ETV Bharat / state

ପୌର ଫାଇଟ: ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ - ମାଲକାନଗିରିରେ ପୌର ନିର୍ବାଚନ

ପୌର ପରିଷଦ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

author img

By

Published : Mar 7, 2022, 9:24 PM IST

ମାଲକାନଗିରି: ପୌର ପରିଷଦ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଉଭୟ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି ପ୍ରାର୍ଥୀ । ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ନାମାଙ୍କନ ଦାଖଲ କରିଥିଲେ ସମସ୍ତ ପ୍ରାର୍ଥୀ ।

ପୌର ଫାଇଟ: ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

ବିଜେଡ ପକ୍ଷରୁ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମନୋଜ କୁମାର ବାରିକ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ବାହାର କରିଥିଲେ । ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର ଏବଂ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ମଧ୍ୟ ଏକ ହଜାରରୁ ଅଧିକ ସମର୍ଥକ ଓ ୧୯ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ । ବିଜେପି ପକ୍ଷରୁ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଶ୍ୟାମଲ ସୁନାନି ନାମାଙ୍କନ ଦାଖଲ କରିଛନ୍ତି ।

ବିଜେପି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ୧୯ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କଡା ସୁରକ୍ଷାର ସହ ଯାନବାହାନ ନିୟନ୍ତ୍ରଣ କରାଯାଇଥିଲ। । ମାର୍ଚ୍ଚ ୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଏହାପରେ ମାର୍ଚ୍ଚ ୧୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.