ETV Bharat / state

ବିକାଶ ଭୂମିଆ: ଦାୟିତ୍ବ ଆଗରେ ହାର ମାନିଛି ବୟସ - ବୟସ

ପାଠପଢା ବସୟରେ କାନ୍ଧରେ ପଡିଛି ପରିବାରର ଦାୟିତ୍ବ । ଯେଉଁ ବୟସରେ ପିଲା ହାତରେ ବହି ବସ୍ତାନି ଧରି ପାଠ ପଢିବା କଥା ସେ ବୟସରେ ପରିବାରର ଦାୟିତ୍ବ ଆଗରେ ନଇଁ ଯାଇଛି କୁନି କାନ୍ଧ । ଏହେଉଛି ଗୌଡଗୁଡା ଗ୍ରାମର ଏକ ଆଦିବାସୀ ପରିବାରର କଥା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 31, 2019, 11:36 PM IST

ମାଲକାନଗିରି: ପାଠପଢା ବସୟରେ କାନ୍ଧରେ ପଡିଛି ପରିବାରର ଦାୟିତ୍ବ । ଯେଉଁ ବୟସରେ ପିଲା ହାତରେ ବହି ବସ୍ତାନି ଧରି ପାଠ ପଢିବା କଥା ସେ ବୟସରେ ପରିବାରର ଦାୟିତ୍ବ ଆଗରେ ନଇଁ ଯାଇଛି କୁନି କାନ୍ଧ । ଏହେଉଛି ଗୌଡଗୁଡା ଗ୍ରାମର ଏକ ଆଦିବାସୀ ପରିବାରର କଥା । ଯେଉଁ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ବ ବହନ କରିଛନ୍ତି 8 ବର୍ଷୀୟ ବିକାଶ ଭୂମିଆ । ସାଥୀରେ ଭାଇର ଅନୁପସ୍ଥିତିରେ ଘରର ସମସ୍ତଙ୍କ କଥା ବୁଝନ୍ତି ଭଉଣୀ କବିତା ।

କୁନି ବୟସରେ ଜୀବନ କ’ଣ ବୁଝିବା ଆଗରୁ ଘରର ଦାୟିତ୍ବ ନୁଆଇଁ ଦେଇଛି ବିକାଶଙ୍କ କାନ୍ଧ । 6 ମାସ ପୂର୍ବରୁ ବାପା ଆରପାରିକୁ ଯିବା ପରେ ହଠାତ୍‌ ବିକାଶଙ୍କୁ ମାଡି ବସିଥିଲା ଘରର ଦାୟିତ୍ବ । ଘର ଚଳାଇବାକୁ ରୋଜଗାର ନଥିବାରୁ ହାତରେ କୁରାଢି ଧରି ଦି ପଇସା ରୋଜଗାର କରିବା ପାଇଁ ବାହାରି ଯାଆନ୍ତି ବିକାଶ । ଏହି ସମୟରେ ଘରେ ଏକା ରହିଯାଆନ୍ତି ପାରାଲିସିସ୍‌ରେ ଆକ୍ରାନ୍ତ ମା’, 60 ବର୍ଷୀୟ ଜେଜେମା’ ଓ ଦୁଇ କୁନି ଭଉଣୀ ।

ହେଲେ ମା’ କିଛି କରିବାକୁ ଅସମର୍ଥ ଥିବାରୁ ପାଣି ବୋହିବାଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ବୁଝନ୍ତି ଭଉଣୀ କବିତା । ମା’ଙ୍କ ସେବା କରିବା ସହ ସେମାନଙ୍କୁ ଖୁଆଇବା ପର୍ଯ୍ୟନ୍ତ ପ୍ରତିଟି ଦାୟିତ୍ବ ବେଶ୍‌ ନିଷ୍ଠାର ସହ ନିଭାଇ ଚାଲିଛନ୍ତି କବିତା । ହେଲେ ଦୁଇ ପୁଅ ଝିଅଙ୍କୁ ଏତେ କମ୍‌ ବୟସରେ ଏପରି ଖଟୁଥିବାର ଦେଖି ଭାଙ୍ଗି ପଡିଛନ୍ତି ମା’ ରୁକ୍ମିଣୀ । ତେବେ ପରିବାରର ଏପରି ଦୁର୍ଦ୍ଦିନ ଦେଖି ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ହେଲେ ନିର୍ବାଚନ ସମୟରେ ନେତାଙ୍କ ମାଳ ମାଳ ଯୋଜନାର ପ୍ରତିଶୃତି ଆଗରେ ଫିକା ପଡିଯାଇଛି ଏହି ଆଦିବାସୀ ପରିବାରର ଡାକ । ଫଳରେ ଆଜି ଯାଏଁ ଏହି ପରିବାରକୁ ନା ମିଳିପାରିଛି ପ୍ରଧାନମନ୍ତ୍ରୀ ଆବାସ ନା ମିଳିଛି କୌଣସି ସରକାରୀ ସୁବିଧା । ଦେଖିବା ବାକି ରହିଲା କେବେ ସରକାର ଶୁଣୁଛନ୍ତି ଏହି ପରିବାରର ଡାକ ଓ କେବେ ପୂରଣ ହେଉଛି ସମସ୍ତ ନିର୍ବାଚନୀ ପ୍ରତିଶୃତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.