ମାଲକାନଗିରି: ଜିଲ୍ଲା ପୋଲିସ ଆଗରେ ଆତ୍ମସମର୍ପଣ କଲେ AOBSZC ମାଓ ସଙ୍ଗଠନର ମହିଳା ମାଓବାଦୀ। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାଁ ଲାଛି ଖରା। ଆନ୍ଧ୍ର ଓଡିଶା ବଡର ଡିଭିଜନର ସଂଗଠନର କିଛି ଆଗ ଧାଡିର ACMର ମାଓ ନେତାଙ୍କ ସହଯୋଗୀ ଭାବେ କାମ କରୁଥିଲେ। ଲାଛି ଖରା ପାର୍ଟି ମେମ୍ବର ଭାବେ ଦଳରେ କାର୍ଯ୍ୟ କରୁଥିଲେ।
ଲାଛି ଖରା 2 ବର୍ଷ ଧରି ମାଓବାଦୀ ଦଳର ସକ୍ରିୟ ମିଲିସିଆ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ସେ କହିଛନ୍ତି ଯେ, ତାଙ୍କୁ ମାରପିଟ କରି ବାପା ମାଙ୍କୁ ଡରାଇ ମାଓବାଦୀ ସଙ୍ଗଠନରେ ସାମିଲ କରିବାକୁ ବାଧ୍ୟ କରିଥିଲେ। ମାଓବାଦୀ ମାନେ ତାଙ୍କ ନିଜ ଦଳରେ ମହିଳାଙ୍କୁ ମାରପିଟ କରୁଥିବା ଅଭିଯୋଗ କରିଛନ୍ତି। ମାଓବାଦୀ ପାର୍ଟି ଛାଡିବାର ମୁଖ୍ୟ କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଏବଂ ଡିଜିପି ଦ୍ୱାରା କରାଯାଇଥିବା ଆବେଦନଗୁଡିକ ରେ ଅନୁପ୍ରାଣିତ ହୋଇ ସେ ଦଳ ଛାଡିଥିଲେ।
ତେବେ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସହ ଆତ୍ମସମର୍ପଣ ପୋଲିସିକୁ ଆକର୍ଷିତ ଲାଛି ଆତ୍ମସମର୍ପଣ କରିଥିବା କହିଛି। ଆତ୍ମସମର୍ପଣ କରିବା ମାଓବାଦୀଙ୍କୁ ଥଇଥାନ ପାଇଁ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