ମାଲକାନଗିରି: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ ଚାଷୀଙ୍କ ଧାରଣା । ରବିବାର ମାଲକାନଗିରି ଜାତୀୟ ରାଜପଥରେ ଧାନ ବସ୍ତା ରଖି ଚାଷୀମାନେ ଧାରଣା ଦେଇଛନ୍ତି । ଫଳରେ ରାସ୍ତାର ଉଭୟ ପଟେ ଯାନବାହନ ଅଟକି ରହିଛି ।
ସୂଚନାଯୋଗ୍ୟ, ଡିସେମ୍ବର ମାସରୁ ମାଲକାନଗିରି କାଲିମେଳା ବ୍ଲକରେ ଆରମ୍ଭ ହୋଇଥିବା ଧାନମଣ୍ଡି ଆଜିଠୁ ବନ୍ଦ ହୋଇଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଯାହାକୁ ବିରୋଧ କରିଛନ୍ତି ଶତାଧିକ ଚାଷୀ । ଏନେଇ ସେମାନେ ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେଇଛନ୍ତି । ଏହି ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ କରିଛି । ଧାରଣାରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ରାମ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଳା ମାଢି, ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟଙ୍କ ସହ ଶତାଧିକ ଚାଷୀ ଯୋଗ ଦେଇଛନ୍ତି ।
ଅନ୍ୟପଟେ ମାଣ୍ଡିରୁ ଧାନ ନ ଉଠିବା ଯାଏ ଧାରଣା ଜାରି ରହିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