ETV Bharat / state

ମାଲକାନଗିରିରେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ - ମାଓବାଦୀଙ୍କ ସ୍ଥିତିକୁ ନେଇ ସମୀକ୍ଷା

ମାଲକାନଗିରି ଜିଲ୍ଲା ଗସ୍ତରେ ଡିଜିପି ଅଭୟ । ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତିକୁ ନେଇ ସମୀକ୍ଷା କରାଯିବା ସହ ଜିଲ୍ଲାରେ ନକ୍ସଲଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରିରେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

author img

By

Published : Aug 29, 2020, 3:58 PM IST

ମାଲକାନଗିରି: ଜିଲ୍ଲା ଗସ୍ତରେ ଡିଜିପି ଅଭୟ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ହେଲିକପ୍ଟର ଯୋଗେ MV-3 ରେ ଥିବା ବିଏସଏଫ କ୍ୟାମ୍ପରେ ଓହ୍ଲାଇ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାରେ କୋଭିଡର ଆଇନଶୃଙ୍ଖଳ ସ୍ଥିତିକୁ ନେଇ ମଧ୍ୟ ଡିଜିପି ସମୀକ୍ଷା କରିଛନ୍ତି ।

ଡିଜିପି ଅଭୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଏସଏଫ ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଡିଆଇଜି ଅନିରୁଦ୍ଧ ସିଂ, ଅପରେସନ ଆଇଜି ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି କେ ସଫିନ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ । ମାଓଦମନ ରଣନୀତି ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଥିବାବେଳେ ମାଲକାନଗିରିରେ ମାଓଶକ୍ତିକୁ ନିଷ୍କ୍ରିୟ କରିବାକୁ ଓ ମାଓ ମୁକାବିଲା ବୈଠକ ବସିଥିଲା ।

ମାଲକାନଗିରିରେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

ଜିଲ୍ଲା ମାଓବାଦୀଙ୍କ ସ୍ଥିତିକୁ ନେଇ ସମୀକ୍ଷା କରାଯିବା ସହ ଜିଲ୍ଲାରେ ନକ୍ସଲଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ସମୀକ୍ଷା କରିଛନ୍ତି । ଏହା ସହ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଜୋର ଦିଆଯାଇଛି । ସ୍ବାଭିମାନ ଅଞ୍ଚଳରେ ନକ୍ସଲ ଗତିବିଧି ଅଛି କିନ୍ତୁ ବହୁମାତ୍ରାରେ କମିଥିବା କହିଛନ୍ତି ଡିଜିପି । ସ୍ବାଭିମାନ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଜୋର ଦିଆଯାଇଥିବା ଡିଜିପି ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.