ETV Bharat / state

ETV Bharat Exclusive: ଯନ୍ତାପାଇ ହାଟରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ - ଯନ୍ତାପାଇ ହାଟ

ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗତ ଏକ ସପ୍ତାହ ଧରି ଲାଗି ରହିଛି ଉତ୍ତେଜନା । ତେବେ ଏପରି ଉତ୍ତେଜନାତ୍ମକ ପରିସ୍ଥିତିରେ କିପରି ରହିଛି ଯନ୍ତାପାଇ ହାଟର ଦୃଶ୍ୟ, ଦେଖନ୍ତୁ ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 21, 2019, 4:30 PM IST

Updated : Sep 21, 2019, 5:29 PM IST

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ପୋଲିସ ବିରୋଧରେ ଜନତାଙ୍କ ପ୍ରଜାମେଳି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗତ 15 ତାରିଖରେ ରାଜୁ ହନ୍ତାଳ ନାମକ ଜଣେ ଆଦିବାସୀ ଯୁବକ ପ୍ରଥମେ ନିଖୋଜ ହେବା ଏବଂ ପରେ ତାର ମୃତଦେହ ଉଦ୍ଧାର ହେବା ନେଇ ଉତ୍ତେଜନା ଦେଖାଦେଇଥିଲା ।ବିଏସଏଫ ଯବାନ ତାଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ।

EXCLUSIVE: ଦେଖନ୍ତୁ ଯନ୍ତାପାଇ ହାଟରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ହତ୍ୟାକାରୀ ଦୁଇ ବିଏସଏଫ ଯବାନଙ୍କୁ ତୁରନ୍ତ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର ଦୁଇଟି ଥାନାକୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ଆଦିବାସୀ । ତେବେ ଏପରି ଉତ୍ତେଜନାମୂଳକ ପରିସ୍ଥିତିରେ କିପରି ରହିଛି ଯନ୍ତାପାଇ ହାଟର ଦୃଶ୍ୟ, ଦେଖନ୍ତୁ ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗତ ଏକ ସପ୍ତାହ ଧରି ଲାଗି ରହିଛି ଉତ୍ତେଜନା । ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ଗତ 15 ତାରିଖରେ ନିଜର ଦୁଇ ଝିଅଙ୍କ ସହ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କ ମୃତଦେହ ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ବିଏସଏଫ ଯବାନଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ଆଦିବାସୀ ।

ତେବେ ରାଜୁ ହନ୍ତାଳଙ୍କୁ ବିଏସଏଫ ଯବାନମାନେ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାର ତଦନ୍ତ କରି ଦୁଇ ବିଏସଏଫ ଯବାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ବିଚ୍ଛିନ୍ନାଞ୍ଚଳବାସୀ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଉତ୍ତେଜିତ ଲୋକେ ଗତ ରବିବାର ଦିନ ବଡପଡା ଥାନା ଘେରାଉ କରିବା ସହ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହାପରେ ମାଲକାନଗିରି ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ।

ତେବେ ବର୍ତ୍ତମାନ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ତାତିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ । ଆନ୍ଧ୍ର ଓଡିଶା ସୀମାନ୍ତର ପ୍ରାୟ 5 ହଜାର ଲୋକେ ଏକତ୍ରିତ ହୋଇ ଡୋଳିଆମ୍ବ ଗାଁରେ କରିଛନ୍ତି ପ୍ରଜାମେଳି । ହତ୍ୟାକାରୀ 2 ବିଏସଏଫ ଯବାନଙ୍କୁ ତୁରନ୍ତ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର 2ଟି ଥାନାକୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ଆଦିବାସୀ । ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ସରକାର ଦୃଷ୍ଟି ଦେବା ପାଇଁ ମେଳି କରିଥିଲେ ବିଚ୍ଛିନ୍ନାଞ୍ଚଳର ଆଦିବାସୀ ।

