ETV Bharat / state

ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ଗତି ହିଁ ଶକ୍ତି

ମହିଳା ସଶକ୍ତିକରଣକୁ ଦୁଇ ପାଦ ଆଗକୁ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗମନାଗମନ ସୁବିଧା ଶୁଭାରମ୍ଭ କଲେ ମିଶନଶକ୍ତି ସ୍କୁଟର ଯୋଜନା । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଓ ବାଲେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

ମହିଳା ସଶକ୍ତିକରଣକୁ ଦୁଇ ପାଦ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ

author img

By ETV Bharat Odisha Team

Published : Oct 11, 2023, 10:20 PM IST

ମହିଳା ସଶକ୍ତିକରଣକୁ ଦୁଇ ପାଦ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ

ମାଲକାନଗିରି/ବାଲେଶ୍ବର: ମହିଳା ସଶକ୍ତିକରଣକୁ ଦୁଇ ପାଦ ଆଗକୁ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । SHG ମହିଳାମାନଙ୍କ ଗମନାଗମନ ସୁବିଧା ଶୁଭାରମ୍ଭ କଲେ ମିଶନଶକ୍ତି ସ୍କୁଟର ଯୋଜନା । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଓ ବାଲେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ଶହେରୁ ଉର୍ଦ୍ଧ ଏସଏଚଜି ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି ।

ତେବେ ଏହି କାର୍ଯ୍ୟକ୍ରମ ଅବସରରେ ଭିଡ଼ିଓ କନ୍‌ଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି ," ଗତି ହିଁ ଶକ୍ତି । ଗତି ହିଁ ସଶକ୍ତିକରଣ । ଆମର ସ୍କୁଟର ଯୋଜନା ମାଆମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ୭୦ ଲକ୍ଷ ମାଆମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମାଆମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନଶକ୍ତି ମାଆମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ। ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି ମାଆମାନେ ହିଁ ଆଣିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।"

ଏହା ମଧ୍ୟ ପଢ଼ନ୍ତୁ...ଗତି ହିଁ ଶକ୍ତି: ସ୍କୁଟର ଯୋଜନାର ଶୁଭାରମ୍ଭ, ୨ ଲକ୍ଷ ମିଶନ ଶକ୍ତି ମହିଳା ପାଇବେ ଋଣ

ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା କିଭଳି ଭାବେ ମାଲକାନଗିରି ଜିଲ୍ଲାରେ ସଫଳ ହେବ ସେଥି ନିମନ୍ତେ ସାଂସଦ ରମେଶମାଝୀ ଆଶା ବ୍ୟକ୍ତ କରିଥିଲେ । ମାଲକାନଗିରି ଜିଲ୍ଲାର ୩୦୦୦ ସଦସ୍ୟାଙ୍କୁ ୩୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାପାଳ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଏସବିଆଇ ସିଏମ୍ ଦେବଦତ୍ତ ସେଠୀ, ଏଲଡିଏମ ନରସିଂହ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ମୋଟ ୧୨ଟି ବ୍ଲକରେ ପ୍ରଥମ ପର୍ଯାୟରେ ୫୯୦ ଜଣ ମହିଳାଙ୍କୁ ସ୍କୁଟର ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ ସିଆରସି, ଏମ୍‌ବିକେଙ୍କ ସମେତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ମହିଳାମାନେ ପରିବାରକୁ ସମୃଦ୍ଧ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନରେ ଏହା ସହଯୋଗ କରିବେ ବୋଲି ଆହ୍ବାନ ଦିଆଯାଇଛି । ଏନେଇ ମିଶନ ଶକ୍ତିର ମହିଳାମାନେ ସ୍କୁଟି ନେବା ପରେ ସେମାନଙ୍କ କାମ କରିବାରେ ଆହୁରି ସହଜ ହେବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଜିର ଏହି ସ୍କୁଟର ବଣ୍ଟନ ସଭାରେ ବାଲେଶ୍ବର ବିଧାୟକ ସ୍ବରୂପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ ଡ଼ି.ଭି. ସିନ୍ଦେ, ଡ଼ିପିଏମ୍‌ କାର୍ତ୍ତିକ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ଇଟିଭି ଭାରତ, ମାଲକାନଗିରି ଓ ବାଲେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.