ETV Bharat / state

ଗୁରୁପ୍ରିୟା ସେତୁରେ ଅଚଳ ସିସିଟିଭି ଓ ଷ୍ଟ୍ରିଟ ଲାଇଟ

author img

By

Published : Jan 7, 2021, 10:23 PM IST

ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଛି ଗୁରୁପ୍ରିୟା ସେତୁରେ ଅଚଳ ହୋଇ ପଡିଛି ସିସିଟିଭି ଓ ଷ୍ଟ୍ରିଟ ଲାଇଟ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛିଦିନ ହେବ ଏହି ସିସିଟିଭି ଓ ଷ୍ଟ୍ରିଟ ଲାଇଟ ଅକାମୀ ହୋଇଛି । ଅଧିକ ପଢନ୍ତୁ...

ଗୁରୁପ୍ରିୟା ସେତୁର ଅଚଳ ହୋଇଛି ସିସିଟିଭି ଓ ଷ୍ଟ୍ରିଟ ଲାଇଟ

ମାଲକାନଗିରି: ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ଅଚଳ ହୋଇ ପଡିଛି ସିସିଟିଭି ଓ ଷ୍ଟ୍ରିଟ ଲାଇଟ । ଗୁରୁପ୍ରିୟା ସୁରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୋଲିସ ଓ ବିଏସଏଫ୍ ଦାୟିତ୍ୱ ଥିବା ବେଳେ ରାତିରେ ସୁରକ୍ଷା ବାହିନୀ ସହଯୋଗ କରିବା ସହ ସେତୁର ସୁରକ୍ଷା ପାଇଁ ଲାଗିଛି ସିସିଟିଭି ଓ ଲାଇଟ । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛିଦିନ ହେବ ଗୁରୁପ୍ରିୟା ସେତୁରେ ଲାଗିଥିବା ସିସିଟିଭି କାମ କରୁନଥିବା ବେଳେ କିଛି ଷ୍ଟ୍ରିଟ ଲାଇଟ ମଧ୍ୟ ଲାଗୁନଥିବା ଜଣାପଡିଥିଲା ।

ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାପାଇଁ ବର୍ତ୍ତମାନ ସିସିଟିଭି ମରାମତି କାମ ଆରମ୍ଭ କରିଛି ପ୍ରଶାସନ । କୁହାଯାଉଛି କିଛି ସ୍ଥାନରେ ତାର ଖରାପ ଥିବା ଯୋଗୁଁ ସିସିଟିଭି ତ୍ରୁଟି ଦେଖିବାକୁ ମିଳିଛି । ତେବେ ଗୁରୁପ୍ରିୟା ସେତୁର ଲାଗିଥିବା ଆହୁରି କିଛି ଲାଇଟ ଅଚଳ ହୋଇପଡିଛି । ଏହି ଅଚଳ ଲାଇଟ ଗୁଡିକକୁ କେବେ ପ୍ରଶାସନ ସଜାଡ଼ିବ ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.