ETV Bharat / state

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା ବିଲଡିଂରେ ଭୂତ !

author img

By

Published : Nov 27, 2019, 11:51 PM IST

Updated : Nov 28, 2019, 10:13 AM IST

ଦିନେ ଶହ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଂ ଏବେ ପାଲଟିଛି ଭୂତକୋଠି । ରାତି ହେଲେ ଏଠାରୁ ଅଦ୍ଭୁତ ପ୍ରକାର ଶବ୍ଦ ଶୁଭୁଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ...

hospital old building
ଡିଜାଇନ ଫଟୋ

ମାଲକାନଗିରି: ଭୂତକୋଠି ପାଲଟିଛି ମେଡିକାଲ ! ରାତିରେ ଶୁଭୁଛି ପ୍ରେତର ସ୍ବର ! ଦିନେ ଶହ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଂ ଏବେ ପାଲଟିଛି ଭୂତକୋଠି । ରାତି ହେଲେ ଏଠାରୁ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଥିବା ଅଭିଯୋଗ ଆସୁଛି । ସନ୍ଧ୍ୟା ହେଲେ ମେଡିକାଲ ନିକଟରେ ରହୁଥିବା ଲୋକଙ୍କ ତାଟି କବାଟ ପଡିଯାଉଛି । ସେପଟେ ଖାଲିଥିବା ମେଡିକାଲର ଫାଇଦା ନେଇ ରାତିରେ ଜମୁଛି ଅସମାଜିକଙ୍କ ଆଡ୍ଡା । ଯାହା ଏଠାରେ ପଡିଥିବା ମଦବୋତଲ, ଗଞ୍ଜେଇ ଓ ସିଗାରେଟ ପ୍ୟାକେଟରୁ ସ୍ପଷ୍ଟ ଜଣାପଡୁଛି ।

ଭୂତକୋଠି ପାଲଟିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଏହି ଖବର ଆମ ପାଖରେ ପହଞ୍ଚିବା ପରେ ସତ୍ୟାସତ୍ୟ ପରିଖିବା ପାଇଁ ଉଭୟ ଦିନରେ ଓ ରାତିରେ ଆମ ସମ୍ବାଦଦାତା ମେଡିକାଲ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ଲଗାଯାଇଥିବା କବାଟ କାଚ ଭାଙ୍ଗିଥିବାରୁ ସେଥିରେ ଗଳି ଭିତରକୁ ପଶିଥିଲେ ।

ଘଟଣାର ଟିକନିକ ଖବର ସଂଗ୍ରହ ପରେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ ଆମ ପ୍ରତିନିଧି । ଆଉ ଏହା ପରେ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷା ଯୋଗାଇବା ଲାଗି କହିଛନ୍ତି ।

7 ମହଲା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବା ପରେ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ବିଶାଳ କାୟ କୋଠାକୁ କେହି ପଚାରୁନାହାନ୍ତି । ତେବେ ଏହି ଘରର ସଠିକ୍‌ ରକ୍ଷଣାବେକ୍ଷଣ ସହ କୌଣସି ଘରୋଇ ଡାକ୍ତରଖାନାକୁ ଲିଜ୍‌ ଆକାରରେ ଦେବାକୁ ଦାବି ହେଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଦିନେ ଶହ ଶହ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଥିବା ମଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଙ୍ଗ ଏବେ ପାଲଟିଛି ଭୁତ କୋଠି । ସୂର୍ଯ୍ୟ ବୁଡିବା ମାତ୍ରେ ପୁରୁଣା ମେଡିକାଲ ଭିତରେ ଆରମ୍ଭ ହୋଇଯାଏ ଅନେକ ଅସାମାଜିକ କାମ । ଆଉ ଗଭିର ରାତିରେ ଏଠାରେ ଭୁତ ପ୍ରେତଙ୍କ ଆଡ୍ଡା ଜମିଥାଏ । ଯାହା କଇଦ ହୋଇଛି ଇଟିଭି ଭାରତ କେମେରା ରେ । ଦେଖନ୍ତୁ ଆମର Exclusive ରିପୋର୍ଟ……. ଅପରେସନ ଭୁତ କୋଠି । Body:ଭି.ଓ.୧ – ଟିକିଏ ଭଲ ଭାବେ ଦେଖନ୍ତୁ ଏହି ବିଲଡିଙ୍ଗକୁ । କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ବିଶାଳ କାୟ କୋଠା ବର୍ଷକ ତଳେ ଲୋକାରଣ୍ୟ ଥିଲା କିନ୍ତୁ ଆଜି ଏହା ପାଲଟିଛି ଭୁତ କୋଠି । ମାଲକାନଗିରି ଜିଲ୍ଲାରେ ସାତ ମହଲା ବିଶିଷ୍ଟ ନୁତନ ମେଡିକାଲ ନିର୍ମାଣ ହେବା ପରେ ଏହାକୁ ଅଣଦେଖା କରୁଛି ପ୍ରଶାସନ । ପୁରୁଣା ମେଡିକାଲ ଭିତରେ ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିଛି । ମଦ ବତଲ ଠାରୁ ଆରମ୍ଭ କରି ଗଞ୍ଜେଇ ଓ ସିଗାରେଟ ପ୍ୟାକେଟ ପଡିଥିବା ଏହି ପୁରୁଣା ଡାକ୍ତର ଖାନା ଭିତରେ ଚାଲିଛି ଅନେକ ଅନୈତିକ କାମ । କେବଳ ଏତିକି ନୁହେ ଗଭିର ରାତିରେ ଏଠାରେ ଶୁଭେ ଭୁତ ପ୍ରେତର ସ୍ବବ୍ଦ । ମେଡିକାଲ ଆଖ ପାଖରେ ଥିବା ଲୋକେ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ।

