ETV Bharat / state

ବଣ୍ଡା ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା - ବଣ୍ଡା ଜାତିର ପାଟଖଣ୍ଡା ଯାତ୍ରା

ଅନ୍ୟମାନଙ୍କ ପରି ବଣ୍ଡା ଜନଜାତିରେ ମଧ୍ୟ ୧୨ ମାସରେ ରହିଛି ୧୩ ପର୍ବ । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ବାସ କରୁଥିବା ଏହି ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା କିନ୍ତୁ ଅନ୍ୟମାନଙ୍କ ଠାରୁ ନିଆରା । ଦେଖନ୍ତୁ ରିପୋର୍ଟ....

aa
ବଣ୍ଡା ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା
author img

By

Published : Feb 7, 2020, 11:45 PM IST

Updated : Feb 8, 2020, 4:27 PM IST

ମାଲକାନଗିରି: ଜିଲ୍ଲା ବଣ୍ଡା ଘାଟିରେ ପାଳିତ ହୋଇଛି ଆଦିମ ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା । ବର୍ଷକୁ ଥରେ ପାଳିତ ହୋଇଥିବା ଏହି ଯାତ୍ରାରେ ସାମିଲ ହୋଇଥିଲେ ବଣ୍ଡା ଘାଟିର ୧୨ ଖଣ୍ଡ ଗାଁ ଲୋକେ । ଆସନ୍ତା ବର୍ଷର ଭଲ ଫସଲ ଲାଗି ପାରମ୍ପାରିକ ରିତିରେ ଖଣ୍ଡାକୁ ପୁଜା କରିଥିଲେ ବଣ୍ଡା ଜନ ଜାତିର ଲୋକେ ।

ବଣ୍ଡା ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା

ତୂରୀ, ମହୂରୀ ଓ ବାଜାରେ ଫାଟି ପଡୁଛି ଗାଁ ଦାଣ୍ଡ । ରୁଣ୍ଢ ହୋଇଛନ୍ତି 12 ଖଣ୍ଡ ଗାଁର ବଣ୍ଡା ଆଦିବାସୀ । ଏଠି ଦେବୀ ନାହାନ୍ତି କି ଦେବତା, ତଥାପି ହେଉଛି ପୂଜାର୍ଚ୍ଚନା । ଚାଲିଛି ଆଦିମ ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା । ଖଣ୍ଡାକୁ ରକ୍ଷକ ଭାବି ଏହି ପୂଜା କରାଯାଏ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡା ଗାଁରେ ବର୍ଷକୁ ଥରେ ଏହି ପର୍ବ ପାଳିତ ହୁଏ । ଏକ ବର ଗଛର ଶୀର୍ଷରେ ଲୁକ୍କାୟିତ ହୋଇ ରହିଥିବା ଖଣ୍ଡାକୁ ଗାଁ ପୂଜାରି ତଳକୁ ଆଣିଥାଆନ୍ତି । ପାରମ୍ପାରିକ ରିତିରେ ଖଣ୍ଡାକୁ ପୁଜା କରାଯାଇ ଛେଳି, କୁକୁଡା ଆଦି ବଳି ପକାଯାଏ । ଏହାପରେ ଆସନ୍ତା ବର୍ଷ ନିଜ ଜମିରେ ଭଲ ଫସଲ ହେବା ଲାଗି ନିଜ ଘରୁ ଆଣିଥିବା ଧାନ, ମାଣ୍ଡିଆ ଓ ସୁଆଁ ବିହନକୁ ପାଟଖଣ୍ଡା ଠାକୁରଙ୍କ ପାଖରେ ରଖିଦିଅନ୍ତି । ପୂଜା ଶେଷ ହେବା ପରେ ପୂଜକ ପୁଣି ସେହି ଖଣ୍ଡାକୁ ଗଛର ଶୀର୍ଷରେ ଲୁଚେଇ ରଖି ଦିଅନ୍ତି ବଣ୍ଡା ଜନଜାତିଙ୍କୁ ରକ୍ଷା କରିବା ପାଇଁ ।