ବିଚ୍ଛିନ୍ନାଞ୍ଚଳ ଆଦିବାସୀଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଶୁକ୍ରବାର ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିବା ସହ ସେଠାରେ 144 ଧାରା ଜାରି କରିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ 2 କମ୍ପାନୀ ବିଏସଏଫ ଯବାନଙ୍କ ସହ 4 ପ୍ଲାଟୁନ ଏସଓଜି ଓ ଡିଭିଏଫ ବାହିନୀ ମୁତୟନ କରାଯାଇଥିଲା । ଗୋଟିଏ ପଟେ ଆଦିବାସୀ ଲୋକେ ପ୍ରଜାମେଳି କରିବା ପରେ ହାତରେ ବାଡି ଓ ଟାଙ୍ଗିଆ ନେଇ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଆଗେଇ ଆସୁଥିଲେ ତ ଅନ୍ୟପଟେ ବନ୍ଧୁକ ଧରି ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲା ପୋଲିସ ପ୍ରଶାସନ ।

ନିଜେ ମାଲକାନଗିରି ଏସପି ଋଷିକେଶ ଖିଲାରି ଦୁରବିନ୍ ଓ ଡ୍ରୋନ କ୍ୟାମେରାରେ ଉତ୍ତେଜିତ ଳୋକଙ୍କ ଉପରେ ନଜର ରଖିଥିଲେ । ଏହି ପ୍ରଜାମେଳି ପଛରେ ମାଓ ସଂଗଠନର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଆନ୍ଧ୍ର ସୀମାନ୍ତରୁ ଶତାଧିକ ତେଲୁଗୁ ଲୋକ ଆସି ଉତ୍ତେଜନା ସ୍ଥଳରେ ପହଞ୍ଚିଥିଲେ । ତେବେ ଚାରିଆଡେ ତାର କଣ୍ଟା ବାଡ ଲଗାଇ ରାସ୍ତା ରୋକିଥିଲେ ଯବାନ ।

