ETV Bharat / state

ନକ୍ସଲ ଗଡ ମାଲକାନଗିରିରେ ସିଭିକ୍ ଆକ୍ସନ ପ୍ରୋଗ୍ରାମ - ମାଲକାନଗିରିରେ ଆୟୋଜିତ ସିଭିକ୍ ଆକ୍ସନ ପ୍ରୋଗ୍ରାମ

ସୀମା ସୁରକ୍ଷା ବଳର 88 ବାଟାଲିୟନ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମୁଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଡେନପାଦର ଗ୍ରାମରେ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ (Civic Action Programme ) ଆୟୋଜନ କରିଥିଲା । ଅଧିକ ପଢନ୍ତୁ

ନକ୍ସଲ ଗଡ ମାଲକାନଗିରିରେ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ

author img

By

Published : Oct 19, 2022, 4:03 PM IST

ମାଲକାନଗିରି: ସୀମା ସୁରକ୍ଷା ବଳର 88 ବାଟାଲିୟନ (88 Battalion of the Border Security Force-BSF) ତରଫରୁ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ (Civic Action Programme ) ଆୟୋଜିତ ହୋଇଯାଇଛି । ଏହା ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମୁଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଡେନପାଦର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 300 ଗ୍ରାମବାସୀଙ୍କୁ ପୋଷାକ, ଷ୍ଟେସନାରୀ, ଘର, କ୍ରୀଡା ସାମଗ୍ରୀ ଏବଂ ଜୀବନ ରକ୍ଷାକାରୀ ଔଷଧ ଆଦି ବଣ୍ଟନ କରାଯାଇଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସେକ୍ଟର ଡିଆଇଜି ଏସ କେ ସିହ୍ନା, କମାଣ୍ଡେଣ୍ଟ 88 ବାଟାଲିୟନ ର ବିନୋଦ ସରିନ୍ ଏବଂ ଡିସି ମାଲକାନଗିରି ସୁଭଜନନ୍ ମହାପାତ୍ର ଉପସ୍ଥିତ ଥିଲେ। ଅନ୍ୟପଟେ ଏହି ଅବସରରେ ଡିଆଇଜି ଏସ.କେ ସିହ୍ନା କହିଛନ୍ତି ଏଭଳି କଲ୍ୟାଣକାରି କାର୍ଯ୍ୟକ୍ରମ ନାଗରିକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଞ୍ଚାଇଥାଏ। ଭବିଷ୍ୟତରେ ଏହିପରି ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡିଆଇଜି କହିଛନ୍ତି। ସେନା ଯୁବକମାନଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରିବା ସହ ସୁସ୍ଥ ଏବଂ ଫିଟ୍ ରହିଲେ ସେ ସେମା ସୁରକ୍ଷା ବାହିନୀରେ ଯୋଗ ଦେବେ ଏବଂ ଦେଶର ସେବା କରିବାକୁ ଅନୁରୋଧ କରିଥିଲେ । ନିଯୁକ୍ତି ପୂର୍ବର ପ୍ରଶିକ୍ଷଣରେ ସେମାନଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି।

ତେବେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ କାର୍ଯ୍ୟକ୍ରମ ସହିତ ବିଏସ୍ଏଫ୍ ଜଡିତ ଥିଲା । ଏହିପରି କାର୍ଯ୍ୟକ୍ରମ ଦ୍ବାରା ଆଦିବାସୀମାନଙ୍କ ହୃଦୟ ଏବଂ ମନ ଜିତିବାରେ ବିଏସ୍ଏଫ୍ ବହୁ ଆଗକୁ ଯାଇ ସେମାନଙ୍କୁ ନକ୍ସଲମାନଙ୍କଠାରୁ ଦୂରେଇ ଦେବ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବ ବୋଲି ମଧ୍ୟ ଡିଆଇଜି ସୂଚନା ଦେଇଛନ୍ତି । ପ୍ରତିରକ୍ଷା ର ପ୍ରଥମ ଧାଡି ହେଉଛି ବିଏସ୍ଏଫ୍, ଯେଉଁଠାରେ ଫୋର୍ସ ନିୟୋଜିତ ହୁଏ । ଲୋକଙ୍କ ସହ ସର୍ବଦା ଭଲ ସମ୍ପର୍କ ବଜାୟ ରଖେ ।

ବିଏସଏଫ କ୍ରୀଡ଼ା କାର୍ଯ୍ୟକଳାପ ଆୟୋଜନ କରିବା ସହ ଯୁବପିଢିଙ୍କୁ କ୍ରୀଡା ସାମଗ୍ରୀ ବିତରଣ କରିଆସୁଛି । ମାଓ ପ୍ରଭାବିତ ଜିଲ୍ଲାମାନଙ୍କରେ ନିୟୋଜିତ ବିଏସ୍ଏଫ୍ ଦ୍ବାରା ପ୍ରତିବର୍ଷ ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ (CAP) ହେଉଛି ଅନ୍ୟତମ ପ୍ରମୁଖ ପଦକ୍ଷେପ । ନାକାମାମୁଡି ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମୁଦିଲି, ପିପଲାପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ୱାର୍ଡମେମ୍ବରମାନେ ବିଏସ୍ଏଫ୍ ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ତେବେ ଏଥିସହ ଏହି ଅବସରରେ ଏକ ସ୍ଥାନୀୟ ଭଲିବଲ୍ ଦଳଙ୍କ ମଧ୍ୟରେ ଏକ ଭଲିବଲ୍ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ନାମେଣ୍ଟ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ବିଏସ୍ଏଫ୍ ଡିଆଇଜି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.