ETV Bharat / state

'ମୋ ଘର' ଯୋଜନା ପର ଘର ତିଅଣରେ ଅତିଥି ସତ୍କାର ସଦୃଶ: ଜୁଏଲ

author img

By

Published : Jun 30, 2023, 6:15 PM IST

କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ ଜନସମ୍ପର୍କ ଅଭିଯାନରେ ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଅଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏହି ସମୟରେ ସେ ଘର ଘର ବୁଲି ମୋଦି ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟରେ 5T ସଚିବଙ୍କ ରାଜ୍‌କୁ ତୀବ୍ର ବିରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ଜୁଏଲ ଓରାମ
ମାଲକାନଗିରିରେ ଜୁଏଲ ଓରାମ
ମାଲକାନଗିରିରେ ଜୁଏଲ ଓରାମ

ମାଲକାନଗିରି: ଦୁଇ ଦିନିଆ ମାଲକାନଗିରି ଗସ୍ତ ସମୟରେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ କଡ଼ା ବିରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଠାଇ ଥିବା ପ୍ରସଙ୍ଗକୁ ସମର୍ଥନ କରିବା ସହ ଜଣେ IAS ଅଫିସର କିଭଳି ସିଧାସଳଖ ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ସଚିବଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ଜୁଏଲ । ଗତକାଲି ମାଲକାନଗିରିରେ ପହଞ୍ଚିବା ପରେ ଜୁଏଲଙ୍କୁ ପ୍ରଥମେ ମାଥିଲିଠାରେ ସ୍ବାଗତ କରାଯାଇଥିଲା । ଏହାପରେ କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ପଦ୍ମଗିରିଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ସେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ମାଲକାନଗିରି ସଦର ମହକୁମାରେ ଘରକୁ ଘର ବୁଲିଥିଲେ ଓ ଆଜି କାଳିମେଳାଠାରେ ଘରକୁ ଘର ବୁଲିବା ସହ ପୁଲିମେଟଲାଠାରେ ବିଶାଳ ସମାବେଶରେ ଯୋଗ ଦେବେ ଜୁଏଲ ।

କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନାକୁ ନିଜ ନାଁରେ ପ୍ରଚାର କରି ରାଜ୍ୟ ସରକାର ବାଃ ବାଃ ନେଉଥିବା ସହ ମାଲକାନଗିରିରେ ରେଳ ରାସ୍ତା ପାଇଁ ରାଜ୍ୟ ସରକାର ଜମି ଚିହ୍ନଟ କରି ପାରୁନଥିବା ଭଳି ଅଭିଯୋଗ କରିଛନ୍ତି ସାଂସଦ । ଏହାପରେ କାଲିମେଳା ବ୍ଲକର ପୁଲିମେଟଲା ଠାରେ ଘରଘର ବୁଲି ମୋଦି ସରକାରଙ୍କ ସଫଳତା କହିଥିଲେ । ପରେ କାଲିମେଳା ବ୍ଲକ ସଦରରେ ଘରକୁ ଘର ବୁଲିଥିଲେ ସାଂସଦ ଜୁଏଲ ଓରାମ୍ । ଶେଷରେ ବିଜପି କର୍ମକର୍ତ୍ତାଙ୍କ ଘରେ ବସି ଭୋଜନ କରିଥିଲେ । ଏହି ସମୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି ନିମାଇ ପାଲ୍ ଏବଂ ଦଳର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ଗରିବ ଲୋକଙ୍କ ପାଇଁ ମୋଦି ସରକାର ଘର ବ୍ୟବସ୍ଥା କରୁଛନ୍ତି । ଦେଶରେ ୪ କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିଜସ୍ଵ ବାସଘର ମିଳିପାରିଛି । ଦେଶର ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ରାସନ ଯୋଗାଉଛନ୍ତି । ଦେଶରେ ୫୦ ହଜାରରୁ ଅଧିକ ଅମୃତ ସରୋବରର ନିର୍ମାଣ 'ମିଶନ ଅମୃତ ସରୋବର' ଅନ୍ତର୍ଗତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଛି । ମୋଦି ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା 'ଜଳ ଜୀବନ ମିଶନ' ମାଧ୍ୟମରେ ଦେଶରେ ୧୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ମିଳିପାରିଛି ।"

