ETV Bharat / state

ମାଲକାନଗିରି ବନ୍ୟା ତାଣ୍ଡବ; ସ୍ଥିତି ପରଖିଲା ‘ଇଟିଭି ଭାରତ’ - ବନ୍ୟା ପରର ସ୍ଥିତି

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ । ବିଡିଓ ଓ ତହସିଲଦାରଙ୍କ ରିପୋର୍ଟ ଆସିବା ପରେ ଦିଆଯିବ କ୍ଷତିପୂରଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 4, 2019, 5:47 PM IST

Updated : Aug 4, 2019, 6:09 PM IST

ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଘରଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇଛି । ବନ୍ୟା ଫଳରେ ଲୋକେ ପିଲା ଛୁଆଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବାବେଳେ ସେଠାକାର ପରିସ୍ଥିତି କିପରି ଅଛି ସେନେଇ ବାସ୍ତବ ସ୍ଥିତି ପରଖିଛନ୍ତି ଇଟିଭି ଭାରତ ସମ୍ବାଦଦାତା ଜୟନ୍ତ ତିଆଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାରେ ବର୍ଷା କମିଛି ହେଲେ ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ବଢିଛି । ତିନି ଦିନର ଲଗାଣ ବର୍ଷାରେ ପରିସ୍ଥିତି ସଙ୍ଗୀନ ହୋଇଛି । ଅଚାନକ ବନ୍ୟା ପାଣି ଘରେ ପଶିଥିବାବେଳେ ଲୋକେ ଜୀବନ ବଞ୍ଚାଇବା ଲାଗି ଘରଦ୍ବାର ଛାଡି ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ତେବେ ପାଣି କମିବା ପରେ ଲୋକେମାନେ ନିଜ ଭିଟାମାଟି ଖୋଜି ପାଉନାହାନ୍ତି । ବିପନ୍ନଙ୍କର ଘର, ଫସଲ ସବୁକିଛି କ୍ଷତିଗ୍ରସ୍ତ ହୋଇଥିବାବେଳେ କୌଣସି ସହାୟତା ସେମାନଙ୍କ ପାଖରେ ପହଞ୍ଚିନାହିଁ ।

ପ୍ରଶାସନ କେବଳ ଆଶ୍ରୟସ୍ଥଳୀରେ ଦୁଇ ବେଳା ରନ୍ଧା ଖାଦ୍ୟ ଦେଇ ନିଜର କର୍ତ୍ତବ୍ୟ ଶେଷ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ଖରାରେ ଜମି ଫାଟି ଆଁ କରିଥିବାବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇଯାଇଛି । ଫଳରେ ବ୍ୟାଙ୍କରୁ ଋଣ ନେଇ ଚାଷ କାମ କରିଥିବା ଚାଷୀ ଏବେ କିପରି ଋଣ ସୁଝିବେ ସେନେଇ ଚିନ୍ତାରେ ।

ସେପଟେ କ୍ଷୟକ୍ଷତିର ଆକଳନ ପାଇଁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାାସନ କହିଛି । ଏହା ସହ ରିପୋର୍ଟ ଆସିବା ପରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଏହା ସହ ପାଣିପାଗ ବିଭାଗ ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ରେଡ ଆଲର୍ଟ ଘୋଷଣା କରିଥିବାରୁ ପୋଲିସ ଓ ଓଡ୍ରାଫ ଟିମ୍‌କୁ ଆଲର୍ଟ ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷତି ହୋଇଛି । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇ ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟାରେ ଅନେକ ଆଦିବାସି ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ବେଳେ ଲୋକେ ପିଲା ଛୁଆଙ୍କୁ ନେଇ ବନ୍ୟା ଆଶ୍ରୟ ସ୍ତଳିରେ ଆଶ୍ରୟ ନେଇଥିବା ବେଳେ ଏହାର ବାସ୍ତବ ସ୍ଥିତି ପରଖିଥିଲେ ଆମ ସମ୍ବାଦଦାତା ଜୟନ୍ତ ତିଆଡ଼ି ।Body:ଭି.ଓ.୧ - ମାଲକାନଗିରି ଜିଲ୍ଲାରେ ବର୍ଷା କମିଛି ହେଲେ ବନ୍ୟା ବିପନ୍ନ ଲାଗି ଏବେ ଦୁଖଃ ଓ ଦୁର୍ଦ୍ଦଶା ବଢିବାରେ ଲାଗିଛି । ମାତ୍ର ତିନି ଦିନର ବର୍ଷାରେ ଯେ ଏପରି ବନ୍ୟା ପରିସ୍ତିତି ଉପୁଜିବ ତାହା କେହି ଆକଳନ କରିନଥିଲେ । ହଠାତ୍ ବନ୍ୟା ପାଣି ଘରେ ପଶିଥିବା ବେଳେ ଲୋକେ ଜିବନ ବଞ୍ଚାଇବା ଲାଗି ଘର ଦ୍ବାର ଛାଡି ବନ୍ୟା ଆଶ୍ରୟ ସ୍ତଳିରେ ଆଶ୍ରୟ ନେଇଥିଲେ । ଜିଲ୍ଲା ପ୍ରଶାସନ ବନ୍ୟା ବିପିନ୍ନଙ୍କୁ ଦୁଇବେଳା ରନ୍ଧା ଖାଦ୍ୟ ମଧ୍ୟ ଦେଇଛି । ଆଉ ପାଣି କମିବା ପରେ ଲୋକେ ଘରୁକୁ ଫେରିଲା ବେଳକୁ ନିଜର ଭିଟା ମାଟି ଆଉ ଖୋଜି ପାଉ ନାହାନ୍ତି । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ ଏପରି କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଝାଟି ମାଟି ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇ ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟା ବିପନ୍ନଙ୍କ ପାଖରେ କୌଣସି ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

