ETV Bharat / state

ପ୍ରବଳ ବର୍ଷାରେ ଓଡିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM - ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଲଗାତାର ୩ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲା ଏଡିଏମ୍ । ଅଧିକ ପଢନ୍ତୁ

ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADMଲେ ADM
ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM
author img

By

Published : Jul 14, 2022, 12:53 PM IST

ମାଲକାନଗିରି: ମୌସୁମୀ ପ୍ରବାହରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଯୋଗୁଁ ରାସ୍ତାଘାଟ ଜଳବନ୍ଦୀ । ମାଲକାନଗିରି ଲଗାତାର ୩ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବା କାରଣରୁ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି । ଫଳରେ ନଦୀର ଜଳସ୍ତର ବର୍ତ୍ତମାନ ୫୦ ଫୁଟ ଉପରେ ରହିଛି । ଫଳରେ ଅନେକ ରାସ୍ତାରେ ପାଣି ଜମି ରହିଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଏନେଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ଜିଲ୍ଲା ଏଡିଏମ୍ ।

ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM

ଗୋଦାବରୀ ନଦୀ ଫୁଲିବାରୁ ପଛୁଆ ମୋଟୁ - ଭଦ୍ରାଞ୍ଚଳମ ଜଳରେ ମୁଖ୍ୟ ରାସ୍ତାର ଅନେକ ସ୍ଥାନ ବୁଡ଼ି ଯାଇଥିବା ଜଣାପଡ଼ିଛି । ମୋଟୁରୁ ଚିନ୍ତୁର ଯିବା ମୁଖ୍ୟରାସ୍ତାର କୁଇଗୁର ରାସ୍ତା ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଚିନ୍ତୁରରୁ ଭଦ୍ରାଞ୍ଚଳମ ମୁଖ୍ୟ ରାସ୍ତାର ନିଲିପାକା ନିକଟରାସ୍ତା ଉପରେ ଗୋଦାବରୀ ନଦୀର ଜଳ ପ୍ରବାହିତ ହେବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ମଧ୍ୟ ଠପ୍ ହୋଇ ଯାଇଛି । ରାସ୍ତା ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଫସି ରହିଛି ।

ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲିବାରୁ ମୋଟୁ ନିକଟରେ ଥିବା ଚିନା ଗୋଦାବରୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କଲାଣି । ଫଳରେ ଜିଲ୍ଲାର ମୋଟୁ ଅଞ୍ଚଳ ପାଇଁ ବିପଦ ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏଥିସହ ଏମ୍‌ ଭି- ୯୬ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏପରି ପରିସ୍ଥିତିରେ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୂତନ ଭାବେ ଯୋଗଦେଇଥିବା ମାଲକାନଗିରି ADM , କାଲିମେଳା ବିଡିଓ, ମୋଟୁ ତହସିଲଦାରବନ୍ୟା ପରିସ୍ଥିତି ଉପଜୁଥିବା ତଳିଆ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ପରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.