ETV Bharat / state

ବଣ୍ଡାଘାଟିରେ କମାଣ୍ଡର ଓଲଟି ଦୁଇ ମୃତ, ୪ ଗୁରୁତର

ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 2 ଜଣ ପ୍ରାଣ ହରାଇ ଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ତରିତ କରାଯାଇଛି ।

author img

By

Published : Jun 10, 2019, 7:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 2 ଜଣ ପ୍ରାଣ ହରାଇ ଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୋମବାର ସଧ୍ୟା ପାଞ୍ଚଟା ସମୟରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମିଳିଥିବା ସୂଚନା ଅନୁସାରେ କମାଣ୍ଡର ପୋଡ଼ା ବ୍ରିଜ ନିକଟରେ ଘାଟି ଚଢୁଥିବା ସମୟରେ ହଠାତ ବ୍ରେକ ଫେଲ ହୋଇ ଯାଇଥିଲା । ଫଳରେ କମାଣ୍ଡରଟି ଭାରସାମ୍ୟ ହରାଇ ପଛକୁ ଗଡ଼ିବା ସହ ଘାଟି ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଘଟଣାସ୍ଥଳରେ ମୁଦୁଲିପଡା ପୋଲିସ ପହଞ୍ଚି ଦୁର୍ଘଟଣାର କାରଣକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ତରିତ କରାଯାଇ ପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ବଣ୍ଡାଘାଟି କମାଣ୍ଡର ଦୁର୍ଘଟଣା ୨ ମୃତ ୪ ଗୁରୁତର।ମାଲକାନଗିରି ଜିଲ୍ଲାର ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣା ରେ ଦୁଇ ମୃତ ୪ ଗୁରୁତର।ସୂଚନା ନେଵାରୁ ଜଣା ପଡ଼ିଛି ଯେ ଆଜି ଦିନ ପାଞ୍ଚ ଟା ସମୟରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିବା ବେଳେ ମାଙ୍କଡ଼ ଝୋଲା ଉପରେ ପୋଡ଼ା ବ୍ରିଜ ନିକଟରେ ଘାଟି ଚଢୁଥିବା ସମୟରେ ହଠାତ କମାଣ୍ଡର ଟିର ବ୍ରେକ ଫେଲ ହୋଇ ଯାଇଥିଲା।ଯେହେତୁ କମାଣ୍ଡର ଟି ଘାଟି ଚଢ଼ୁଥିଲା ଭାରଶ୍ୟାମ ହରାଇ ପଛକୁ ଗାଡି ଗଡ଼ିବାରେ ଲାଗିଥିଲା ଏବଂ ପଛରେ ଘାଟି ଥିବାରୁ ଘାଟି ତଳକୁ ଓଲଟି ପଡିଥିଲା।ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା।ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଆଉ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ।ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି।ଘଟଣା ସ୍ଥଳରେ ମୁଦୁଲିପଡା ପୋଲିସ ପହଞ୍ଚି ଦୁର୍ଘଟଣା କେମିତି ଓ କିପରି ହେଲା ତାର ତାହାର ତଦନ୍ତ ଆରମ୍ଭ କରିଛି।ଏବଂ ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାସ୍ତରିତ କରାଯାଇ ପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Sent from my Samsung Galaxy smartphone.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.