ETV Bharat / state

ମାତିଛନ୍ତି ନକଲି ଡାକ୍ତର, ପୁଣି ମାଲକାନଗିରିରୁ ଜଣଙ୍କୁ ବାନ୍ଧିଲା ପୋଲିସ - fake doctor arrest in malkangiri

ପୁଣି ପୋଲିସ କବଜାରେ ଜଣେ ନକଲି ଡାକ୍ତର । ମାଲକାନଗିରି କାଲିମେଳା ବ୍ଲକ ବଦଲି ପଞ୍ଚାୟତର ଏମଭି 41ରୁ ନକଲି ଡାକ୍ତର ସମେନ୍ଦ୍ର ମୈତ୍ରକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 13, 2019, 7:57 PM IST

ମାଲକାନଗିରି: ପୁଣି ପୋଲିସ କବଜାରେ ଜଣେ ନକଲି ଡାକ୍ତର । ମାଲକାନଗିରି କାଲିମେଳା ବ୍ଲକ ବଦଲି ପଞ୍ଚାୟତର ଏମଭି 41ରୁ ନକଲି ଡାକ୍ତର ସମେନ୍ଦ୍ର ମୈତ୍ରକୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ସମେନ୍ଦ୍ର ଏହି ଅଞ୍ଚଳରେ ନିଜକୁ ଡାକ୍ତର ଆଖ୍ୟା ଦେଇ ଦୀର୍ଘ ବର୍ଷ ଧରି ରୋଗୀ ସେବା କରି ଆସୁଥିଲେ । କିଛି ଦିନ ତଳେ ପକ୍ଷାଘାତ ରୋଗରେ ପୀଡିତ ଥିବା ପୁଲିମେଟଲା ଏମ.ପି.ଭି-6 ଗ୍ରାମର ମନି ବୈଦ୍ୟଙ୍କ ପୁଅ ସମୀରର ଚିକିତ୍ସା ପାଇଁ ସମେନ୍ଦ୍ର ପାଖକୁ ନେଇଥିଲେ ପରିବାର ଲୋକେ । ତେବେ ସେ ତାଙ୍କୁ ଇଞ୍ଜେକସନ ଦେବା ପରେ ପକ୍ଷାଘାତ ରୋଗୀଙ୍କ ଜୀବନ ଚାଲି ଯାଇଥିବା ନେଇ ପରିବାର ଲୋକେ ଗତ ମାସ 8 ତାରିଖ ଦିନ ପୋଟେରୁ ଫାଣ୍ଡିରେ ଏକ ମାମଲା ରୁଜୁ କରିଥିଲେ ।

ଏହା ପରେ କାଲିମେଳା ପୋଲିସ ସମେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଲାସୀ ଆରମ୍ଭ କରିଥିଲା । ଶେଷରେ ଆଜି ତାକୁ ଗିରଫ କରିଥିବା ଜଣାପଡିଛି ।

ତେବେ ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାବେଳେ ଜିଲ୍ଲାର ବିଛିନ୍ନାଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଆଜି ମଧ୍ୟ ଅନେକ ଲୋକେ କ୍ବାକ( ଡାକ୍ତର) ସାଜି ଏଭଳି ବେଆଇନ ରୋଗୀ ସେବା କରୁଛନ୍ତି । ଏ ନେଇ ଅନେକ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ ମାଲକାନଗିରି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ, ଦିନକ ପୂର୍ବରୁ ସୁନ୍ଦରଗଡରୁ ମଧ୍ୟ ଜଣେ ନକଲି ଡାକ୍ତରକୁ ପୋଲିସ ଗିରଫ କରିଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ପୋଲିସ କବଜା ରେ ଜଣେ ନକଲି ଡାକ୍ତର। ଘଟଣା ଟି ଘଟିଛି ଉପାନ୍ତ ଜିଲ୍ଲା ମାଲକାନଗିରି ଅଞ୍ଚଳରେ ।

Body:ସୂଚନା ମୁତାବକ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ପଞ୍ଚାୟତ ର ଏମ୍ଭି 41 ଗ୍ରାମର ସମେନ୍ଦ୍ର ମୟତ୍ର ନାମକ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ଆକ୍ଷା ଦେଇ ଦୀର୍ଘ ବର୍ଷ ଧରି ରୋଗୀ ସେବା କରି ଆସୁଥିଲେ । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବା କାରଣରୁ
ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ପୁଲିମେଟଲା ଏମ.ପି.ଭି-6 ଗ୍ରାମର ମନି ବୟିଦ୍ୟ ଙ୍କ ପୁଅ ସମୀରର ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କ ପୁଅଙ୍କୁ ଡାକ୍ତର ସମେନ୍ଦ୍ରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ ଏହା ପରେ ସମେନ୍ଦ୍ର ତାଙ୍କ ଚିକିତ୍ସା କରିବା ସହ ଏକ ଇଂଜେକସନ ଦେଇଥିଲେ ଏହା ପରେ ପକ୍ଷାଘାତ ରୋଗୀଙ୍କ ଜୀବନ ଚାଲି ଯାଇଥିବା ନେଇ ପରିବାର ଲୋକେ ବିଗତ ମାସ 8 ତାରିଖ ଦିନ କାଲିମେଳା ଥାନା ର ପୋଟେରୁ ଫାଣ୍ଡିରେ ରେ ତାଙ୍କ ନାମରେ ଏକ କେଶ କରିଥିଲେ । ଏହା ପରେ କାଲିମେଳା ପୋଲିସ ସମେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଲାସୀ କରିବାରୁ ଶେଷରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ତାଙ୍କୁ ଗିରଫ କରା ଯାଇଥିବା ଜଣା ପଡ଼ିଛି । କିନ୍ତୁ ଏଇଠି ସୂଚନା ରହୁ କି ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରଭାଭିତ ଅଞ୍ଚଳ ହୋଇଥିବା ବେଳେ ଜିଲ୍ଲାର ବିଛିନ୍ନାଂଚଳ ସହ ଅନ୍ୟାନ ଅଞ୍ଚଳରେ ଆଜି ମଧ୍ୟ ଅନେକ ଲୋକେ କ୍ବାକ( ଡାକ୍ତର) ସାଜି ଏଭଳି ବେନିୟମ ରୋଗୀ ସେବା କରୁଛନ୍ତି ।

Conclusion:ଏ ନେଇ ବୁଦ୍ଧିଜୀବୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମାଲକାନଗିରି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.