ETV Bharat / state

ଅନଲାଇନ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବଣ୍ଟନ

author img

By

Published : Aug 6, 2021, 10:13 PM IST

ରିଚ୍ ହ୍ୟାଣ୍ଡ ସୋସାଇଟି ପକ୍ଷରୁ କୋଭିଡ ମହାମାରୀ ସମୟରେ ଦୀର୍ଘ ଦିନ ଧରି ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବଣ୍ଟନ । ଅଧିକ ପଢନ୍ତୁ...

ଅନଲାଇନ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବଣ୍ଟନ
ଅନଲାଇନ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବଣ୍ଟନ

ମାଲକାନଗିରି: କୋରୋନା ସମୟରେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହରକତ ହେଉଥିବା ବେଳେ ଏହାର ପ୍ରଭାବ ପଡିଛି ବିଭିନ୍ନ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉପରେ । ତେବେ ପିଲାମାନେ ଅନ୍ ଲାଇନ୍ ମାଧ୍ୟମରେ ପାଠ ପଢିବେ କିନ୍ତୁ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରେ ମୋବାଇଲ୍ କିଣି ପାଠ ପଢିବା ସମ୍ଭବପର ନୁହେଁ ।

ଏପରି ଦୁର୍ଦ୍ଦିନ ସମୟରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ରିଚ୍ ହ୍ୟାଣ୍ଡ ସୋସାଇଟିର ସଦସ୍ୟ ମାନେ । ଏନେଇ ଆଜି (ଶୁକ୍ରବାର) ରିଚ୍ ହ୍ୟାଣ୍ଡ ସୋସାଇଟି ତରଫରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଷାଠିଏ ଜଣ ଗରିବ ପିଲାମାନଙ୍କୁ ମୋବାଇଲ୍ ପ୍ରଦାନ କରିଛନ୍ତି ।ତେବେ ଗୋଟିଏ ଗୋଟିଏ ମୋବାଇଲର ଦାମ 15000 ଟଙ୍କା ହୋଇଥିବା ବେଳେ ପାଖାପାଖି ଦଶ ଲକ୍ଷ ଟଙ୍କାର ମୋବାଇଲ ବଣ୍ଟନ କରାଯାଇଛି ।

ସେପଟେ ମୋବାଇଲ ପାଇ ଛାତ୍ରଛାତ୍ରୀମାନେ ଖୁସି ହେବାସହ ଆଗକୁ ପାଠ ପଢିବାକୁ ସହଜ ହେବ ବୋଲି ସୂଚନା ଦେଇଛନ୍ତି । ସେହିପରି ପିଲାମାନଙ୍କୁ ସହଯୋଗର ହାତ ବଢାଇଥିବା ରିଚ୍ ହ୍ୟାଣ୍ଡ ସୋସାଇଟିର ମୁଖ୍ୟ ସମ୍ପାଦକ କହିଛନ୍ତି କି ଆଗାମୀ ଦିନରେ ସୋସାଇଟି ପକ୍ଷରୁ ଏପରି ଗରିବ ପିଲାମାନଙ୍କୁ ମୋବାଇଲ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.