ଅନ୍ୟମାନଙ୍କ ପରି ବଣ୍ଡା ଜନଜାତିରେ ମଧ୍ୟ ୧୨ ମାସରେ ରହିଛି ୧୩ ପର୍ବ । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ବାସ କରୁଥିବା ଏହି ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା କିନ୍ତୁ ଅନ୍ୟମାନଙ୍କ ଠାରୁ ନିଆରା । ଏହାକୁ ଦେଖିବା ଲାଗି ପ୍ରତିବର୍ଷ ଅନେକ ପର୍ଯ୍ୟଟକ ମଧ୍ୟ ବଣ୍ଡା ଘାଟିକୁ ଧାଇଁଆସି ଏହାକୁ ମନଭରି ଉପଭୋଗ କରନ୍ତି । ସୁ-ଉଚ୍ଚ ପର୍ବତ ମାଳାରେ ସବୁଜ ବନାନି ପର୍ଯ୍ୟଟଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ପାଟଖଣ୍ଡା ଯାତ୍ରା ଶେଷ ହେବା ପରେ ବଣ୍ଡା ଲୋକେ ସେମାନଙ୍କ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗୀତ କରି ଥାଆନ୍ତି ।

ଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ଗ୍ରାମର ବଣ୍ଡା ଜନଜାତିର ଲୋକେ ଯାତ୍ରା ଶେଷ ହେବା ପରେ ପୂଜା ବିହନକୁ ନେଇ ନିଜ ନିଜ ଗାଁକୁ ଫେରି ଯାଆନ୍ତି । ଆଗାମୀ ବର୍ଷର ଫସଲ ଲାଗି ଏହାକୁ ନିଜ ଘରେ ଗଚ୍ଛିତ କରି ରଖିବା ସହ ପୁଣି ଥରେ ଅପେକ୍ଷା କରନ୍ତି ଆର ବରଷର ପାଟଖଣ୍ଡା ଯାତ୍ରାକୁ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ପାଳିତ ହୋଇଛି ଆଦିମ ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା । ବର୍ଷକୁ ଥରେ ପାଳିତ ହୋଇଥିବା ଏହି ଯାତ୍ରାରେ ସାମିଲ ହୋଇଥିଲେ ବଣ୍ଡା ଘାଟିର ୧୨ ଖଣ୍ଡ ଗାଁ ଲୋକେ । ଆସନ୍ତା ବର୍ଷର ଭଲ ଫସଲ ଲାଗି ପାରମ୍ପାରିକ ରିତିରେ ଖଣ୍ଡାକୁ ପୁଜା କରିଥିଲେ ବଣ୍ଡା ଜନ ଜାତିର ଲୋକେ ।

ଦେଖନ୍ତୁ ଇଟିଭି ଭାରତର ସ୍ପେଶିଆଲ ରିପୋର୍ଟ.........Body:ଭି.ଓ.୧ – ଏଠାରେ ଦେବୀ ନାହି କି ଦେବତା ନାହି ତଥାପି ଚାଲିଛି ପୁଜା । ଏକ ଖଣ୍ଡାକୁ ନିଜର ରକ୍ଷକ ବୋଲି ଭାବି ବଣ୍ଡା ଲୋକେ ତାହାକୁ କରୁଛନ୍ତି ପୁଜା । ଏପରି ଏକ ନିଆରା ପର୍ବ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡା ଗାଁରେ । ବର୍ଷକୁ ଥରେ ପାଳିତ ହେଉଥିବା ଏହି ପାଟଖଣ୍ଡା ଯାତ୍ରାରେ ବଣ୍ଡା ଘାଟିର ୧୨ ଖଣ୍ଡ ଗାଁ ଲୋକେ ଏକତ୍ରିତ ହୁଅନ୍ତି । ଏକ ବର ଗଛର ଶିର୍ଷରେ ଲୁକାୟିତ ହୋଇ ରହିଥିବା ଖଣ୍ଡାକୁ ଗାଁ ପୁଜାରି ତଳକୁ ଆଣି ଥାଆନ୍ତି । ଏହା ପରେ ପାରମ୍ପାରିକ ରିତିରେ ଏହି ଖଣ୍ଡାକୁ ପୁଜା କରାଯାଇ ଛେଳି କୁକୁଳା ବଳି ଦିଆଯାଏ । ଏହା ପରେ ବଣ୍ଡା ଲୋକେ ନିଜ ନିଜ ଘରୁ ଆଣିଥିବା ଧାନ ମାଣ୍ଡିଆ ଓ ଶୁଆଁ ବିହନକୁ ପାଟଖଣ୍ଡା ଠାକୁରଙ୍କ ପାଖରେ ରଖିଥାଆନ୍ତି ଆସନ୍ତା ବର୍ଷ ନିଜ ନିଜ ଜମିରେ ଭଲ ଫସଲ ହେବା ଲାଗି । ପୁଜା ଶେଷ ହେବା ପରେ ପୁଜକ ପୁଣି ସେହି ଖଣ୍ଡାକୁ ଗଛର ଶିର୍ଷରେ ଲୁଚେଇ ରଖି ଥାଆନ୍ତି ବଣ୍ଡା ଜନ ଜାତିଙ୍କୁ ରକ୍ଷା କରିବା ଲାଗି ।