ବାଇଟ – ବାବୁଲା ନାୟକ, ମେଡିକାଲ କୋଲନି ବାସିନ୍ଦା (ମେଡିକାଲ ସମ୍ମୁଖରେ ବାଇଟ ଦେଇଛନ୍ତି)

ବାଇଟ – କେଶବ ନାୟକ, ବୁଦ୍ଧିଜିବି

ଭି.ଓ-୨ - ଏହାର ଖବର ଆମ ପାଖରେ ପହଞ୍ଚିବା ପରେ ଜଣେ କର୍ତ୍ତବ୍ୟନିଷ୍ଟ ଗଣମାଧ୍ୟମ ଭାବରେ ଏହାକୁ ଆମେ ଗୁରତ୍ଵର ସହ ନେଇଥିଲୁ କେବଳ ମେଡିକାଲ ବାହାର ଚିତ୍ର ପାଇଁ ନୁହଁ ମେଡିକାଲ ଭିତରେ ମଧ୍ୟ କେମିତି ରହିଛି ତାହାର ବାସ୍ତବ ଚିତ୍ର ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଆମ ସମ୍ବାଦଦାତା । ଦେଖନ୍ତୁ ସେହି ସମୟର ଦୃଶ୍ୟ ଔଷଧ ବିତରଣ କକ୍ଷ ସାଙ୍ଗକୁ ଓଟି, ଆଇସିୟୁ ଭଳି ଜରୁରୀ କାଳିନ କକ୍ଷର ଅବସ୍ତା । ଏପରି ଏକ ସମ୍ବେଦନଶିଳ ଜାଗାକୁ ଆମେ ଗୁରତ୍ବର ସହ ନେଇ ରାତି ଓ ଦିନରେ ଏହାର ଟିକି ନିଖି ଖବର ସଂଗ୍ରହ କରିବା ପରେ ଆମେ ପ୍ରଶାସନର ନଜରକୁ ଆଣିଥିଲୁ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆମ ଠାରୁ ଏହା ଜାଣିବା ପରେ ନିଜ ଦୋଷକୁ ସ୍ଵିକାର କରିଛନ୍ତି । ଏହା ସହ ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇ ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଯୋଗାଇ ଲାଗି ଅନୁରୋଧ କରିବେ ବୋଲି କହିଛନ୍ତି ।

ବାଇଟ – ଅଜୟ କୁମାର ବୈଠାରୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି (କଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି)
Conclusion:ଫା.ଭି.ଓ – ଡାକ୍ତରି ସେବା ଲାଗି ମାଲକାନଗିରି ଜିଲ୍ଲାର ଶହ ଶହ ଲୋକେ ପ୍ରତିଦିନ ପୋଡଶି ଆନ୍ଦ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ଏହାକୁ କୌଣସି ଏକ ଘରୋଇ ଚିକିତ୍ସାଳୟକୁ ଲିଜ୍ ଦେବା ଲାଗି ସାଧାରଣରେ ଦାବି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ.....................

ବିଶେଷ ଅନୁରୋଧ: ଭୁତ ଚିତ୍ର ସହ ଭୁତ ମ୍ୟୁଜିକ ଦିଅନ୍ତୁ ଏହି ଷ୍ଟୋରୀରେ କାରଣ ଦର୍ଶକ ଙ୍କୁ ଦେଖିବାକୁ ଭଲ ଲାଗିବ ।
Last Updated : Nov 28, 2019, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.