ETV Bharat / state

ବିଷାକ୍ତ ସାପ ସହ ଜୀବନ, ଖାଦ୍ୟ ଦେଇ ପୋଷୁଛନ୍ତି ପରିବାର

ସାପ ସହ ବାସ କରୁଛନ୍ତି ମଣିଷ । ସାପକୁ ଖାଦ୍ୟ ଦେଇ ପୋଷୁଛନ୍ତି ପରିବାର ଲୋକେ । ଘର ଭିତରେ ଖେଳୁଛନ୍ତି ନାଗନାଗୁଣୀ । ଅଧିକ ପଢ଼ନ୍ତୁ

author img

By

Published : Oct 4, 2022, 9:40 AM IST

ସାପ ସହ ବାସ କରୁଛି ମଣିଷ
ସାପ ସହ ବାସ କରୁଛି ମଣିଷ

ମାଲକାନଗିରି: ସାପ ସହ ବାସ କରୁଛନ୍ତି ମଣିଷ । ସାପକୁ ଖାଦ୍ୟ ଦେଇ ପୋଷୁଛନ୍ତି । ଘର ଭିତରେ ଖେଳୁଛନ୍ତି ନାଗନାଗୁଣୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ନିଲିମାରି ଗ୍ରାମରେ । ସୂଚନାନୁସାରେ ଏହି ଗାଁରେ ରୁହନ୍ତି ନିଳକଣ୍ଠ ଭୂମିଆ ପରିବାର । ୪ଜଣ ପ୍ରାଣୀ କୁଟୁମ୍ଭକୁ ନେଇ ଚାଲିଛି ସଂସାର । ହେଲେ ଆଜିକୁ ୧୫ ବର୍ଷ ହେବ ଏମାନଙ୍କ ଘରେ ରହିଆସୁଛନ୍ତି ଅନେକ ବିଷାକ୍ତ ସାପ ।

ବିଷାକ୍ତ ସାପ ସହ ଜୀବନ, ଖାଦ୍ୟ ଦେଇ ପୋଷୁଛନ୍ତି ପରିବାର

ସୂଚନାନୁସାରେ, କିଛି ବର୍ଷ ତଳେ ଏମାନଙ୍କ ଘର ଭିତରେ ଗୋଟିଏ ଉଈ ହୁଙ୍କା ହୋଇଥିଲା । ଯାହାକୁ ଏମାନେ ଏତେ ନଜର ଦେଇନଥିଲେ । ପରେ ସେହି ଉଇହୁଙ୍କା ବାଟ ଦେଇ ସାପମାନେ ଯାତାୟତ ଆରମ୍ଭ କରିଥିଲେ । ଏସବୁକୁ ପରିବାର ଲୋକେ ଦେଖି ପ୍ରଥମେ ଭୟଭୀତ ହୋଇପଡ଼ଥିଲେ । ପରେ ଉଈ ହୁଙ୍କାକୁ ନଭାଙ୍ଗି ସେହି ଘରକୁ ସାପଙ୍କ ପାଇଁ ଛାଡି ଦେଇଥିଲେ ।

ଏବେ ସେହି ଘରେ ରହିଛନ୍ତି ବହୁ ଗୁଡ଼ାଏ ବିଷାକ୍ତ ସାପ । ସେମାନଙ୍କ ମଧ୍ୟରେ ନାଗ ନାଗୁଣୀ ମଧ୍ୟ ଅଛନ୍ତି । ତେବେ ଏମାନଙ୍କୁ ଆଉ ଡରୁନାହାଁନ୍ତି ପରିବାର ଲୋକେ । ଏହି ସାପକୁ ପୂଜା କରିବା ସହ ଏମାନଙ୍କ ପାଇଁ ଖାଦ୍ୟ ମଧ୍ୟ ପରଷୁଛନ୍ତି । ଏସବୁ ଭିତରେ ସବୁଠୁ ବଡ଼ କଥା ହେଲା ନିଜର ଦୁଇଟି ବଖରା ସାପଙ୍କୁ ଛାଡ଼ି ଗୋଟିଏ ବଖରାରେ ଚାରି ଜଣ ପ୍ରାଣୀ କୁଟୁମ୍ବ ରହି ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନାଗସାପକୁ ଚୁମ୍ବନ, ଚୋଟରେ ଚାଲିଗଲା ଜୀବନ

ସାପକୁ ଭୟ କରି ବାପା, ମା' ଘରେ ଶୋଉଥିବାବେଳେ, ପିଲାମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି । ଦିନକୁ ଦିନ ଏହି ହୁଙ୍କା ବଢି ଚାଲିଥିବାବେଳେ ସାପଙ୍କ ସଂଖ୍ୟା ମଧ୍ୟ ବଢୁଛି । ପ୍ରତ୍ୟେକ ଦିନ ସକାଳୁ ଉଠି ଉଈ ହୁଙ୍କା ନିକଟରେ ପୂଜାର୍ଚ୍ଚନା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଇଥାନ୍ତି ।

ଯେଉଁଠି ବିଷାକ୍ତ ସାପକୁ ଦେଖିଲେ ଲୋକେ ଭୟ କରନ୍ତି ଏବଂ ତାକୁ ମାରି ଦିଅନ୍ତି । କିନ୍ତୁ ଏଠାରେ ଏହି ନିଳକଣ୍ଠ ଭୂମିଆ ପରିବାର ସାପକୁ ପାଳିବା ସହ ସେମାନଙ୍କର ଯତ୍ନ ନେଉଛନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ଭଗବାନ ଭାବି ସେବା ଯତ୍ନ କରିଆସୁଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.