ETV Bharat / state

ମାଲକାନଗିରି ଧାନ ମଣ୍ଡିରେ ଅବ୍ୟବସ୍ଥା: ତେଜୁଛି ଚାଷୀ ଆନ୍ଦୋଳନ

author img

By

Published : Dec 3, 2019, 6:06 PM IST

ମଣ୍ଡିରେ ଗଦା ହୋଇ ରହଛି ଶହ ଶହ ବସ୍ତା ଧାନ । ମଣ୍ଡିରେ ଧାନ ଆସିବା ପରେ ମଧ୍ୟ ଏହାକୁ ଏହାକୁ କେହି କିଣୁ ନାହାଁନ୍ତି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ । ଅଧିକ ପଢନ୍ତୁ...

ମାଲକାନଗିରିରେ ଧାନ ମଣ୍ଡି ଅବ୍ୟବସ୍ଥା: ତେଜୁଛି ଚାଷୀ ଆନ୍ଦୋଳନ

ମାଲକାନଗିରି: ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ । ମଣ୍ଡିରେ ଧାନ ଆସିବା ପରେ ମଧ୍ୟ ଏହାକୁ ଏହାକୁ କେହି କିଣୁ ନାହାଁନ୍ତି । ମିଲର ଚାଷୀଙ୍କୁ ଧାନର କଟନି ଛଟନି କଥା କହୁଥିବାରୁ ଚାଷୀ ଧାନ ନ ବିକି ମଣ୍ଡିରେ ଧାନକୁ ନେଇ ଦିନ ରାତି ପଡି ରହିଛନ୍ତି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ମଣ୍ଡିରେ ଗଦା ହୋଇ ରହଛି ଶହ ଶହ ବସ୍ତା ଧାନ । ଧାନକୁ ବିକିଲେ ଋଣ ସୁଝିବେ ଚାଷୀ ହେଲେ ଗତ ଏକ ସପ୍ତାହ ଧରି ସେମାନଙ୍କ ପାଖରେ କେହି ଧାନ କିଣିବା ଲାଗି ପହଞ୍ଚି ନଥିବା ବେଳେ ଧାନ ବସ୍ତା ଉପରେ ଏପରି ଭାବେ ଦିନ ରାତି ଶୋଇ ରହିଛନ୍ତି ଅନେକ ଚାଷୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଦ୍ମଗିରି, କୋରକୋଣ୍ଡା ଓ ଶିଖପାଲ୍ଲି ଭଳି ବିଭିନ୍ନ ଧାନ ମଣ୍ଡିରେ । ମିଲର ଥରେ ସେମାନଙ୍କ ପାଖକୁ ଯାଇଥିଲେ ହେଲେ କ୍ବିଣ୍ଟାଲ ପିଚ୍ଛା 8ରୁ 10 କେଜି କାଟିବା କଥା କହିବା ପରେ ଚାଷୀ ଧାନ ନଦେବାରୁ ମିଲ୍ ମାଲିକ ଫେରି ଯାଇଥିବା ଅଭିଯୋଗ ହୋଇଛି ।

ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବା ସହ ସେମାନଙ୍କ ଧାନକୁ ଠିକ୍ ସମୟରେ ଉଠାଇବା ଲାଗି ରାଜ୍ୟ ସରକାର ଟୋକେନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ହେଲେ ମାଲକାନଗିରି ଜିଲ୍ଲାର ଅନେକ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକେନ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ସେମାନଙ୍କ ଧାନ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଚାଷୀଙ୍କ ଏପରି ଅଭିଯୋଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରି କହିଛନ୍ତି ଯେ ମଣ୍ଡିରେ ଦେଖା ଦେଇଥିବା ସମସ୍ୟାର ଖୁବ ଶିଘ୍ର ସମାଧାନ କରାଯିବ। ପ୍ରତିବର୍ଷ ଧାନ ମଣ୍ଡିରେ ଦେଖା ଦେଉଛି ଏପରି ଅନେକ ସମସ୍ୟା ହେଲେ ଚାଷୀଙ୍କୁ ପ୍ରତିଶ୍ରୃତି ଦେଇ ପୁଣି ଥରେ ଭୁଲି ଯାଉଛନ୍ତି ସରକାର। ହେଲେ ଏବେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୃଷକ ମହାସଙ୍ଘ ଧମକ ଦେଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ତେଜିଛି ଚାଷି ଆନ୍ଦୋଳନ । ମଣ୍ଡିରେ ଧାନ ଆସିବା ପରେ ମଧ୍ୟ ଏହାକୁ ଏହାକୁ କେହି କିଣୁ ନାହାନ୍ତି । ମିଲର ମାନେ ଚାଷିଙ୍କୁ ଧାନର କଟନି ଛଟନି କଥା କହୁଥିବାରୁ ଚାଷି ମାନେ ଧାନ ନ ବିକି ମଣ୍ଡିରେ ଧାନକୁ ନେଇ ଦିନ ରାତି ପଡି ରହିଛନ୍ତି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।Body:ଭି.ଓ.୧ – ମଣ୍ଡିରେ ଗଦା ହୋଇ ରହଛି ଶହ ଶହ ବସ୍ତା ଧାନ । ଧାନକୁ ବିକିଲେ ଋଣ ସୁଝିବେ ଚାଷି ହେଲେ ଗତ ଏକ ସପ୍ତାହ ଧରି ସେମାନଙ୍କ ପାଖରେ କେହି ଧାନ କିଣିବା ଲାଗି ପହଞ୍ଚି ନଥିବା ବେଳେ ଧାନ ବସ୍ତା ଉପରେ ଏପରି ଭାବେ ଦିନ ରାତି ଶୋଇ ରହିଛନ୍ତି ଅନେକ ଚାଷି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଦ୍ମଗିରି, କୋରକୋଣ୍ଡା ଓ ଶିଖପାଲ୍ଲି ଭଳି ବିଭିନ୍ନ ଧାନ ମଣ୍ଡିରେ । ମିଲର ମାନେ ଥରେ ସେମାନଙ୍କ ପାଖକୁ ଯାଇଥିଲେ ହେଲେ କୁଇଣ୍ଟାଲ ପିଚ୍ଛା ୮ ରୁ ୧୦ କେଜି କାଟିବା କଥା କହିବା ପରେ ଚାଷି ମାନେ ଧାନ ନଦେବାରୁ ମିଲ ମାଲିକ ମାନେ ଫେରି ଯାଇଥିବା ଅଭିଯୋଗ ହୋଇଛି ।

ବାଇଟ – ରାମା ମାଢି,ଚାଷି

ବାଇଟ – ଡଙ୍ଗା କବାସୀ, ଚାଷି

ବାଇଟ- ଚାଷି

ଭି.ଓ.୨ - ଚାଷିଙ୍କୁ ଉଚିତ ମୁଲ୍ୟ ମିଳିବା ସହ ସେମାନଙ୍କ ଧାନକୁ ଠିକ ସମୟରେ ଉଠାଇବା ଲାଗି ରାଜ୍ୟ ସରକାର ଟୋକେନ ବ୍ୟବସ୍ତା ଆରମ୍ଭ କରିଛନ୍ତି । ହେଲେ ମାଲକାନଗିରି ଜିଲ୍ଲାର ଅନେକ ଚାଷିଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକେନ ମିଳିନଥିବା ବେଳେ ଯେଉଁ ମାନଙ୍କୁ ମିଳିଛି ସେମାନଙ୍କ ଧାନ ମଧ୍ୟ ବିକ୍ରି ହୋଇ ପାରୁ ନାହି । ତେବେ ଚାଷିଙ୍କ ଏପରି ଅଭିଯୋଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରି କହିଛନ୍ତି ଯେ ମଣ୍ଡିରେ ଦେଖା ଦେଇଥିବା ସମସ୍ୟାର ଖୁବ ଶିଘ୍ର ସମାଧାନ କରାଯିବ ।

ବାଇଟ.୨ – ମନୋଜ ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରି, ଚଷମା ପିନ୍ଧି ବାଇଟ ଦେଇଛନ୍ତି
Conclusion:ଫା.ଭି.ଓ - ପ୍ରତି ବର୍ଷ ଧାନ ମଣ୍ଡିରେ ଦେଖା ଦେଉଛି ଏପରି ଅନେକ ସମସ୍ୟା ହେଲେ ଚାଷିଙ୍କୁ ପ୍ରତିଶୃତି ଦେଇ ପୁଣି ଥରେ ଭୁଲି ଯାଉଛନ୍ତି ସରକାର । ହେଲେ ଏବେ ସମସ୍ୟାର ସମାଧାନ ନହେଲେ ଆଗାମି ଦିନରେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି କୃଷକ ମହାସଂଘ ଧମକ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.