ବାଇଟ ୧ – ସନ୍ତସ ମଣ୍ଡଳ, ବନ୍ୟା ପିଡିତ

ବାଇଟ ୨ –ବ୍ରଜ ବେନିଆ, ବନ୍ୟା ବିପନ୍ନ

ଭି.ଓ. ୨ – ବନ୍ୟା ପରେ ଲୋକଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଞ୍ଚିନଥିବା ବେଳେ କେବଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବନ୍ୟା ଆଶ୍ରୟ ସ୍ତଳି ନିର୍ମାଣ କରି ପ୍ରଶାସନ ତରଫରୁ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ପ୍ରଥମେ ଖରାରେ ଜମି ଫାଟି ଆଁ କରିଥିବା ବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇ ଯଇଛି ଫଳରେ ବ୍ୟାଙ୍କରୁ ଋଣ ନେଇ ଚାଷ କାମ ଆରମ୍ଭ କରିଥିବା ଚାଷି ଏବେ ଋଣ ସୁଝିବେ କିପରି ସେ ଚିନ୍ତାରେ ଅଛନ୍ତି । ହେଲେ ପ୍ରଶାସନ କହିଛି ଯେ ବନ୍ୟାର କ୍ଷୟ କ୍ଷତି ସଂପର୍କରେ ଆକଳନ କରିବା ଲାଗି ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଛି । ରିପୋର୍ଟ ଆସିବା ପରେ ଲୋକଙ୍କୁ କ୍ଷତି ପୁରଣ ଦିଆଯିବ । ଏହା ସହ ପାଣିପାଗ ବିଭାଗ ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ରେଡ ଆଲର୍ଟ ଘୋଷଣା କରିଥିବାରୁ ପୋଲିସ ଓ ଓଡ୍ରାଫ ଟିମକୁ ଆଲର୍ଟ ରଖାଯାଇଥିବା ଜିଲ୍ଲା ପ୍ରଶାସନ କହିଛି ।

ବାଇଟ ୩ – ଅମିତା ମଣ୍ଡଳ,ବନ୍ୟା ବିପନ୍ନ
ବାଇଟ ୪ –ଅକ୍ଷୟ ଖେମୁଡୁ,ଜିଲ୍ଲା ଜରୁରି କାଳିନ ଅଧିକାରି

Conclusion:ଲୋକଙ୍କ ପାଖରେ ଏଯାଏଁ କୌଣସି ସହାୟତା ପହଞ୍ଚି ନଥିବାରୁ ଏହାକୁ ନେଇ ଘୋର ଅସନ୍ତୋଷ ଦେଖା ଦେଇଛି । ମାଲକାନଗିରି ଜିଲ୍ଲାର ଦେଖା ଦେଇଥିବା ବନ୍ୟା ଲାଗି ରାଜ୍ୟ ସରକାର ତୁରନ୍ତ ସହାୟତା ଘୋଷଣା କରିବା ଲାଗି ସାଧାରଣରେ ଦାବି ହୋଇଛି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..............
Last Updated : Aug 4, 2019, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.