଦେଖିବାକୁ ମିଳିଥାଏ । ଯାହା ଏହି ପର୍ବକୁ ଅଧିକ ଆକର୍ଷଣୀୟ କରିଥାଏ । ତେବେ ଆଦିବାସୀମାନେ ନିଜ ନିଜ ଗାଁ ଠାକୁରାଣୀଙ୍କ ପୀଠରୁ ବାଉଁଶ ନେଇ ବଡଯାତ୍ରାରେ ସାମିଲ ହୁଅନ୍ତି । ଆଦିବାସୀଙ୍କ ଏହି ଲାଠି ଯାତ୍ରା ଦେଖିବା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରିରେ ଦେଖିବାକୁ ମିଳେ ଜନ ସମୁଦ୍ର । ଯାହାକୁ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ।

ଆସ୍ଥା, ବିଶ୍ବାସ ଓ ଏକତାର ପର୍ବ କୁହାଯାଉଥିବା ଏହି ବଡଯାତ୍ରା ପାଇଁ ଦୁଇ ବର୍ଷ ଧରି ଅପେକ୍ଷା କରି ରହିଥାଆନ୍ତି ତିନି ରାଜ୍ୟର ଶ୍ରଦ୍ଧାଳୁ । ଯାହା ଆଧୁନିକ ଯୁଗରେ ମଧ୍ୟ ଭଗବାନଙ୍କ ଉପରେ ରହିଥିବା ଅତୁଟ ଶ୍ରଦ୍ଧା ଓ ବିଶ୍ବାସର ପ୍ରତିଫଳନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Slug -dead by attack
Fomart _ avo
Date,_15,03,19
Anchor _କନ୍ଧମାଳ ଜିଲ୍ଲା ର କୋଟଗଡ଼ ବ୍ଲକ ପାରିଗଡ ପଞ୍ଚାୟତ ର କାମଦେବ ବଟକର ତାଙ୍କ ପୁଅ ସାଙ୍ଗରେ ଶିମିଳି କା ଗାଁ କୁ ମିରିଆ ଯାତ୍ରା ଦେଖିବାକୁ ଯାଇଥିଲେ! କାମଦେବ ବଟକର ଚାଙ୍ଗୁଡି ଧରିଥିବା ସମୟରେ  ଗୋଡ ଖସି ଯାଇଥିଲା! ଯାହାଫଳରେ କାମଦେବ ତଳେ ପଡିଯାଇଥିଲେ! ସେଠି ଥିବା ଗୋଟେ ମଇଁଷି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା! କାମଦେବ ଙ୍କ ବେକକୁ ଆଘାତ ହୋଇଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଗଲା ଏବଂ ପରେ ପରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଗଲା! କିନ୍ତୁ କଲି ରାତିରେ ଫୁଲବାଣୀ ର ମୁଖ୍ୟଚିକିତ୍ସାଳୟ ରେ କାମଦେବଙ୍କ ମୃତ୍ୟୁ ହୋଇଥିଲା!
File attached..

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.