ETV Bharat / state

ମାଲକାନଗିରିର ଗାଁ ଉପରେ ଆନ୍ଧ୍ରା ଓ ଛତିଶଗଡର ନଜର

ମାଲକାନଗିରି ଜିଲ୍ଲାର ଦୁଇ ପାର୍ଶ୍ବରେ ଥିବା ସିମାନ୍ତ ଗ୍ରାମଗୁଡିକ ଉପରେ ଏବେ ଆନ୍ଦ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟର ଆଖି ରହିଛି । ଆଦିବାସୀ ଛତିଶଗଡି ଭାଷାରେ କଥା ହେବା ସହଏଠାକାର ପିଲାଏ ମଧ୍ୟ ଛତିଶଗଡ ପାଠ ପଢୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି
author img

By

Published : May 18, 2019, 12:08 AM IST

ମାଲକାନଗିରି: ବିବାଦୀୟ କୋଟିଆ ଗାଁ ପରେ ମାଲକାନଗିରି ଜିଲ୍ଲାର ଦୁଇ ପାର୍ଶ୍ବରେ ଥିବା ସିମାନ୍ତ ଗ୍ରାମଗୁଡିକ ଉପରେ ଏବେ ଆନ୍ଦ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟର ଆଖି ରହିଛି । ତହସିଲ ନଥିପତ୍ରରେ ଏସବୁ ଗ୍ରାମ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ମୌଳିକ ସମସ୍ୟାରୁ ବଞ୍ଚିତ ସିମାନ୍ତ ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ ସୁବିଧା ସୁଯୋଗ ଆଶାରେ ଆନ୍ଧ୍ର ଏବଂ ଛତିଶଗଡ ମୁହାଁ ହେଉଥିବା ଦେଖିବାକୁ ମିଳୁଛି।

ଛତିଶଗଡ ସିମାନ୍ତ ମାଲକାନଗିରି ଜିଲ୍ଲାର ତଣ୍ଡିକି ପଞ୍ଚାୟତରେ ୨୨ ଖଣ୍ଡ ରାଜସ୍ବ ଗାଁରହିଛି । ଏଠାକାର ଅଧିକାଂଶ ଲୋକେ ଓଡିଆ ଭାଷା ଜାଣି ନାହାନ୍ତି । ଓଡିଶାର ଆଦିବାସି ମାନେ ଛତିଶଗଡି ଭାଷାରେ କଥା ହେବା ସହଏଠାକାର ପିଲାଏ ମଧ୍ୟ ଛତିଶଗଡ ପାଠ ପଢୁଛନ୍ତି । ସୀମାନ୍ତରେ ଓଡିଆ ଭାଷାର ପ୍ରଚଳନ ନଥିବା ବେଳେ ଛତିଶଗଡ ସରକାର ମାଲକାନଗିରି ସିମା ଭିତରେ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ କେନ୍ଦ୍ର, ପାନୀୟଜଳ, ନିର୍ମାଣ କରି ଧିରେ ଧିରେ ଓଡିଶାର ଜାଗା ମାଡି ବସିବାରେ ଲାଗିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

ଭୋଟ ପରିଚୟ ପତ୍ରଠାରୁ ଆରମ୍ଭ କରି, ଆଧାର କାର୍ଡ ପର୍ଯ୍ୟନ୍ତ ସବୁଥିରେ ଛତିଶଗଡର ପରିଚୟ ରହିଛି । ମୋଳିକ ସମସ୍ୟା ସହ ସବୁ ସୁବିଧା ସୁଯୋଗ ଛତିଶଗଡ ସରକାରଙ୍କ ପକ୍ଷରୁ ମିଳୁଥିବା ବେଳେ ଓଡିଶା ସରକାର ଚୁପ ରହିଛନ୍ତି ।

କେବଳ ଛତିଶଗଡ ନୁହେ ଆନ୍ଧ୍ର ସୀମାନ୍ତରେ ମଧ୍ୟ ମାଲକାନଗିରି ଜିଲ୍ଲାର ଅବସ୍ତା ଅତି ଶୋଚନୀୟ । ଚିତ୍ରୋକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର, କୁର୍ମାନୁର, ଗୁଣ୍ଠାବେଡା, ଦୋରାଗୁଡା, ନୁଆଗୁଡା ଓରାଲେଗୁଡା ପରି ୬ଟି ପଞ୍ଚାୟତର ଲୋକେ ଓଡିଆ ଭାଷାକୁ ଭୁଲି ତେଲୁଗୁ ଭାଷା କହୁଛନ୍ତି ।

କେଉଁଠି ବିଦ୍ୟାଳୟ ନାହିଁ ତ ଆଉ କେଉଁଠି ମାସ ମାସ ଧରି ବିଦ୍ୟାଳୟକୁ ଶିକ୍ଷକ ଯାଉ ନାହାନ୍ତି । ଫଳରେ ପ୍ରତିଦିନ ବିପଦ ସଂଙ୍କୁଳ ଅବସ୍ତାରେ ଗୋଟିଏ ଦେଶି ଡଙ୍ଗାରେ ଶହ ଶହ ପିଲାଏ ସିଲେରୁ ନଦୀ ପାରି ହୋଇ ପାଠ ପଢିବା ଲାଗି ଓ ନିଜ ଘୋରର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ପିଲା ଠାରୁ ବୁଢା ଆନ୍ଧ୍ରପ୍ରଦେଶକୁ ଯାଉଛନ୍ତି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.