ଏଭଳି ପରିସ୍ଥିତିରେ ଉଭୟ ପ୍ରଜା ଓ ପୋଲିସ ଦୁଇ ପଟର ବାସ୍ତବ ଚିତ୍ର ଉତ୍ତୋଳନ କରିଥିଲା କେବଳ ‘ଇଟିଭି ଭାରତ’ । ଆଦିବାସୀଙ୍କ ସହ କଥା ହେବା ସହ ସେମାନଙ୍କୁ ପ୍ରଶାସନ ନିକଟକୁ ଆଣିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା ‘ଇଟିଭି ଭାରତ’ । ଶେଷରେ ପ୍ରଶାସନ ପାଖରେ ପହଞ୍ଚି ତେଲୁଗୁ ଲେଖା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ଆନ୍ଧ୍ରପ୍ରଦେଶର 5 ଜଣ ଆଦିବାସୀ ନେତା । ଯାହାକୁ ଗ୍ରହଣ କରିବା ପରେ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୋଲିସ ବିରୁଦ୍ଧରେ କରାଯାଇଛି ପ୍ରଜା ମେଳି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଗତ ୧୫ ତାରିଖ ଦିନ ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କୁ ବି.ଏସ.ଏଫ ଜବାନ ମାନେ ପିଟି ପିଟି ମାରିବା ପରେ ବିଚ୍ଛିନ୍ନାଞ୍ଚଳରେ ଲାଗି ରହିଛି ଉତ୍ତଜନା । ହତ୍ୟାକାରି ଦୁଇ ବି.ଏସ.ଏଫ ଜବାନଙ୍କୁ ତୁରନ୍ତ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର ଦୁଇଟି ଥାନାକୁ ଉଚ୍ଛେଦ କରିବା ଲାଗି ଦାବି କରିଛନ୍ତି ଆଦିବାସି ଲୋକେ । ଏହା ସହ ଶିକ୍ଷା ସ୍ବାସ୍ଥ ଓ ଗମନା ଗମନ ଉପରେ ସରକାର ଦୃଷ୍ଟି ଦେବା ଲାଗି ମେଳି କରିଥିଲେ ବିଚ୍ଛିନ୍ନଞ୍ଚଳର ପ୍ରାୟ ୫ ହଜାର ଆଦିବାସି । ଉତ୍ତେଜନାରେ କେହି ଭି ଆଦିବାସୀଙ୍କ ସାମନ୍ନା କରି ପାରୁ ନଥିବା ବେଳେ ଗ୍ରାଉଣ୍ଡ ଜିରୋ ରେ ପହଞ୍ଚି ବାସ୍ତବ ସ୍ଥିତି ପରଖି ଥିଲା ଇଟିଭି ଭାରତ.....................Body:ଭି.ଓ.୧ - ଜଣେ ଆଦିବାସି ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗତ ଏକ ସପ୍ତହ ଧରି ଲାଗି ରହିଛି ଉତ୍ତେଜନା । ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ଗତ ୧୫ ତାରିଖ ଦିନ ନିଜର ଦୁଇ ଝିଅଙ୍କ ସହ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିବା ବେଳେ 2 ଜଣ ବି.ଏସ.ଏଫ ଜବାନ ରାଜୁଙ୍କୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ନିଖୋଜ ଥିବା ରାଜୁଙ୍କ କ୍ଷତ ବିକ୍ଷତ ମୃତ ଦେହ ମିଳିଥିଲା ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରୁ । ରାଜୁ ହନ୍ତାଳଙ୍କୁ ବି.ଏସ.ଏଫ ଜବାନ ମାନେ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାର ତଦନ୍ତ କରି ଦୁଇ ବିଏସଏଫ ଜବାନଙ୍କ ଗିରଫ କରିବା ଲାଗି ଦାବି କରିଥିଲେ ବିଚ୍ଛିନ୍ନାଞ୍ଚଳ ବାସି । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଉତ୍ତେଜିତ ଲୋକେ ଗତ ରବିବାର ଦିନ ବଡପଡା ଥାନା ଘେରାଉ କରିବା ସହ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହା ପରେ ମାଲକାନଗିରି ଏସପି ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ପ୍ରତିଶୃତୀ ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ବାସି । ତେବେ ବର୍ତ୍ତମାନ ସୁଦ୍ଧା ଦୋଷିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ପୁଣି ଥରେ ତାତିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସି । ଆନ୍ଧ୍ର ଓଡିଶା ସିମାନ୍ତର ପ୍ରାୟ ୫ ହଜାର ଲୋକ ଏକତ୍ରିତ ହୋଇ ଡୋଳିଆମ୍ବ ଗାଁରେ କରିଛନ୍ତି ପ୍ରଜାମେଳି । ହତ୍ୟାକାରି ଦୁଇ ବି.ଏସ.ଏଫ ଜବାନଙ୍କୁ ତୁରନ୍ତ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର ଦୁଇଟି ଥାନାକୁ ଉଚ୍ଛେଦ କରିବା ଲାଗି ଦାବି କରିଛନ୍ତି ଆଦିବାସି ଲୋକେ । ଏହା ସହ ଶିକ୍ଷା ସ୍ବାସ୍ଥ ଓ ଗମନା ଗମନ ଉପରେ ସରକାର ଦୃଷ୍ଟି ଦେବା ଲାଗି ମେଳି କରିଥିଲେ ବିଚ୍ଛିନ୍ନଞ୍ଚଳର ଆଦିବାସି ।

ବାଇଟ – ଆନ୍ଦ୍ର ଓଡିଶା ସୀମାନ୍ତ ବିଚ୍ଛିନ୍ନାଞ୍ଚଳର ଆଦିବାସିଙ୍କ ନେତୃତ ନେଉଥିବା ସରପଞ୍ଚଙ୍କ ସହ ୱାନ ଟୁ ୱାନ

