ETV Bharat / state

ତୃଣମୂଳ ସ୍ତରରୁ ଲଢେଇ ଆରମ୍ଭ କରିବ କଂଗ୍ରେସ

author img

By

Published : Jun 13, 2022, 11:34 AM IST

Updated : Jun 13, 2022, 12:19 PM IST

କଂଗ୍ରେସ ଭବନଠାରେ ନବ ସଂକଳ୍ପ ସଂପର୍କ ଶିବିର ଅନୁଷ୍ଠିତ । ଆଗାମୀ ଦିନରେ କଂଗ୍ରେସ କିପରି ବିପୁଳ ବିଜୟ ଲାଭ କରିବ ସେନେଇ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିବା ସହ ତୃଣମୂଳସ୍ତରରୁ ହିଁ ଲଢେଇ ଆରମ୍ଭ ପାଇଁ ସଂକଳ୍ପ କରାଯାଇଥିଲା । ଅଧିକ ପଢନ୍ତୁ

Congress's new contact camp
କଂଗ୍ରେସର ନବ ସଂପର୍କ ଶିବିର

ମାଲକାନଗିରି: କଂଗ୍ରେସ ଭବନଠାରେ ନବ ସଂକଳ୍ପ ସଂପର୍କ ଶିବିର ଅନୁଷ୍ଠିତ । ଏହି ଶିବିରରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ସଭାପତିତ୍ବ କରିଥିଲେ । ଏଥି ସହ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ବ୍ୟତୀତ ଶିବିରରେ ଜିଲ୍ଲାର ଛାତ୍ର, ଯୁବ, ମହିଳା କଂଗ୍ରେସ ସହ ଜିଲ୍ଲାର ଶତାଧିକ କର୍ମୀ ଯୋଗଦେଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତରଫରୁ ବିଜୟୀ ହୋଇଥିବା ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ କଂଗ୍ରେସ କିପରି ବିପୁଳ ବିଜୟ ଲାଭ କରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

କଂଗ୍ରେସର ନବ ସଂପର୍କ ଶିବିର

ତୃଣମୂଳସ୍ତରରୁ ହିଁ ଲଢେଇ ଆରମ୍ଭ ପାଇଁ ସଂକଳ୍ପ କରାଯାଇଥିଲା । ଆସନ୍ତା ୨୦୨୪ରେ କଂଗ୍ରେସ ମାଲକାନଗିରିର ଦୁଇଟି ଯାକ ଆସନ ହାତେଇବା ଏବେଠୁ କସରତ ଆରମ୍ଭ କରିଛି କଂଗ୍ରେସ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢି, ଚିନ୍ନା ରାଓ, ଜି.ଶ୍ରୀନବାସ ରାଓ, ମଙ୍ଗୁ ଖିଲ, କେସୁ ରାଓ, ପର୍ଶୁରାମ ଭକ୍ତ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated : Jun 13, 2022, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.