ETV Bharat / state

କାଲିମେଳା ତହସିଲ ପାଲଟିଛି ଦୁର୍ନୀତିର ଗନ୍ତାଘର - govt land

ସରକାରୀ ଜମିକୁ ନେଇ ବେଆଇନ ଭାବରେ ଚାଲିଛି ଜମି ଜାଲିଆତି । ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବେଆଇନ ଭାବରେ ପଟ୍ଟା ପ୍ରଦାନ କରିଛନ୍ତି କାଲିମେଳା ତହସିଲଦାର । ତହସିଲଦାର ଓ କିରାଣୀଙ୍କ ମଧୁଚନ୍ଦ୍ରିକାରେ କାଲିମେଳା ମୌଜାରେ ୧୮ ଜଣଙ୍କୁ ଜମି ପଟ୍ଟା ଯୋଗାଇ ଦେଇଛନ୍ତି ତହସିଲଦାର । ଅଧିକ ପଢନ୍ତୁ...

Corruption in kalimela tahasil for govt land document
କାଲିମେଳା ତହସିଲ ପାଲଟିଛି ଦୁର୍ନୀତିର ଗନ୍ତାଘର
author img

By

Published : Jan 27, 2021, 10:03 PM IST

ମାଲକାନଗିରି: ଦୁର୍ନୀତିର ଗନ୍ତାଘର ପାଲଟିଛି କାଲିମେଳା ତହସିଲ । ସରକାରୀ ଜମିକୁ ନେଇ ବେଆଇନ ଭାବରେ ଚାଲିଛି ଜମି ଜାଲିଆତି । ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବେଆଇନ ଭାବରେ ପଟ୍ଟା ପ୍ରଦାନ କରିଛନ୍ତି କାଲିମେଳା ତହସିଲଦାର । ତହସିଲଦାର ଓ କିରାଣୀଙ୍କ ମଧୁଚନ୍ଦ୍ରିକାରେ କାଲିମେଳା ମୌଜାରେ ୧୮ ଜଣଙ୍କୁ ଜମି ପଟ୍ଟା ଯୋଗାଇ ଦେଇଛନ୍ତି ତହସିଲଦାର । ମୋଟା ଅଙ୍କର ଅର୍ଥ ନେଇ ଜମି ପଟ୍ଟା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

କାଲିମେଳା ତହସିଲ ପାଲଟିଛି ଦୁର୍ନୀତିର ଗନ୍ତାଘର

ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଲିମେଳା ଟାଉନରେ ସରକାରୀ ଜମିରେ ଘର ଦ୍ବାର ଗଢିଉଠିଛି । ଏପଟେ ଗତ ସେପ୍ଟେମ୍ବର ମାସରେ କାଲିମେଳା ତହସିଲ ପକ୍ଷରୁ 18 ଜଣଙ୍କୁ ଜମି ପଟ୍ଟା ଯୋଗାଇ ଦେଇଛନ୍ତି ତହସିଲଦାର ।

ଏପରିକି ଗୋଟିଏ ପରିବାରର ଦୁଇ ଜଣରୁ ତିନି ଜଣ ଲେଖାଏଁ ପଟ୍ଟା ପାଇଛନ୍ତି । ସେହିପରି ସତସଂଗ ନାମରେ ଚଞ୍ଚକତା କରି ଏକ ଏକରରୁ ଅଧିକ ଜାଗାକୁ ଜମି ପଟ୍ଟାରେ ପରିଣତ କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଯାହାର ୬୦ ହଜାରରୁ ବାର୍ଷିକ ଆୟ କମ୍ ଥିବ ଏବଂ ରାଜ୍ୟରେ କୌଣସି ସ୍ଥାନରେ ତାଙ୍କର ଜମି ନଥିବ । ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବା ନେଇ ନିୟମ ରହିଛି । ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ତହସିଲଦାର ଜମି ପଟ୍ଟା ପ୍ରଦାନ କରିଛନ୍ତି । ପୁଞ୍ଜିପତିଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଜମି ପଟ୍ଟା ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏପଟେ ତହସିଲ ଅଫିସର ଜଣେ କିରାଣୀ ସିଧାସଳଖ 50 ହଜାର ଟଙ୍କା ଲାଞ୍ଚ ନେବା ସହ ଅଧିକ ଅର୍ଥ ମାଗିବାର ଭିଡିଓ ଭାଇରାଲ ହୋଇଛି । ଏପରିକି ଅଫିସ କାର୍ଯ୍ୟରେ ଏହି ଅର୍ଥ ଲାଗିବ ବୋଲି ଭିଡିଓ ବାର୍ତ୍ତାଳପରେ କହିଛନ୍ତି ।

ସେହିପରି ୬ ଜଣଙ୍କର ଜମିପଟ୍ଟା ହସ୍ତାନ୍ତର ଯୋଗ୍ୟ ନଥିବା ବେଳେ ତାକୁ ହସ୍ତାନ୍ତର ଯୋଗ୍ୟ କରିବା ଏବଂ ଭୂଲେଖରେ ଅପଲୋଡ କରିବା ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରିଥିଲେ ଅଫିସର କିରାଣୀ । ସେପଟେ ଗୋଟିଏ ପରିବାରର ଦୁଇରୁ ତିନି ଜଣଙ୍କୁ ପଟ୍ଟା ପ୍ରଦାନ କରିବା ଘଟଣା ଭୁଲ ବୋଲି ସ୍ବୀକାର କରିଛନ୍ତି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ । ଅନ୍ୟ ଯେଉଁ ପଟ୍ଟା ଦିଆଯାଇଛି ତାହା ନିୟମ ଅନୁଯାୟୀ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେପଟେ ପୁଞ୍ଜିପତିଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଜମି ପଟ୍ଟା ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.