ବାଇଟ – ଆନ୍ଦ୍ରପ୍ରଦେଶ ଆଦିବାସିଙ୍କ ସହ ୱାନ ଟୁ ୱାନ

ଭି.ଓ.୨ – ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଗତକାଲି ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିବା ସହ ସେଠାରେ ୧୪୪ ଧାରା ଲଗାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଦୁଇ କମ୍ପାନୀ ବି.ଏସ.ଏଫ ଜବାନଙ୍କ ସହ ୪ ପ୍ଲାଟୁନ ଏସ.ଓ.ଜି ଓ ଡି.ଭି.ଏଫ ବାହିନୀ ମୁତୟନ କରାଥିଲା । ଗୋଟିଏ ପଟେ ଆଦିବାସି ଲୋକେ ପ୍ରଜା ମେଳି କରିବା ପରେ ହାତରେ ବାଡି ଓ ଟାଙ୍ଗିଆ ନେଇ ପୋଲିସ ଉପରେ ଆକ୍ରମଣ କରିବା ଲାଗି ଆଗେଇ ଆସୁଥିଲେ ତୋ ଅନ୍ୟ ପଟେ ବନ୍ଦୁକ ଧରି ପୋଲିସ ସମସ୍ତ ଅଞ୍ଚଳକୁ ସିଲ କରି ପରିସ୍ତିତିକୁ ନିୟନ୍ତ୍ର କରିବାର ଚେଷ୍ଟା କରୁଥିଲା । ନିଜେ ମାଲକାନଗିରି ଏସ.ପି. ରିଶିକେଶ ଖିଲାରି ଦୁରବିନ୍ ଓ ଡ୍ରନ କ୍ୟାମେରାରେ ଉତ୍ତେଜିତ ଳୋକଙ୍କ ଉପରେ ନଜର ରଖିଥିବା ବେଳେ ଜବାନ ମାନେ ମଧ୍ୟ ହାତରେ ବନ୍ଦୁକ ନେଇ ଲୋକଙ୍କ ଉପରେ ନଜର ରଖିଥିଲେ । କାରଣ ଏହି ପ୍ରଜା ମେଳି ପଛରେ ରହିଥିଲେ ମାଓ ସଂଗଠନ ଯେଉଁ ମାନେ ଆନ୍ଧ୍ର ସିମାନ୍ତରୁ ଶତାଧିକ ତେଲୁଗୁ ଲୋକଙ୍କୁ ମଧ୍ୟ ପଠାଇଥିଲେ ପରିସ୍ତିତି ଆହୁରି ଖରାପ କରିବା ଲାଗି ତେବେ ଚାରିଆଡେ ତାର କଣ୍ଟା ବାଡ ଲଗାଇ ସେମାନ ରାସ୍ତା ରୋକିଥିଲେ ଜବାନ । ଏଭଳି ପରିସ୍ତିତିରେ ଉଭୟ ପ୍ରଜା ଓ ପୋଲିସ ଦୁଇ ପାଟର ବାସ୍ତବ ଚିତ୍ର ଉତ୍ତଲନ କରିଥିଲା କେବଳ ଇଟିଭି ଭାରତ । ଆଦିବାସୀଙ୍କ ସହ କଥା ହେବା ସହ ସେମାନଙ୍କୁ ପ୍ରଶାସନ ନିକଟକୁ ଆଣିବା ଲାଗି ମଧ୍ୟ ଉଦ୍ୟମ କରିଥିଲା ଇଟିଭି ଭାରତ । ଶେଷରେ ପ୍ରଶାସନ ପାଖରେ ପହଞ୍ଚିଥିଲେ ଆନ୍ଦ୍ର ପ୍ରଦେଶର ୫ ଜଣ ଆଦିବାସି ନେତା ଆଉ ତେଲୁଗୁ ଲେଖା ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଯାହାକୁ ଗ୍ରହଣ କରିବା ପରେ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସ.ପି.

ବାଇଟ – ରିଶିକେଶ ଖିଲାରି ଏସପି ମାଲକାନଗିରି
ବାଇଟ - ତହସିଲଦାର ଚିତ୍ରୋକୋଣ୍ଡା
Conclusion:ଫା.ଭି.ଓ – ଗତ ୬ ଦସନ୍ଦି ଧରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ନିଜ କବଜାରେ ରଖିଥିବା ନକ୍ସଲ ସଂଗଠନ କୌଣସି ପରିସ୍ତିତିରେ ବି ଏଠାରୁ ବିଦାୟ ହେବାକୁ ଚାହୁ ନାହାନ୍ତି । ସେଇଥି ପାଇଁ ତୋ ଗତ କିଛି ଧରି ଲୋକଙ୍କୁ ଠାରୁ ଦୁରେଇ ଥିବା ମାଓବାଦି ବିଚ୍ଛିନ୍ନାଞ୍ଚଳର ଆଦିବାସିଙ୍କୁ ପୁଣିଥରେ ଉତ୍ତେଜିତ କରି ସେମାନଙ୍କୁ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...................
Last Updated : Sep 21, 2019, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.