ମାଲକାନଗିରି: ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଏମପିଭି- ୮୧ରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ, ୪ ଜଣ ଗୁରୁତର ହୋଇଛନ୍ତି । ଏମପିଭି- ୮୧ ନିକଟରେ ଏକ ଜଙ୍ଗଲ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।
ପ୍ରାୟ ୬ ଏକର ଜମିରେ ଗୋଟିଏ ଗୋଷ୍ଠୀ ଚାଷ କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ତା ଉପରେ ଧାନ ବୁଣୁଥିବା ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ସଂଘର୍ଷ ହୋଇଥିଲା । ଏହା ଜାଣିବାକୁ ପାଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେବା ପରେ ଏମଭି- ୭୯ ଓ ମୋଟୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲକୁ ପଠାଇଛନ୍ତି ।
ଏଥିସହ ଦୁଇ ଗୋଷ୍ଠୀର ଲୋକଙ୍କୁ ଅଟକ ରଖିଛନ୍ତି । ଗୋଟିଏ ଗୋଷ୍ଠୀ 'ଏମପିଭି-୮୧ ଗ୍ରାମର ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ କୋଇକୋଣ୍ଡାର ବୋଲି ଜଣାପଡ଼ିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