ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା - ମାଲକାନଗିରି ଖବର

ମାଲକାନଗିରି ଜିଲ୍ଲାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲା ଏମଭି-43ର ଭୀମ ବିଶ୍ୱାସ କାମ କରିବା ସମୟରେ ହଠାତ ଛାତରୁ ତଳକୁ ଖସିପଡିଥିଲେ । ଅଧିକ ପଢନ୍ତୁ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

author img

By

Published : Oct 18, 2020, 7:10 PM IST

Updated : Oct 18, 2020, 9:41 PM IST

ମାଲକାନଗିରି: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ଆଜି(ରବିବାର) ସକାଳେ ମାଲକାନଗିରି ଜିଲ୍ଲା ଏମଭି-43ର ଭୀମ ବିଶ୍ୱାସ କାମ କରିବା ସମୟରେ ହଠାତ ଛାତରୁ ତଳକୁ ଖସିପଡିଥିଲେ । ତାଙ୍କୁ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା ।

ପ୍ରଥମେ କାଜୁଆଲଟିରେ ତାଙ୍କୁ ଚିକିତ୍ସା କରାଇଥିଲେ । ଏକ ଘଣ୍ଟା ଅପେକ୍ଷା କରିବା ପରେ ଏକ୍ସରେ କରାଯାଇଥିଲା ଏବଂ ଏକ୍ସରେ ରିପୋର୍ଟରେ କିଛି ଜଣାନପଡିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ୱାର୍ଡକୁ ଭୀମ ଯିବା ପରେ ବାନ୍ତି କରିଥିଲେ । ତାଙ୍କ ସମ୍ପର୍କୀୟ ତୁରନ୍ତ ନର୍ସଙ୍କୁ ଡାକିବାକୁ ଯାଇଥିଲେ । ହସ୍ପିଟାଲରେ ନର୍ସ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଦେଖିବାକୁ ଯାଇନଥିବା ଏବଂ ଦୁର୍ବ୍ୟବହାର କରିବା ସହ ଫୋନରେ ଲୁଡୁ ଖେଳିବାରେ ବ୍ୟସ୍ତ ଥିବା ଅଭିଯୋଗ ଆଣିଛନ୍ତି ଭୀମଙ୍କ ସମ୍ପର୍କୀୟ ।

ତେବେ କିଛି ସମୟରେ ପରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଭୀମଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏଥିପାଇଁ ସିଧାସଳଖ ମେଡିକାଲ କର୍ତ୍ତୃପକ୍ଷ, ନର୍ସ ଓ ଡାକ୍ତରଙ୍କୁ ଦାୟୀ କରାଯାଇଛି । ଏହାସହ ମେଡିକାଲରେ ଉତ୍ତେଜନାମୂଳକ ସ୍ଥିତି ରହିବା ସହ ଡାକ୍ତରଙ୍କୁ ଘେରିଛନ୍ତି ପରିବାର ଏବଂ ଗ୍ରାମବାସୀ ।

ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ନ୍ୟାୟ ପାଇଁ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ତାଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ବିକ୍ଷୋଭ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Oct 18, 2020, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.