ETV Bharat / state

ପେଟ ବୁଝେନା ରୋଗ କଥା, ବେଲୁନ ବିକୁଛନ୍ତି କର୍କଟ ରୋଗୀ - ପରିବାର ଚଳାଇବାକୁ ବେଲୁନ ବିକ୍ରି କରୁଛନ୍ତି ବିଭାସ

ମାଲକାନଗିରି ଜିଲ୍ଲା ଏମଭି 79ର ବାସିନ୍ଦା ବିଭାସ । ଅଳ୍ପ ବୟସରୁ ଦଇବ ଦେଇଛି ଦୁଃଖ । ଅଭାବ ସାଙ୍ଗକୁ ଗ୍ରାସ କରିଛି ରକ୍ତ କର୍କଟ । ପରିବାର ଚଳାଇବାକୁ ବେଲୁନ ବିକ୍ରି କରୁଛନ୍ତି ବିଭାସ । ଅଧିକ ପଢ଼ନ୍ତୁ

blood cancer patient bibhas
କର୍କଟ ରୋଗୀ ବିଭାସ
author img

By

Published : Dec 21, 2022, 5:39 PM IST

ଅର୍ଥ ସାଜିଛି ବାଧକ

ମାଲକାନଗିରି: "ବାବୁ ବେଲୁନ ନିଅ… ମାତ୍ର ୨୦ ଟଙ୍କା । ବେଲୁନ ନ ନେଲେ ମୋ ପେଟ ପୁରିବନି, ପରିବାର ଚଳିବନି, ନିଅ ବାବୁ ନିଅ…।" ଏ ଡାକ ଶୁଣି ହୁଏତ କିଏ ଘର ପାଇଁ ଖୁସି କିଣି ନେଇପାରେ । ମାତ୍ର ୨୦ ଟଙ୍କା ଦେଇ ନିଜ ଝିଅ ପାଇଁ, ନିଜ ପୁଅ ପାଇଁ ସାମାନ୍ୟ ବେଲୁନଟିଏ ନେଇ ତାଙ୍କ ମୁହଁରେ ହସ ଫୁଟାଇପାରେ । ମାତ୍ର ଏହି 20 ଟଙ୍କିଆ ବେଲୁନ ଯେ କାହାର ପେଟପାଟଣା ବୁଝୁଛି । ମାଲକାନଗିରି ଜିଲ୍ଲା ଏମଭି 79ରେ ଏହିଭଳି ଭାବରେ ଅଭବରେ ଚଳୁଛନ୍ତି ଜଣେ କର୍କଟ ରୋଗୀ ଓ ତାଙ୍କ ପରିବାର । ପରିବାର ଚଳାଇବା ସଂଘର୍ଷ କରୁଛନ୍ତି କର୍କଟ ରୋଗୀ (Blood Cancer Patient selling Balloons in Malkangiri )। ସେପଟେ ତାଙ୍କୁ ଚିକିତ୍ସା ବାବଦକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ମାଲକାନଗିରି ଜିଲ୍ଲା ଏମଭି 79ର ବାସିନ୍ଦା ବିଭାସ, ବୟସ 21 ବର୍ଷ । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଅଭାବ ନୁହେଁ ରକ୍ତ କର୍କଟ ରୂପକ ରୋଗ ମଧ୍ୟ ତାଙ୍କୁ ଗ୍ରାସ କରିଛି । ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି । ପାଖରେ ପଇସା ନଥିବାରୁ ପୁଅକୁ ପାଠ ପଢାଇ ନାହାନ୍ତି ବାପାମାଆ । ପେଟ ପାଇଁ ତ ପଇସା ନାହିଁ ପାଠ ପାଇଁ ଆସିବ କେଉଁଠୁ ? ତେଣୁ ବାଧ୍ୟ ହୋଇ ଖଡି, କଲମ ଧରା ହାତରେ ବିଭାସ ଧରିଛନ୍ତି ବେଲୁନ । ମୁଣ୍ଡ ଉପରେ ଭଳିକି ଭଳି ରଙ୍ଗ ବେରଙ୍ଗର ବେଲୁନ ଥାଇ ବି ଭୋକ ପାଇଁ ସେସବୁ ଫିକାଫିକା ଦିଶୁଛି । ତଥାପି ବେଲୁନ ପରି ରଙ୍ଗୀନ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS

ଏନେଇ ବିଭାସ କହିଛନ୍ତି, "ଦେଢ଼ ବର୍ଷ ପୂର୍ବେ ଅସୁସ୍ଥତା ଅନୁଭବ କରିବାରୁ ହାଇଦ୍ରାବାଦ ଯାଇଥିଲି । ଏକ ଡାକ୍ତରଖାନାରେ ଚିକିତ୍ସା ପରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲି । ସେଠାରୁ ମୋତେ କୋଲକାତା ସ୍ଥାନାନ୍ତର କରାଗଲା । ଦୁଇ ତିନିଥର ଚିକିତ୍ସା ପାଇଁ ଯିବାପରେ ଅର୍ଥ ବାଧକ ସାଜିବାରୁ ଚିକିତ୍ସା ବନ୍ଦ କରିଦେଇଛି । ଘରେ ଚଳାଇବା ପାଇଁ ରୋଜଗାର କରିବାକୁ ପଡ଼ିବ । ତେଣୁ ବାଧ୍ୟ ହୋଇ ବେଲୁନ ବିକ୍ରି କରୁଛି ।"

ତେଣୁ ବିଭାସ ସରକାରୀ ସ୍ତରରେ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ବିଭାସ ବିଭିନ୍ନ ଯାତ୍ରା ମହୋତ୍ସବରେ ବେଲୁନ ବିକ୍ରି କରନ୍ତି । ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ ।

ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନାର ଲମ୍ବା ତାଲିକା ରହିଛି। ହେଲେ ଆଜି ଯାଏ ବିଭାଷଙ୍କ ପାଖରେ ପହଞ୍ଚି ପାରିନି କୌଣସି ସୁବିଧା । ତେଣୁ ବିଭାଷଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଇଟିଭି ଭାରତ,ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.