ମାଲକାନଗିରି: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଛି ପ୍ଲାଷ୍ଟିକ ଅଣ୍ଡା । ଏହାକୁ ନେଇ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଯାହାକୁ ସିଝାଇଲେ ବି ସିଝୁ ନଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଜିଲ୍ଲା ହାଇଟେକ କଲୋନୀର ଜଣେ ବ୍ୟକ୍ତି ବଜାରରୁ ଅଣ୍ଡା କିଣି ନେଇଥିଲେ । ଯାହାକୁ ରୋଷେଇ କଲାବେଳେ ଅଣ୍ଡା ସିଝୁ ନଥିବା ସହ ହାତରେ ଭାଙ୍ଗି ହେଉ ନଥିବା ବି ବ୍ୟକ୍ତି ଜଣକ କହିଛନ୍ତି । ଏହାସହ ଅଣ୍ଡା ଉପରେ ଏକ ଧଳା ଆବରଣ ଲାଗି ରହିବା ସହ ହାତରେ ଚିପିଲେ ଏହା ରବର ପରି ଟାଣ ଲାଗୁଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ ।
ଏହି ଖବର ପ୍ରଘଟ ହେବା ପରେ ମାଲକାନଗିରିରେ ଲୋକଙ୍କ ମଧ୍ୟରେ ଅଣ୍ଡା ଖିଆକୁ ନେଇ ଭୟ ଦେଖା ଦେଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