ETV Bharat / state

ମାଲକାନଗିରି ଜିଲ୍ଲା ବିକାଶରେ ବିଏସଏଫର ରହିଛି ପ୍ରମୁଖ ଭୂମିକା: BSF IG - ବିଏସଏଫ୍‌ ଆଇଜି ସତୀଷ ଚନ୍ଦ୍ର ବୁଡାକୋଟି

ମାଲକାନଗିରି ଜିଲ୍ଲା ବିକାଶରେ ବିଏସଏଫର ପ୍ରମୁଖ ଭୂମିକା ରହିଥିବା କହିଛନ୍ତି ବିଏସଏଫ୍ ଆଇଜି । ଆଜି ପ୍ରେସମିଟ୍‌ କରି ଏହା କହିଛନ୍ତି ବିଏସଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି । ତେବେ ଭାରତର ପ୍ରଥମ ଧାଡିର ପ୍ରତିରକ୍ଷା ବ୍ୟବସ୍ଥା ସହ ଭାରତ ସରକାର ଦେଇଥିବା ପ୍ରତ୍ୟେକ ଦାୟିତ୍ବକୁ ପୂରଣ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ, ନକ୍ସଲ ସମସ୍ୟା, ନିର୍ବାଚନ କର୍ତ୍ତବ୍ୟ ପାଳନ କରୁଛି ବିଏସଏଫ୍‌ । ଅଧିକ ପଢନ୍ତୁ

ମାଲକାନଗିରି ଜିଲ୍ଲା ବିକାଶରେ ବିଏସଏଫର ପ୍ରମୁଖ ଭୂମିକା:BSF IG

author img

By

Published : Mar 17, 2022, 9:04 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିକାଶରେ ବିଏସଏଫର ପ୍ରମୁଖ ଭୂମିକା ରହିଥିବା କହିଛନ୍ତି ବିଏସଏଫ୍ ଆଇଜି । ଆଜି ପ୍ରେସମିଟ୍‌ କରି ଏହା କହିଛନ୍ତି ବିଏସଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି । ତେବେ ଭାରତର ପ୍ରଥମ ଧାଡିର ପ୍ରତିରକ୍ଷା ବ୍ୟବସ୍ଥା ସହ ଭାରତ ସରକାର ଦେଇଥିବା ପ୍ରତ୍ୟେକ ଦାୟିତ୍ବକୁ ପୂରଣ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ, ନକ୍ସଲ ସମସ୍ୟା, ନିର୍ବାଚନ କର୍ତ୍ତବ୍ୟ ପାଳନ କରୁଛି ବିଏସଏଫ୍‌ ।

ମାଲକାନଗିରି ଜିଲ୍ଲା ବିକାଶରେ ବିଏସଏଫର ପ୍ରମୁଖ ଭୂମିକା:BSF IG

ସେହିପରି ୨୦୧୦ ମସିହାରୁ ଓଡିଶାରେ ବିଏସଏଫ୍‌ ମୁତୟନ ହୋଇଛନ୍ତି । ସେହିଦିନ ଠାରୁ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛନ୍ତି ବିଏସଏଫ ଯବାନ । ନିରାପତ୍ତା ଏବଂ ମାଓ ସଂଗଠନର ରଣନୀତିକୁ ସଫଳତାର ସହ ମୁକାବିଲା କରୁଛି ବିଏସଏଫ । ଏଥିସହ ମାଲକାନଗିରିର ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ସହ ପାଇଁ ସାମ୍ପ୍ରତିକ ସମୟରେ ଗୋରାସେତୁ ଏବଂ ଯୋଡାଆମ୍ବ ଠାରେ ନୂତନ ବିଏସଏଫ ଶିବିର ପ୍ରତିଷ୍ଠା କରାଯାଇଛି ।

ସେହିଭଳି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଏସଏଫର ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୦ରୁ ମାଓ ମୁକାବିଲା ସହିତ ୨୦୧୮ ମସିହାରେ ବିଏସଏଫର ସୁରକ୍ଷା ବଳୟରେ ଗୁରୁପ୍ରିୟା ସେତୁ କାର୍ଯ୍ୟକ୍ଷମ ହୋଇଥିଲା । ଫଳରେ ମାଲକାନଗିରି ଜିଲ୍ଲାର ୯ଟି ଗ୍ରାମ ପଞ୍ଚାୟତର ୧୫୧ଟି ଗାଁର ପ୍ରାୟ ୩୦ ହଜାର ବାସିନ୍ଦାଙ୍କୁ ଯାଆସରେ ଉନ୍ନତି ହୋଇପାରିଛି ।

ଏତଦ୍‌ବ୍ୟତୀତ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ବିଏସଏଫର ଉପସ୍ଥିତି ଦ୍ବାରା ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ଅନୁକୂଳ ସୁବିଧା ମିଳିପାରିଛି । ଆଜିର ଏହି ପ୍ରେସମିଟ୍‌ରେ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି, ବିଏସଏଫ ଡିଆଇଜି ଅପରେସନ ବିପୁଲ ବିରଗୁସେନ, ବିଏସଏଫ ଡିଆଇଜି ମାଲକାନଗିରି ସୈଳେନ୍ଦ୍ର କୁମାର ସିହ୍ନା, ବିଏସଏଫ ଗୁଇନ୍ଦା ଏସ ମହାପାତ୍ରଙ୍କ ସହ ଅନ୍ୟ ବିଏସଏଫ ଅଧିକାରୀ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.