ସେ ଆହୁରି କହିଛନ୍ତି, "ମେକ୍ ଇନ୍‌ ଇଣ୍ଡିଆ ସଂକଳ୍ପ ନେଇ ଭାରତ ଆଗେଇଛି । ଆଗରୁ ସରକାର ୧ ଟଙ୍କା ପଠାଇଲେ ଲାଭାର୍ଥୀଙ୍କ ପାଖରେ ୧୫ ପଇସା ପହଞ୍ଚୁଥିଲା । ମାତ୍ର ମୋଦି ସରକାରଙ୍କ ପ୍ରୟାସ ଯୋଗୁଁ ଦେଶର ୪୮ କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ସମସ୍ତଙ୍କୁ ସରକାରୀ ସୁବିଧା ଡିବିଟି ମାଧ୍ୟମରେ ମିଳିପାରୁଛି । ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ବଳରେ ଆଜି ଯୁବଶକ୍ତିଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ବିକାଶ, ନବୀକରଣ, ଖେଳ, ସ୍ଵରୋଜଗାର ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆସିଛି । ଗରିବ ବାସହୀନଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ସରକାର 'ମୋ ଘର' ଯୋଜନାର ଆରମ୍ଭ କରିଛନ୍ତି । ଯାହା ପର ଘର ତିଅଣରେ ଅତିଥି ସତ୍କାର ସଦୃଶ । ଘର ଡିହ ବନ୍ଧା ପକାଇ ଗରିବ ଲୋକଟି ବ୍ୟାଙ୍କରୁ ଋଣ ନେବ ଏବଂ କିସ୍ତି ଆଧାରରେ ଋଣ ପରିଶୋଧ କରିବ । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା କଣ ? ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଚିକିତ୍ସା ପାଇଁ ୫ ଲକ୍ଷ ଯୋଗାଉଛନ୍ତି, କିନ୍ତୁ ନବୀନ ବାବୁ କାହିଁକି ଓଡ଼ିଶାବାସୀଙ୍କୁ ସେଥିରୁ ବଞ୍ଚିତ କରୁଛନ୍ତି ? ଓଡ଼ିଶାର କୋଇଲାରେ ସାରା ଦେଶ ଆଲୋକିତ ହେଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ଆମ ରାଜ୍ୟରେ ବିଦ୍ୟୁତ କାଟ ହେଉଛି । ଗତ ୯ ବର୍ଷରେ ନିଷ୍ଠାର ସହ କାର୍ଯ୍ୟ କରି ଭାରତ ସଫଳତାର ନୂତନ ଦିଗକୁ ଛୁଇଁଛି । ଗୋଟିଏ ପଟେ ଦେଶର ବିକାଶ ପ୍ରତ୍ୟେକ କ୍ଷେତ୍ରରେ ସୁନିଶ୍ଚିତ ହୋଇଛି, ଅନ୍ୟପଟେ ଭାରତ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହୋଇଛି । ମୋଦିଜୀ ଓଡିଆଙ୍କ ପ୍ରତିଭାକୁ ବିଶ୍ବ ଦରବାରରେ ଉପସ୍ଥାପନା କରିବା ସହ ଓଡ଼ିଆଙ୍କୁ ସର୍ବାଗ୍ରେ ରଖିଛନ୍ତି । ରେଳ, ରାସ୍ତା, ବିମାନସେବା କ୍ଷେତ୍ରରେ ବ୍ୟାପକ ବିସ୍ତାର ହୋଇଛି ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.