ବାଇଟ ୧ – ଗୁରୁବାରି ଶିଷା, ବଣ୍ଡା ମହିଳା

ଭି.ଓ. ୨ – ଏମିତିରେ ଅନ୍ୟ ମାନଙ୍କ ପରି ବଣ୍ଡା ଜନ ଜାତିରେ ମଧ୍ୟ ୧୨ ମାସରେ ୧୩ ପର୍ବ ରହିଛି । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ବାସକରୁଥିବା ଏହି ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା କିନ୍ତୁ ଅନ୍ୟ ମାନଙ୍କ ଠାରୁ ନିଆରା । ଏହାକୁ ଦେଖିବା ଲାଗି ପ୍ରତି ବର୍ଷ ଅନେକ ପର୍ଯ୍ୟଟକ ବଣ୍ଡା ଘାଟିକୁ ଆସି ଥାଆନ୍ତି । ସୁ-ଉଚ୍ଚ ପର୍ବତ ମାଳାରେ ସବୁଜ ବନାନିକୁ ମନଭୋରି ଉପଭୋଗ କରିବା ପରେ ବଣ୍ଡାଘାଟି ପହଞ୍ଚି ଥାଆନ୍ତି ପର୍ଯ୍ୟଟକ । ଆଉ ପୃଥିବିର ଏହି ପ୍ରାଚିନ ଜନଜାତିଙ୍କ ପାଟଖଣ୍ଡା ଯାତ୍ରାକୁ ମଧ୍ୟ ଅତି ନିକଟରୁ ଦେଖି ଥାଆନ୍ତି । ପାଟଖଣ୍ଡା ଯାତ୍ରା ଶେଷ ହେବା ପରେ ବଣ୍ଡା ଲୋକେ ସେମାନଙ୍କ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗିତ କରି ଥାଆନ୍ତି । ଆଉ ଶେଷରେ ପୁଜା ହୋଇଥିବା ବିହନକୁ ନିଜ ନିଜ ଘରକୁ ନିଅନ୍ତି ।

ବାଇଟ ୨ – ଗୁରୁ କିର୍ଷାନୀ (ଧଳା ଟି ସାର୍ଟ ପିନ୍ଧିଛନ୍ତି)

ବାଇଟ ୩- ତ୍ରିଲୋଚନ ମିଶ୍ର, ଶିକ୍ଷକ ବଣ୍ଡା ଘାଟି,
(ନାଲି ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି)
Conclusion:ଫା.ଭି.ଓ. – ପାଟଖଣ୍ଡା ଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ଗ୍ରାମର ବଣ୍ଡା ଜନ ଜାତିର ଲୋକେ ଯାତ୍ରା ଶେଷ ହେବା ପରେ ପୂଜା ବିହନକୁ ନେଇ ନିଜ ନିଜ ଗାଁକୁ ଫେରି ଯାଆନ୍ତି । ଆଉ ଆଗାମି ବର୍ଷର ଫସଲ ଲାଗି ଏହାକୁ ନିଜ ଘରେ ଗଚ୍ଛିତ କରି ରଖିବା ସହ ପୁଣି ଥରେ ଅପେକ୍ଷା କରନ୍ତି ଆର ବରଶର ପାଟଖଣ୍ଡା ଯାତ୍ରାକୁ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...........
Last Updated : Feb 8, 2020, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.